ଭୁବନେଶ୍ବର: ରିଲିଜ୍ ହୋଇଛି ଚଳଚ୍ଚିତ୍ର ‘୩କନ୍ୟା’ର ଟ୍ରେଲର ଓ ଅଡ଼ିଓ । ଆସନ୍ତା ମାର୍ଚ୍ଚ ୮ତାରିଖ ବିଶ୍ଵ ମହିଳା ଦିବସରେ ସମଗ୍ର ଓଡ଼ିଶାରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ତ୍ରିକନ୍ୟା' । ‘୩କନ୍ୟା’ ଚଳଚ୍ଚିତ୍ରଟି ୩ଟି କନ୍ୟା ବା ମହିଳାଙ୍କର କାହାଣୀକୁ ନେଇ ଗତିଶୀଳ ହୋଇଛି । ଯେଉଁଥିରେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରରେ ରୋବଟର ଅଭିନୟ ଦେଖିବେ ଦର୍ଶକ । ତାହା ପୁଣି ଏକ ଝିଅ ଚରିତ୍ରରେ । ‘୩କନ୍ୟା’ ସିନେମାଟି ଅନେକ କିଛି ସାମାଜିକ ସଚେତନ ଓ ପରିବର୍ତ୍ତନକୁ ନନେଇ ପ୍ରସ୍ତୁତ ହୋଇଥିବା ବେଳେ ଅମୀୟ ପଟ୍ଟନାୟକ ବ୍ୟାନରରେ ନିର୍ମିତ ହେଇଛି ।
ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଅନୁପମ ପଟ୍ଟନାୟକ । ପ୍ରମୁଖ ଭୂମିକାରେ ଅଛନ୍ତି ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ଅମନ, ତୃପ୍ତି ସିହ୍ନା, ସୁକାନ୍ତ ରଥ, ନିଭି, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମଜିଠିଆ ପାର୍ଥସାରଥୀ ରାଏ ଓ ଶକ୍ତି ବରାଳ । ଚଳଚ୍ଚିତ୍ର ‘୩କନ୍ୟା’ର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ମାନସ ପଢ଼ିଆରୀ ସଂଯୋଜନା କରିଥିବା ବେଳେ କ୍ୟାମେରାରେ ଦୀପକ କୁମାର ଓ ସଙ୍ଗୀତ ଦେଇଛନ୍ତି ଅନୁରାଗ ପଟ୍ଟନାୟକ ଓ ଶ୍ରୀକାନ୍ତ ପଣ୍ଡା । ଏହି ଚଳଚ୍ଚିତ୍ରରେ ସମୁଦାୟ ୩ଟି ଗୀତ ରହିଛି । ସେହିପରି କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ଡି.ଅଭିଷେକ, ସଞ୍ଚିତା, ଅବିନାଶ ଦାଶ, ଓ ଅନ୍ତରା । ଗୀତ ରଚନା କରିଛନ୍ତି କପିଳେଶ୍ଵର ରାଉତ, ସ୍ଥିତ ପଟ୍ଟନାୟକ ଏବଂ ସୁମିତ ।
ଏହା ମଧ୍ୟ ପଢନ୍ତୁ .....ଆଜି ରକୁଲ-ଜ୍ୟାକିଙ୍କ ପଡ଼ିବ ହାତଗଣ୍ଠି, ଦୁଇଥର ବିବାହ କରିବେ ଏହି କପଲ
ଏହା ମଧ୍ୟ ପଢନ୍ତୁ .....ଦାଦାସାହେବ ଫାଲକେ ଆୱାର୍ଡ: ଶାହାରୁଖ-ନୟନତାରା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ
ତେବେ ସିନେମାକୁ ନେଇ ପ୍ରଯୋଜକ ଅନୁପମ ପଟ୍ଟନାୟକ କହିଛନ୍ତି," ଭିନ୍ନ ଭିନ୍ନ କାହାଣୀକୁ ନେଇ ଓଡ଼ିଆ ଦର୍ଶକଙ୍କ ରୁଚିକୁ ଆଖିରେ ରଖି ସିନେମା ନିର୍ମାଣ କରିଛୁ । '୩କନ୍ୟା'ର କାହାଣୀ ସମ୍ପୂର୍ଣ୍ଣ ନିଆରା । ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶରୁ ଆସିଥିବା ୩ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି, ତାହାକୁ ନେଇ ତ୍ରିକନ୍ୟା ଚଳଚ୍ଚିତ୍ରର କାହାଣୀ ଗତିଶୀଳ ।
ସେପଟେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଥିବା ତାଙ୍କର ପୂର୍ବ ଚଳଚ୍ଚିତ୍ର ପ୍ରତୀକ୍ଷା ଜରିଆରେ ସାମାଜିକ ପ୍ରସଙ୍ଗ ସମ୍ବନ୍ଧୀୟ ସିନେମା ପ୍ରତି ସେ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଥିଲେ । ପୁଣି ତିନୋଟି ଭିନ୍ନ କାହାଣୀକୁ ନେଇ ପ୍ରସ୍ତୁତ ଏହି '୩କନ୍ୟା' ଚଳଚିତ୍ର ଲୋକଙ୍କୁ ନିଆରା ଅନୁଭୂତି ଦେବ ବୋଲି କହିଛନ୍ତି ପ୍ରଯୋଜକ ।
ଇଟିଭି ଭାରତ, ଭୁବନେଶ୍ବର