ETV Bharat / state

ଯାଜପୁରରେ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ 3 ବାଇକ ଆରୋହୀ ମୃତ - Accident in Jajpur

author img

By ETV Bharat Odisha Team

Published : Mar 23, 2024, 6:05 PM IST

Road Accident in Jajpur: ଟ୍ରକ ଧକ୍କାରେ ତିନିଜଣ ଯୁବକଙ୍କ ମୃତ୍ୟୁ । ଆଜି ଯାଜପୁର ଜିଲ୍ଲା ଜିନ୍ଦଲ କାରଖାନା ସମ୍ମୁଖରେ ଘଟିଛି ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକଟି ପଛ ପଟରୁ ଆସି ଧକ୍କା ଦେଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ,

ସଡ଼କ ଦୁର୍ଘଟଣା
ସଡ଼କ ଦୁର୍ଘଟଣା
ସଡ଼କ ଦୁର୍ଘଟଣା

ଯାଜପୁର: ଟ୍ରକ ଧକ୍କାରେ ତିନିଜଣ ଯୁବକଙ୍କ ମୃତ୍ୟୁ। ଆଜି ଯାଜପୁର ଜିଲ୍ଲା ଜିନ୍ଦଲ କାରଖାନା ସମ୍ମୁଖରେ ଘଟିଛି ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକଟି ପଛ ପଟରୁ ଆସି ଧକ୍କା ଦେଇଥିବା ଜଣାପଡ଼ିଛି। ଫଳରେ ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ବେଳେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଫେରାର ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି କଳିଙ୍ଗନଗର ଥାନା ଶୁଆଁଳ ଗାଁର ଚକ୍ରଧର ସାଇଁଆଁ ଓ ଅନିଲ ହାଁସଦା ଏକ ବାଇକରେ ବ୍ରାହ୍ମଣୀପାଳ ଅଞ୍ଚଳରୁ ନିଜ ସମ୍ପର୍କିୟ ଭାଇକୁ ଆଣିବାକୁ ଯାଇଥିଲେ l ତେବେ ଭାଇକୁ ଆଣି ଫେରୁଥିବା ସମୟରେ କଳିଙ୍ଗନଗର ଥାନା ଜିନ୍ଦଲ କାରଖାନା ସମ୍ମୁଖରେ ଏକ ଟ୍ରକ ଦ୍ରୁତଗତିରେ ଆସି ଚକ୍ରଧରଙ୍କ ବାଇକ ପଛପଟୁ ଧକ୍କା ଦେଇଥିଲା l ଟ୍ରକ ଧକ୍କାରେ ଘଟଣାସ୍ଥଳରେ ଚକ୍ରଧର ଓ ସୁନୀଲ ବିରୁଆଁ ମୃତ୍ୟୁ ବରଣ କରିଥିଲେ l ତେବେ ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଗୁରୁତର ଅନିଲ ହାଁସଦାକୁ ଚିକିତ୍ସା ପାଇଁ ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ଅନିଲକୁ ମଧ୍ୟ ମୃତ ଘୋଷଣା କରିଥିଲେ l ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଏସମ୍ପର୍କରେ ଖବର ପାଇ କଳିଙ୍ଗନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ l ସେପଟେ ମୃତ ଯୁବକ ତିନିଜଣଙ୍କ ଘର ଶୁଆଁଳ ଓ ମହାବୀର ପଶି ଟାଙ୍ଗିରିଆପାଳ ଅଞ୍ଚଳ ବୋଲି ସୂଚନା ମିଳିଛି l ଗତ କିଛିଦିନ ତଳେ ଏହି ତିନିଜଣ ଯୁବକ ଜିନ୍ଦଲ କାରଖାନାରେ ଚାକିରୀ କରିଥିଲେ l

ଏହା ମଧ୍ୟ ପଢ଼ନ୍ତୁ... ମାଫିଆକୁ କାବୁ କରିବା ପାଇଁ ପିଛା କରୁଥିଲା ପୋଲିସ, ଦୁର୍ଘଟଣାରେ ଚାଲିଗଲା ଜୀବନ - Ganja Smuggle

ସେପଟେ ଦୁର୍ଘଟଣା କରିଥିବା ଟ୍ରକ ଘଟଣାସ୍ଥଳରୁ ଫେରାର ହେଇଯାଇଥିବା ସୂଚନା ମିଳିଛି। ତେବେ ତୁରନ୍ତ ଟ୍ରକକୁ ଜବତ କରି ସରକାରୀ ସହାୟତା ପାଇଁ ମୃତ ପରିବାର ପକ୍ଷରୁ ଦାବି କରା ଯାଇଛି l ତେବେ ସ୍ଥାନୀୟ ଅଞ୍ଚଳରେ ଉତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି କଳିଙ୍ଗନଗର ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ, ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଓ ପୋଲିସ କର୍ମଚାରୀ ପହଞ୍ଚି ତିନିଜଣ ମୃତ ଯୁବକଙ୍କ ବ୍ୟବଛେଦ ଆରମ୍ଭ କରିବା ସହିତ କେଶ ନମ୍ବର 67/24ରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.