ETV Bharat / state

ରାଜଧାନୀରେ ମାତିଲେଣି ମଙ୍କିକ୍ୟାପ୍‌ ଚୋର: ଆଗକୁ ରଥଯାତ୍ରା, ଏବେଠୁ ବଢ଼ିଲା ଚିନ୍ତା - Theft in Bhubaneswar

author img

By ETV Bharat Odisha Team

Published : Jul 3, 2024, 3:51 PM IST

Crime in Bhubaneswar: ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । ସ୍ପଷ୍ଟ ଦିବାଲୋକରେ ଘରେ ପଶି ଲୁଟ । ଅନ୍ୟପଟେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସାଧାରଣ ଜନତାଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ଉଠୁଥିବାବେଳେ ଏଥିପାଇଁ ଆକ୍ସନ ପ୍ଲାନ କରୁଛୁ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । ଅଧିକ ପଢନ୍ତୁ

Crime in Bhubaneswar
Crime in Bhubaneswar (ETV Bharat Odisha)

ଭୁବନେଶ୍ବର: ଅପରାଧର ହବ୍‌ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର । ବଢିଚାଲିଛି ଅପରାଧୀଙ୍କ ଆତଙ୍କରାଜ । ସ୍ପଷ୍ଟ ଦିବାଲୋକରେ ଘରେ ପଶି ଲୁଟ । ଅନ୍ୟପଟେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସାଧାରଣ ଜନତାଙ୍କ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସେପଟେ ଏଥିପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରୁଛୁ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ମଙ୍କିକ୍ୟାପ୍‌ ଚୋର (ETV Bharat Odisha)

ରାଜଧାନୀ ଭୁବନେଶ୍ୱରରେ ବଢିଚାଲିଛି ଲୁଟତରାଜ । ଗତ ୨୯ ତାରିଖ ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀ ବିହାର ଅଞ୍ଚଳର ଏକ ବ୍ୟବସାୟିକ ପ୍ରତିଷ୍ଠାନରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିଲା । ଏକ ଗାଡ଼ି ସ୍ପେୟାର ପାର୍ଟସ ଦୋକାନରୁ ବଡ ଧରଣର ଚୋରି କରି ଲୁଟି ନେଇଛନ୍ତି ଦାମି ଗାଡି ପାର୍ଟସ ସହ ପାଖାପାଖି ୨୦ ହଜାର ଟଙ୍କାର ନଗଦ ଟଙ୍କା । ସିସିଟିଭି ଫୁଟେଜରେ ଲୁଟେରା ମଧ୍ୟ କଏଦ ହୋଇଛି । ଏକ ମଙ୍କିକ୍ୟାପ୍‌ ପିନ୍ଧି ଲୁଟପାଟ କରିବାର ସିସିଟିଭି ଚିତ୍ର ସାମ୍ନାକୁ ଆସିଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଦୋକାନର ମାଲିକ ଅଭିଯୋଗ କରିଛନ୍ତି ।

ସେହିପରି ଗତ ୩୦ ତାରିଖ ରାତିରେ କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୬ ଅଞ୍ଚଳର ଫରେଷ୍ଟ ଟ୍ରାଫିକ ଉପରେ ଥିବା ଏକ ଆପାର୍ଟମେଣ୍ଟର ପସି ଲୁଟ କରିଛନ୍ତି ଲୁଟେରା । ଫ୍ଲାଟ ମାଲିକ ଅନିଲ ଅଗ୍ରୱାଲ ପରିବାର ସହ ଗାଁକୁ ଯାଇଥିବାବେଳେ ଗ୍ରୀଲ ତାଡି ତାଲା କାଟି ଘରେ ପଶି ଲୁଟ କରିଛନ୍ତି ୪୦ ଲକ୍ଷ ଟଙ୍କାର ନଗଦ‌ କ୍ୟାସ ସହ ୫୦୦ ଗ୍ରାମ ସୁନା ଅଳଙ୍କାର । ଏନେଇ ଖବର ପାଇ ଫ୍ଲାଟରେ ରାତି ଅଧିରେ‌ ପହଞ୍ଚି ପୋଲିସ ତନାଘନା କରିଛି‌ ।

ସେହିପରି ଖାରବେଳ ନଗର‌ ଥାନା‌ରେ ମଧ୍ୟ ଜଣେ ଅଭିଯୋଗକାରିଣୀ ସୁନା ଚେନ ଛିନତାଇ ନେଇ ଅଭିଯୋଗ‌ କରିଛନ୍ତି । ଗତ ୧୦ ତାରିଖରେ ମଧୁସୂଦନ ନଗର ଅଞ୍ଚଳରେ ମର୍ଣ୍ଣିଂୱାକ୍‌ ବେଳେ କେ ବାମସୁନ୍ଦରଙ୍କ ବେକରୁ ଦୁଇ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ସୁନା ଚେନ ଝାମ୍ପି ନେଇଥିଲେ । ମହିଳା ଜଣଙ୍କ ପାଟି କରି ଡାକିବା ବେଳକୁ ଦୁର୍ବୃତ୍ତ ସେଠାରୁ ଛୁ ମାରିଥିଲେ‌ । ଏନେଇ ସେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ‌ ।

ରଥଯାତ୍ରା ସମୟରେ ଚୋରି ଘଟଣା ଅଧିକ ଘଟୁଥିବା ବେଳେ ପୋଲିସ ଏନେଇ ସଜାଗ ରହିଛି । ଏଥର ରଥଯାତ୍ରାରେ ୨ଦିନ ଛୁଟି ପଡୁଥିବାରୁ ସହରବାସୀ ଗାଁ ମୁହାଁ ହେବେ । ଏହି ସମୟରେ ଚୋରିକୁ ରୋକିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ । ଅନ୍ୟପଟେ ଭୁବନେଶ୍ୱର ଡିସିପି କହିଛନ୍ତି, "ଏନେଇ ଆମର ପୂର୍ବରୁ ବୈଠକ ସରିଛି । ସମସ୍ତଙ୍କୁ ଅବଗତ କରାଯାଇଛି । ଏଥିପାଇଁ ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଇଛି । ସେଫ୍‌ ସିଟି ଡ୍ରାଇଭକୁ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ‌ ହୋଟେଲ ଯାଞ୍ଚ ହେଉଛି ଏବଂ ଅପରାଧିକ କାର୍ଯ୍ୟକଳାପ ବା ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର‌ ରଖାଯାଉଛି । ଏଥିସହ ସନ୍ଧ୍ୟା ସମୟରେ ପୋଲିସ ପାଟ୍ରୋଲିଂ, ନାଇଟ୍‌ ଚେକିଂ ଓ ସନ୍ଧ୍ୟା ସମୟରେ ଖଟି ପାଟ୍ରୋଲିଂ ଆଦି ଉପରେ ନଜର‌ ରଖାଯାଇଛି ।"

ଏହାମଧ୍ୟ ପଢନ୍ତୁ.. ନୂଆ ଆଇନ ଲାଗୁ ପରେ ଜଗତପୁର ଥାନାରେ ରୁଜୁ ହେଲା ପ୍ରଥମ ମାମଲା - BHARATIYA NYAYA SANHITA

ସିନ୍ଧି ଚୋରଙ୍କ ଆପାର୍ଟମେଣ୍ଟ ଚୋରି: ରଥଯାତ୍ରା ସମୟରେ ବିଶେଷ ସକ୍ରିୟ‌ ଥାଆନ୍ତି ଆପାର୍ଟମେଣ୍ଟ ଲୁଟେରା ଓ‌ ସିନ୍ଧି ଚୋର । ଘରେ କେହି ନଥିବା ସମୟରେ ଏମାନେ ପଶି ଫ୍ଲାଟ୍ ବା ଘରୁ ବା ସରକାରୀ କ୍ବାଟରରୁ ଚୋରି କରିଥାନ୍ତି ।

କାର କାଚ ଭଙ୍ଗା ଗ୍ୟାଙ୍ଗ: ଭିଡ଼ ଅଞ୍ଚଳରେ ଏମାନେ ଗାଡି ପାର୍କିଂ ବା ମଲ ପାର୍କିଂ ବା ସନ୍ଧ୍ୟା ସମୟରେ କାର ଥିବା ସ୍ଥାନରେ ବୁଲାବୁଲି କରି ଗାଡି ଭିତରେ ଥିବା ଜିନିଷ ଉପରେ ନଜର ରଖିଥାନ୍ତି । ଆଉ ସୁବିଧା ଦେଖି କାଚ ଭାଙ୍ଗି ଜିନିଷ ନେଇ ଛୁ ମାରନ୍ତି ।

ବନଜାରା ଗ୍ୟାଙ୍ଗ: ଏମାନେ ବିଶେଷ କରି ରାସ୍ତା କଡ ବା ମାର୍କେଟିଂ ଏରିଆ ବା ବିଭିନ୍ନ ମଲରୁ ଚୋରି କରିଥାନ୍ତି । ଏମାନେ ଏକାଠି ହୋଇ ବୁଲାବୁଲି କରନ୍ତି ଭିଡ଼ କରି ଗହଳି ଭିତରେ ମୋବାଇଲ ପର୍ସ ବା ଦାମି ଜିନିଷ ବା ଗହଣା ନେଇ ଛୁ ମାରନ୍ତି । ମାର୍କେଟରେ ଭିଡ଼ କରି ଗହଳି ଭିତରେ ଲୁଟ କରନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.