ETV Bharat / state

କୋରାପୁଟରେ ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ଓଲଟିଲା ବସ୍ ଏବଂ ଅଟୋ, 2 ମୃତ - Koraput Road accident

Road Accident: କୋରାପୁଟରେ 2ଟି ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା । ପୋଡାଗଡ ନିକଟରେ ଏକ ବସ୍ ଦୁର୍ଘଟଣାରେ ଜଣେ ମୃତ 10ରୁ ଉର୍ଦ୍ଧ୍ୱ ଆହତ । ସେହିଭଳି ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଅଟୋ ରିକ୍ସା ଦୁର୍ଘଟଣାରେ ଜଣେ ମୃତ ଓ 16 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Road accident
Road accident
author img

By ETV Bharat Odisha Team

Published : Mar 27, 2024, 9:48 AM IST

Updated : Mar 27, 2024, 2:06 PM IST

Road Accident

କୋରାପୁଟ: ଅଘଟଣର ଦିନ ମଙ୍ଗଳବାର । ଗତକାଲି(ମଙ୍ଗଳବାର) କୋରାପୁଟ ଜିଲ୍ଲାର ପୃଥକ ପୃଥକ ସ୍ଥାନରୁ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଗତକାଲି ରାତିରେ କୋରାପୁଟ ଓ ରାୟଗଡା ମଧ୍ୟରେ ଜାତୀୟ ରାଜପଥ କଡ ପୋଡାଗଡ ନିକଟରେ ଏକ ବସ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଅନ୍ୟପଟେ ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମୁନ୍ଦାର ଗାଁ ନିକଟସ୍ଥ କଲଭର୍ଟ ତଳେ ଅଟୋରିକ୍ସା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଅଘଟଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 16ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଗତକାଲି (ମଙ୍ଗଳବାର) କୋରାପୁଟ ଜିଲ୍ଲାର ପୃଥକ ପୃଥକ ସ୍ଥାନରୁ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଛି । ଗତକାଲି ରାତିରେ କୋରାପୁଟ ଓ ରାୟଗଡା ମଧ୍ୟରେ ଜାତୀୟ ରାଜପଥ କଡରେ ପୋଡାଗଡ ନିକଟରେ ଏକ ବସ ଦୁର୍ଘଟଣା ଘଟିଛି । ମାଲକାନଗିରି ଠାରୁ ବ୍ରହ୍ମପୁର ଯାଉଥିବା ଖମ୍ବେଶ୍ୱରୀ ନାମକ ଏକ ବସ ଏକ ବିଦ୍ୟୁତ ଖମ୍ବ ସହ ପିଟି ହୋଇ ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ବ୍ୟକ୍ତିଙ୍କୁ ପୋଡାଗଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ.. ବଲାଙ୍ଗୀରରେ ଅଜଣା ଗାଡି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ - Accident In Balangir

ସେହିପରି ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମୁନ୍ଦାର ଗାଁ ନିକଟରେ ଅନ୍ୟ ଏକ ସଡକ ଦୁର୍ଘଟଣା ଘଟିଛି । ମୁନ୍ଦାର ଗାଁ ନିକଟସ୍ଥ କଲଭର୍ଟ ତଳେ ଏକ ଅଟୋରିକ୍ସା ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଜଣେ 17 ବର୍ଷୀୟ କିଶୋରୀଙ୍କ ମୃତ୍ୟୁ ଘଟିଥିବା ବେଳେ 16 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଉଦ୍ଧାର କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଆହତଙ୍କ ମଧ୍ୟରୁ 5 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଦୁର୍ଘଟଣାଗ୍ରସ୍ତ ଅଟୋରିକ୍ସାରେ ଯାତ୍ରୀମାନେ ପିଣ୍ଡାପଦର ପଞ୍ଚାୟତ ଅଧିନସ୍ଥ ବରଗଛ ଗାଁର ବାସିନ୍ଦା ହୋଇଥିବା ବେଳେ ସେମାନେ ଦୋଳପୂର୍ଣ୍ଣିମା ନାଚ ଦେଖିବାକୁ ଦଶମନ୍ତପୁର ଯାଇ ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ରଙ୍ଗର ପର୍ବ ହୋଲି ଅବସରରେ ସାରା ରାଜ୍ୟ ଉତ୍ସବମୁଖର ଥିବା ବେଳେ କୋରାପୁଟରେ ଦୁଇ ଦୁଇଟି ଅଘଟଣ ଦୁଃଖର ମାହୋଲ ସୃଷ୍ଟି କରିଛି ।

ଇଟିଭି ଭାରତ, କୋରାପୁଟ

Last Updated : Mar 27, 2024, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.