ETV Bharat / state

ଲାଞ୍ଚ ନେଇ ଫସିଗଲେ ଲାଞ୍ଚୁଆ ପୋଷ୍ଟାଲ ଇନ୍ସପେକ୍ଟର, ବାନ୍ଧିଲା CBI - postal inspector in CBI net

author img

By ETV Bharat Odisha Team

Published : Aug 7, 2024, 4:09 PM IST

CBI RAID IN RAIRANGPUR: 10 ହଜାର ଟଙ୍କା ଲାଞ୍ଚ ନେଇ CBI ହାତରେ ଧରାପଡିଛନ୍ତି ଜଣେ ପୋଷ୍ଟାଲ ଇନ୍ସପେକ୍ଟର । ଗିରଫ ଜଣକ ହେଲେ ଉଦଳା ପୋଷ୍ଟାଲ ଇନ୍ସପେକ୍ଟରଙ୍କ ରାଜେନ୍ଦ୍ର କୁମାର ପୃଷ୍ଟି । ଅଧିକ ପଢନ୍ତୁ

CBI RAID IN RAIRANGPUR
CBI RAID IN RAIRANGPUR (ETV Bharat Odisha)

ରାଇରଙ୍ଗପୁର: ଲାଞ୍ଚ ନେବାବେଳେ CBI ହାତରେ ଧରାପଡିଛନ୍ତି ଜଣେ ପୋଷ୍ଟାଲ ଇନ୍ସପେକ୍ଟର । ଜନୈକ ବିପିଏମଙ୍କୁ ସାର୍ଟିଫିକେଟ କରାଇ ଦେବାକୁ କହି ୨୦ ହଜାର ଲାଞ୍ଚ ଟଙ୍କା ମାଗିଥିଲେ । ହେଲେ ଧରା ପଡିଗଲେ CBI ଫାସରେ । ସିବିଆଇ ଦୁର୍ନୀତି ନିବାରଣ ବିଭାଗର ଏକ ଟିମ୍ ଗତକାଲି (ମଙ୍ଗଳବାର) ଦିନ ଉଦଳା ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟିଙ୍କୁ ଲାଞ୍ଚ ନେବାବେଳେ ୧୦ ହଜାର ଟଙ୍କା ସହିତ ଗିରଫ କରିଛି ।

ପୋଷ୍ଟାଲ ଇନ୍ସପେକ୍ଟର ଗିରଫ୍:

ଉଦଳା ଡାକ ସର୍କଲ ଅଧୀନ କୁଶଳଦା ପଥୁରୀକଟା ପୋଷ୍ଟ ଅଫିସର ଜିଡ଼ିଏସ ବିପିଏମ ମଳୟ କୁମାର ବେହେରା ବିଭାଗରେ ଚାକିରି କରିଥିବାବେଳେ ଏବେ ସେ ଶିକ୍ଷକ ଭାବେ ଚାକିରି ପାଇଛନ୍ତି । ଉକ୍ତ ଚାକିରି କରିବା ପାଇଁ ପୋଷ୍ଟାଲ ବିଭାଗ ପକ୍ଷରୁ ଇସ୍ତଫା ସହିତ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା । ଯେଉଁ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟ ପାଇବା ପାଇଁ ମଳୟ ଉଦଳା ପୋଷ୍ଟାଲ ଇନ୍ସପେକ୍ଟରଙ୍କ ନିକଟରେ ପହଞ୍ଚିଥିଲେ । ହେଲେ ସାର୍ଟିଫିକେଟ ଦେବା ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକି ଗତକାଲି ସନ୍ଧ୍ୟାରେ ଉଦଳାରେ ରାଜେନ୍ଦ୍ରଙ୍କ ଭଡା ବାସଭବନ ନିକଟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଥିଲା CBI ।

ଏହା ମଧ୍ୟ ପଢନ୍ତୁ .....ଧରାପଡିଲେ ଲାଞ୍ଚୁଆ ସରକାରୀ ବାବୁ, ବିଲ କରିବାକୁ ନେଉଥିଲେ ୧୧ ହଜାର ଲାଞ୍ଚ

ଟଙ୍କା ଫୋପାଡ଼ି ଖସି ଯିବାକୁ ଉଦ୍ୟମ:

ତେବେ ଧରା ପଡିବା ପରେ ପୋଷ୍ଟାଲ ଇନ୍ସପେକ୍ଟର ଘଟଣାସ୍ଥଳରେ ଟଙ୍କା ଫୋପାଡ଼ି ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ କିନ୍ତୁ CBI ହାବୁଡ଼ରୁ ବର୍ତ୍ତି ପାରିନଥିଲେ । ଏନେଇ ଭୁବନେଶ୍ୱର ସିବିଆଇ ଡିଏସପି ଅଶୋକ କୁମାର କହୁଛନ୍ତି,"ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟିଙ୍କୁ ଲାଞ୍ଚ ନେଉଥିବା ବେଳେ ଆମେ ଗିରଫ କରିଛୁ । ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ନିଆଯିବା ଏବଂ ଆସନ୍ତାକାଲି CBI କୋର୍ଟରେ ତାଙ୍କୁ ଦାଖଲ କରାଯିବ ।"

ପ୍ରକାଶ ଯୋଗ୍ୟ, ସେହିପରି ଗତ ୩ ତାରିଖ ଦିନ ଭିଜିଲାନ୍ସ ହାତରେ ଧରାପଡିଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ମୃତିକା ସଂରକ୍ଷଣ ପରିଦର୍ଶକ ସୁଧାଶୁଂ ଶେଖର ରଣା । ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏକ ଉନ୍ନୟନ ମୂଳକ ପ୍ରକଳ୍ପର ବିଲ କରିଦେବା ପାଇଁ ରାମଚନ୍ଦ୍ର ମହାକୁଡଙ୍କ ନାମକ ଜଣେ ବ୍ୟକ୍ତି ଠାରୁ 12 ହଜାର ଟଙ୍କା ଲାଞ୍ଚ ନେଉଥିଲେ ସେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.