ETV Bharat / state

ରାଜ୍ୟରେ ତାପମାତ୍ରା ସ୍ବାଭାବିକ, ସବୁଠି ଶୁଖିଲା ପାଗ - Odisha Weather

author img

By ETV Bharat Odisha Team

Published : Mar 26, 2024, 5:50 PM IST

Odisha Weather: ରାଜ୍ୟରେ ସ୍ବାଭାବିକ ରହିଛି ତାପମାତ୍ରା । ଆଉ 2 ଦିନ ପରେ ପୁଣି ବଢିବ ତାତି । ଅଧିକ ପଢନ୍ତୁ

Odisha Weather
Odisha Weather
ରାଜ୍ୟରେ ତାପମାତ୍ରା ସ୍ବାଭାବିକ, ସବୁଠି ଶୁଖିଲା ପାଗ

ଭୁବନେଶ୍ବର: ରାଜ୍ୟରେ ଏବେ ତାପମାତ୍ରା ସ୍ବାଭାବିକ ରହିଛି । ସବୁ ସ୍ଥାନରେ ପାଗ ଶୁଖିଲା ରହିଛି । ଦୁଇଦିନ ଯାଏ ଶୁଖିଲା ପାଗ ରହିବା ପୁଣି ଦୁଇଦିନ ପରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହ ପାରଦ ଉପରମୁହାଁ ହେବ ବୋଲି ରାଜଧାନୀ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ତେବେ ଗତକାଲିର ବର୍ଷାକୁ ନେଇ ରାଜ୍ୟରେ ଗରମରୁ କିଛିଟା ଆଶ୍ବସ୍ତି ମିଳିଛି । ଆସନ୍ତା 30 ତାରିଖ ପରଠାରୁ ତାପମାତ୍ରା ବୃଦ୍ଧି ପାଇବାକୁ ଯାଉଛି ।

ରାଜ୍ୟରେ ଆସନ୍ତା ଦୁଇଦିନ ଯାଏଁ ଶୁଖିଲା ପାଗ ରହିବ । ପୁଣି ଦୁଇଦିନ ପରେ ଉପାନ୍ତରୁ ଉପକୂଳ ସବୁଠି ଗରମ ଅନୁଭୂତି ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ତାତି । ବିଶେଷ ଭାବେ ୩୦ ତାରିଖ ପରଠୁ ସ୍ଵାଭାବିକଠାରୁ ୨ରୁ ୪ ଡିଗ୍ରୀ ବଢିବ ତାପମାତ୍ରା । ଏପ୍ରିଲ ପ୍ରଥମ ସପ୍ତାହରୁ ବଢିବ ତାପମାତ୍ରା । ତେବେ ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ମୁଖ୍ୟତଃ ପାଗ ଶୁଖିଲା ରହିବ, ଶୁଷ୍କ ବାୟୁ ପ୍ରବାହିତ ହେବ ଏବଂ ତା ସହ ବର୍ଷା ହେବାର ସମ୍ଭାବନା ନାହିଁ ତେଣୁ ଦିନ ମାତ୍ର ବଢିବାର ଆଶଙ୍କା କରାଯାଉଛି ।

ଏହା ବି ପଢନ୍ତୁ- ସାରା ରାଜ୍ୟରେ ଉପରମୁହାଁ ପାରଦ, ୨୯ ତାରିଖ ପରଠୁ ଆହୁରି ବଢିବ ତାପମାତ୍ରା

ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ସପ୍ତାହରେ ସ୍ଵାଭାବିକଠାରୁ ଅଧିକ ରହିବ ତାପମାତ୍ରା ରହିବ । ଉପକୂଳ ଓଡ଼ିଶାରେ ୩୫ ରୁ ୩୭ ଡିଗ୍ରୀ ସୀମିତ ରହିବ ଓ ଆଭ୍ୟନ୍ତରୀଣରେ ୩୫ ରୁ ୩୯ ଓ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଇଛି । ୩୧ ତାରିଖ ପରଠୁ କିଛି ସ୍ଥାନରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କାଁ ଭାଁ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟାରେ ପାଗ ଶୁଖିଲା ରହିବା ସହ ୪ ଦିନ ଯାଏଁ ବର୍ଷା କି କୌଣସି ସତର୍କ ସୂଚନା ନାହିଁ । ସେପଟେ ଗତକାଲି ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର ଚନ୍ଦୁଆରେ ସର୍ବାଧିକ ୯୬.୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ସର୍ବାଧିକ ଦିନ ତାପମାତ୍ରା ୩୮.୦୦ ଡିଗ୍ରୀ ସେଲସିୟସ ମାଲକାନଗିରି ଓ ଝାରସୁଗୁଡ଼ାରେ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.