ETV Bharat / state

ହୃଦଘାତ ପ୍ରତିରୋଧ ପାଇଁ ୟୁଜିସି ନେଲା ଏପରି ପଦକ୍ଷେପ - UGC Notice

author img

By ETV Bharat Odisha Team

Published : May 31, 2024, 9:52 PM IST

UGC Notice To Higher Educational institutions: ହୃଦଘାତ ରୋକିବା ପାଇଁ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗର ପଦକ୍ଷେପ । ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନଙ୍କୁ ଦିଆଯିବ ତାଲିମ । ଅଧିକ ପଢ଼ନ୍ତୁ

ହୃଦଘାତ ପ୍ରତିରୋଧ ପାଇଁ ୟୁଜିସିର ପଦକ୍ଷେପ
ହୃଦଘାତ ପ୍ରତିରୋଧ ପାଇଁ ୟୁଜିସିର ପଦକ୍ଷେପ (ETV Bharat Odisha)

ଭୁବନେଶ୍ବର: ବର୍ତ୍ତମାନ ସମୟରେ ହୃଦଘାତ ଭଳି ସାଂଘାତିକ ରୋଗ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରୁଛି । ପୂର୍ବରୁ ବୃଦ୍ଧାବସ୍ଥାରେ କ୍ୱଚିତ ଦେଖା ଯାଉଥିବା ଏହି ରୋଗ ଏବେ କିଶୋରଠୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତଙ୍କୁ ଗ୍ରାସ କରୁଛି । ଗତ କିଛି ବର୍ଷ ମଧ୍ୟରେ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶ ହେଉ ବା ବିଶ୍ୱ, ହଠାତ ହୃଦଘାତ ସମସ୍ୟା ବଢ଼ିବାରେ ଲାଗିଛି । ଏହି କାରଣକୁ ନେଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡିଥାନ୍ତି । ହୃଦଘାତ ସମୟରେ କିପରି ଏହାକୁ ପ୍ରାଥମିକ ସ୍ତରରେ ପ୍ରତିରୋଧ କରିବା ସହ ଉକ୍ତ ବ୍ୟକ୍ତିର ଜୀବନ ବଞ୍ଚାଯାଇ ପାରିବ, ତାକୁ ନେଇ ଏକ ପଦକ୍ଷେପ ନେବାକୁ ଆଗେଇ ଆସିଛି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ସରକାରୀ ବିଜ୍ଞପ୍ତି ଜାରି କରି କହିଛି ଯେ, ଦେଶର ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ (HEI)ର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ବସ୍ଥ୍ୟାକର୍ମୀଙ୍କ ସହିତ ପରାମର୍ଶ କରି ବେସିକ୍ ଲାଇଫ୍ ସପୋର୍ଟ ତାଲିମ ଦିଆଯିବ । ଏନେଇ ୟୁଜିସି ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଏହି ତାଲିମ ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ତେବେ ୟୁଜିସି ପକ୍ଷରୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଭାରତରେ ଦିନକୁ ଦିନ ହୃଦଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହା ଜଣେ ବ୍ୟକ୍ତିଙ୍କର ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି । ବର୍ଷକୁ ୧ ଲକ୍ଷ ମୃତ୍ୟୁ ହଠାତ୍ ହୃଦଘାତ୍ ଯୋଗୁ ହେଉଥିବା ବେଳେ ହୃଦଘାତ ହେବାର ୩ରୁ ୧୦ ମିନିଟ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ । ଯଦି ଏହି ସମୟରେ ମଧ୍ୟରେ ସଠିକ ଭାବରେ ଉଚିତ ପଦକ୍ଷେପ ନିଆଯାଏ ତେବେ ଜଣେ ଲୋକର ମୂଲ୍ୟବାନ ଜୀବନ ବଞ୍ଚିଯାଇପାରିବ । ଦେଶରେ କେବଳ ୦.୧ ପ୍ରତିଶତ ଲୋକ ହୃଦଘାତ ସମୟରେ ଆବଶ୍ୟକ ମୌଳିକ ଜୀବନ ରକ୍ଷାକାରୀ ବିଷୟରେ ଅବଗତ ଅଛନ୍ତି । ଯଦି ଏ ସମ୍ପର୍କରେ ସମସ୍ତଙ୍କୁ ତାଲିମ ଦିଆଯାଏ ତେବେ ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ସୁରକ୍ଷାକୁ ଆଖିରେ ରଖି ମୌଳିକ ଜୀବନ ରକ୍ଷାକାରୀ ତାଲିମ ଦେବାକୁ ବାଧ୍ୟତାମୂଳକ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନାରୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ମହିଳା ସେଲ୍‌, ସୁରକ୍ଷିତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ - UGC Special Women Cell

ହୃଦଘାତର କାରଣ:
ଜଣେ ବ୍ୟକ୍ତିଙ୍କର ଖରାପ ଜୀବନଶୈଳୀ, ଦୈନନ୍ଦିନ ବ୍ୟାୟାମର ଅଭାବ, ଅଧିକ ସମୟ ବସି ରହିବା ଦ୍ୱାରା ହୃଦଘାତ ଆଶଙ୍କା ବଢିପାରେ । ଜଙ୍କ ଫୁଡ୍ ଏବଂ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହୃଦଘାତ ହୋଇଥାଏ । ଏବା ବ୍ୟତୀତ ଅଧିକ ମାତ୍ରାରେ ଧୂମପାନ ରକ୍ତ ନଳୀକୁ କ୍ଷତି ପହଞ୍ଚାଏ, ଯାହା ହୃଦଘାତର କାରଣ ହୋଇପାରେ । ମଦ୍ୟପାନ ଦ୍ୱାରା ମଧ୍ୟ ରକ୍ତଚାପ ଏବଂ ହୃଦସ୍ପନ୍ଦନ ବୃଦ୍ଧି ପାଇଥାଏ । ଯାହା ହାର୍ଟ ଉପରେ ଚାପ ପକାଇଥାଏ । ଅତ୍ୟଧିକ ଚାପ ବା ଚିନ୍ତା ରକ୍ତଚାପ ଏବଂ ହୃଦସ୍ପନ୍ଦନକୁ ବୃଦ୍ଧି କରିଥାଏ । ଯାହା ଫଳରେ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢିଥାଏ । ନିଦ୍ରା ଅଭାବରୁ ହୃଦଘାତର ସମ୍ଭାବନା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.