ETV Bharat / state

ଦୁଇ ଭଉଣୀଙ୍କୁ ଏକା କରି ଚାଲିଗଲେ ବାପା-ମା’: ଓଳିଏ ଖାଇଲେ ଓଳିଏ ଉପାସ, କିଏ ବୁଝିବ ଦୁଃଖ ? - Minor Girls Need Help

author img

By ETV Bharat Odisha Team

Published : Jul 12, 2024, 11:05 PM IST

Two Minor Girls Seek Govt Help: ମାଆଙ୍କ ପରେ ଏକା କରି ଚାଲିଗଲେ ବାପା । ଏବେ ଅସହାୟ 2 ନାବାଳିକା ଶିଶୁକନ୍ୟା । ଓଳିଏ ଖାଇଲେ ଓଳିଏ ଉପାସ । ସରକାର ଏମାନଙ୍କ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ । ଅଧିକ ପଢ଼ନ୍ତୁ

Two Minor Girls Seek Govt Help
Two Minor Girls Seek Govt Help (ETV Bharat Odisha)

ନୂଆପଡ଼ା: ପିଲାମାନଙ୍କ ହାତ ଧରି ଅନ୍ଧାର ଦୁନିଆରୁ ଆଲୋକ ଆଡକୁ ବାଟ ଦେଖାନ୍ତି ବାପା-ମାଆ । ଆଉ ସେମାନଙ୍କର କୁନି ଭବିଷ୍ୟତକୁ ନିଜ ହାତରେ ଗଢି ଦିଅନ୍ତି । ହେଲେ ଯେତେବେଳେ ବାପା-ମାଆ ପିଲାମାନଙ୍କୁ ଛାଡି ଆରପାରିକି ଚାଲି ଯାଆନ୍ତି, ଥରେ ଭାବନ୍ତୁ ସେତେବେଳେ ସେହି ପିଲାଙ୍କ ଉପରେ କେମିତି ବିତୁଥିବ ? 4 ବର୍ଷ ତଳେ ମାଆ ଆରପାରିକୁ ଚାଲିଯାଇଥିଲେ । ମାଆକୁ ହରାଇ ବାପାଙ୍କ ଭରସାରେ ଥିଲେ 2 ଭଉଣୀ । ଦୁଃଖ କଷ୍ଟରେ 2 ଛୁଆଙ୍କୁ ରାହା ପାଲଟିଥିଲେ ବାପା । ହେଲେ ଦଇବ ସେତକ ବି ସହିଲାନି । ଯିଏ ରାହା ପାଲଟିଥିଲା ସେ ବି ହାତ ଛାଡି ଚାଲିଗଲା । 2 ନାବାଳିକା ଝିଅଙ୍କ ମୁଣ୍ଡ ଉପରୁ ଉଠିଗଲା ମାଆର ପଣତକାନି ପରେ ବାପାଙ୍କ ହାତ । ଏବେ ବୃଦ୍ଧ ବିବ୍ୟାଙ୍ଗ ଜେଜେ ଏମାନଙ୍କର ସାହା ଭରସା ପାଲଟିଛନ୍ତି । ଏଭଳି ଏକ ଦୁଃଖଦ ମୁହୂର୍ତ୍ତ ଦେଇ ଗତି କରୁଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚିଚେର ଗାଁର 2 କୁନି କୁନି ଝିଅ । ପଢିବା ଖେଳିବା ବୟସରେ ଏହି ବାପା ମାଆ ଛେଉଣ୍ଡ ଦୁଇ ଭଉଣୀ ରହିବେ କେଉଁଠି ଆଉ ଖାଇବେ କ'ଣ ତାକୁ ନେଇ ପ୍ରଶ୍ନ ।

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚିଚେର ଗାଁର ହିରାଲାଲ ବାଗ, ସ୍ତ୍ରୀ ନିରୁଦେଇ ବାଗ ଓ ଦୁଇ ନାବାଳିକା ଶିଶୁକନ୍ୟା 9 ବର୍ଷର ପ୍ରମିଳା ଏବଂ 7ବର୍ଷର ଦମୟନ୍ତୀଙ୍କୁ ନେଇ ଦୁଃଖ କଷ୍ଟରେ ତେଲଲୁଣର ସଂସାର କରି ଚାଲିଥିଲା । ହେଲେ ହଠାତ ଏହି ପରିବାରକୁ ମାଡ଼ିଆସିଲା କାଳ । ପ୍ରଥମେ ମାଆ ନିରୁଦେଇ ବାଗ ବ୍ରେଷ୍ଟ କ୍ୟାନ୍ସର ରୋଗରେ ପୀଡିତ ହୋଇ 2020 ମସିହାରେ ବାପା ଭରସାରେ 2 ନାବାଳିକା ଶିଶୁକନ୍ୟାଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ହେଲେ ଯାହା ଭରସାରେ ନାବାଳିକା ଶିଶୁକନ୍ୟା ଥିଲେ ସେ ବି ସେମାନଙ୍କୁ ପର କରିଦେଲା । ମାଆ ପରେ ପରେ ବାପା ହୀରାଲାଲ ବାଗ ଲିଭର କ୍ୟାନ୍ସର ରୋଗରେ ପୀଡିତ ହୋଇ 2023 ମସିହାରେ ଆରପାରିକୁ ଚାଲିଗଲେ । ସେହି ଦିନଠାରୁ ଦୁଇ ନାବାଳକ ଶିଶୁକନ୍ୟା ମାଆ ବାପା ଛେଉଣ୍ଡ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏଣେ ଦିବ୍ୟାଙ୍ଗ ବୃଦ୍ଧ ଜେଜେ ବାପା ଡମ୍ବରୁଧର ବାଗଙ୍କ ପାଖରେ ରହି ଭୋକ ଉପାସରେ ଦିନ କାଟୁଛନ୍ତି 2 ଭଉଣୀ । ବେଳେ ଖାଇଲେ ବେଳେ ଉପାସ । କେତେବେଳେ ପାଖ ପଡୋଶୀଙ୍କ ଦୟାରେ ଚଳୁଛନ୍ତି ।

ଏପଟେ ବୃଦ୍ଧା ଜେଜେ ଜଣେ ଦିବ୍ୟାଙ୍ଗ । ଜେଜେ ଡମ୍ବରୁଧର ଏକ ଦୁର୍ଘଟଣାର ଶିକାର ହୋଇ ବାମ ହାତ ହରାଇଛନ୍ତି । ସେ ନିଜେ ଚଳିବାକୁ ମଧ୍ୟ ଅକ୍ଷମ । ଏମିତି ଅବସ୍ଥାରେ ସେ ବା କେମିତି ଏହି 2 ନାବାଳିକା ଶିଶୁକନ୍ୟାଙ୍କ କଥା ବୁଝିବେ । ଜେଜେ ଡମ୍ବରୁ ପରଲୋକଙ୍କ ଭରସାରେ ଚଲୁଥିବା ବେଳେ, ଦୁଇ ନାତୁଣୀ ତାଙ୍କପାଇଁ ବୋଝ ପାଲଟି ଯାଇଛନ୍ତି । ଦୁଇ ନାବାଳିକା ଗାଁ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଏବଂ ଦ୍ବିତୀୟ ଶ୍ରେଣୀରେ ପଢ଼ୁଛନ୍ତି । ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ହିଁ ତାଙ୍କୁ ବଞ୍ଚାଇ ରଖିଥିବା ଗାଁ ଲୋକେ କହନ୍ତି । ଅନେକ ସମୟରେ ଏହି ପିଲା ଦ୍ୱୟ ଭୋକିଲା ଦିନ କାଟୁଛନ୍ତି । ବୃଦ୍ଧା ଜେଜେ 2 ନାତୁଣୀକୁ ପାଳନ ପୋଷଣ କରିବାରେ ଅସମର୍ଥ ଥିବା ବେଳେ ସରକାର ଦୁଇ ଶିଶୁ କନ୍ୟା କୁନେଇ ସୁରକ୍ଷା ଦେବାପାଇଁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶୁଖୁନି ଲୁହ ଥମୁନି କୋହ; ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା - Wife Seeks Help For Husband

ଘଟଣା ସମ୍ପର୍କରେ ଆମ ନୂଆପଡା ଇଟିଭି ଭାରତ ପ୍ରତିନିଧି ଖଡ଼ିଆଳ ତହସିଲଦାର ତଥା ଇଂଚାର୍ଜ ବିଡ଼ିଓ ନରସିଂହ ଗାଟୁଆଙ୍କୁ ଏ ବିଷୟରେ ଅବଗତ କରିଛନ୍ତି । ଏଭଳି ଖବର ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ 2 ଶିଶୁଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ତହସିଲଦାର । ତେବେ ସରକାର ମାଆ ବାପା ଛେଉଣ୍ଡ ନାବାଳିକ 2 ଶିଶୁମାନଙ୍କୁ ସୁରକ୍ଷା ଦେବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.