ETV Bharat / state

ସାମ୍ନାକୁ ଆସିଲା ସହ-ଅଧ୍ୟାପିକାଙ୍କ ମୃତ୍ୟୁର ମିଷ୍ଟ୍ରି, ଚାପରେ ଥିଲେ ବର୍ଷା - TEACHING ASSISTANT DEATH MYSTERY - TEACHING ASSISTANT DEATH MYSTERY

TEACHING ASSISTANT DEATH MYSTERY: ଘରୋଇ ଇଞ୍ଜିନିୟରି କଲେଜର ସହ ଅଧ୍ୟାପିକା ବର୍ଷା ମିଶ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ବଢୁଛି ଟ୍ବିଷ୍ଟ । ମିଟିଂରେ ବିଳମ୍ବରେ ପହଞ୍ଚିବା ଯୋଗୁଁ ବର୍ଷା ଚାପରେ ଥିଲେ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

TEACHING ASSISTANT DEATH MYSTERY
TEACHING ASSISTANT DEATH MYSTERY (ETV Bharat Odisha)
author img

By ETV Bharat Odisha Team

Published : Jun 23, 2024, 6:41 AM IST

ଭୁବନେଶ୍ବର: ରାଜଧାନୀର ଘରୋଇ ଇଞ୍ଜିନିୟରି କଲେଜ ସହ ଅଧ୍ୟାପିକା ବର୍ଷା ମିଶ୍ରଙ୍କ ମୃତ୍ୟୁ ନେଇ ବଢୁଛି ସସପେନ୍ସ । ଏହାରି ଭିତରେ ସାମ୍ନାକୁ ଆସିଛି ତମାଣ୍ଡୋ ଥାନା ଅଞ୍ଚଳରେ ଅଧ୍ୟାପିକାଙ୍କ ମୃତ୍ୟୁ ପଛର ଆଉ ଏକ ମିଷ୍ଟ୍ରି । ମୃତ୍ୟୁ ପୂର୍ବରୁ ମାନସିକ ଚାପରେ ଥିଲେ ଅଧ୍ୟାପିକା । ଏନେଇ ତଦନ୍ତ ବେଳେ ଜାଣିବାକୁ ପାଇଛି କମିସନରେଟ ପୋଲିସ । କଲେଜର କର୍ମଚାରୀମାନଙ୍କୁ ପଚରାଉଚରା ଜାରି ରଖିଥିବା ବେଳେ ଯାଞ୍ଚ ହୋଇଛି ସିସିଟିଭି । ପରିବାର ଲୋକ ଆଣିଥିବା ଅଭିଯୋଗ ଆଧାରରେ ତମାଣ୍ଡୋ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

TEACHING ASSISTANT DEATH MYSTERY (ETV Bharat Odisha)

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କଲେଜରେ HOD ଦେଉଥିଲେ ମାନସିକ ଓ ଶାରୀରିକ ଅତ୍ୟାଚାର । କଲେଜରେ କମ୍ପ୍ୟୁଟର ସାଇନ୍ସ ଡିପାର୍ଟମେଣ୍ଟକୁ ଡକାଇ HOD ଦେଉଥିଲେ ଧମକ । ଏପରିକି ତାଙ୍କୁ ଘରୋଇ କାମରେ ସହଯୋଗ କଲେ ଚାକିରିରୁ ବାହାର ନ କ‌ରାଯିବାର ଦେଉଥିଲେ ଅଫର୍ । ରାଜି ନ ହେବାରୁ ତାଙ୍କୁ ବାଲକୋନୀରୁ କଥାବାର୍ତ୍ତା ବେଳେ ଠେଲି ଦେଇଥିବା ବେଳେ ତାଙ୍କର ଛାତ ଉପରୁ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି । ଯା‌ହାକୁ ନେଇ କଲେଜର ଡିପାର୍ଟମେଣ୍ଟର କର୍ମଚାରୀଙ୍କୁ ପଚରାଉଚରା କରୁଛି ପୋଲିସ । ଏଯାବତ ଷ୍ଟାଫ୍ ଓ ପିଅନ ଓ HODଙ୍କୁ ମିଶାଇ ୧୨ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରିଛି ।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ଗତ ୧୧ ତାରିଖର ଘଟଣା ଘଟିଥିଲା । ଗତକାଲି ହସ୍ପିଟାଲରେ ଚିକିତ୍ସାଧିନ‌ ବେଳେ ଅଧ୍ୟାପିକାଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ହେଉଛି । ଯେଉଁ ସବୁ ଷ୍ଟାଫ୍ ଅଛନ୍ତି ଅନ୍ୟ ଯେଉଁ ଲୋକ ସବୁ ତଥ୍ୟ ରଖନ୍ତି ସେମାନଙ୍କୁ ମଧ୍ୟ ପଚରାଉଚରା କରଯାଇଛି । ସବୁ ଦିଗକୁ ନେଇ ତଦନ୍ତ ହେଉଛି । ଅଧ୍ୟାପିକା ତାଙ୍କର ଯେଉଁ ମିଟିଂ ଯିବାବେଳେ ବିଳମ୍ବ ହେବାରୁ ସେନେଇ ଏକ ପ୍ରକାର ଚାପରେ ଥିଲେ । ସେହି ଚାପ କିପରି ପରିସ୍ଥିତିରେ ଉପୁଜିଲା ସେ ଦିଗରେ ପୋଲିସ ତଦନ୍ତ କରୁଛି । ହେଲେ ଏଯାବତ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ ।

ଏହା ମଧ୍ୟ ପଢନ୍ତୁ .....ଡ୍ରେନରେ ବୁଡି ନାବାଳକ ମୃତ୍ୟୁ ଘଟଣା, ସହକାରୀ ଯନ୍ତ୍ରୀ ନିଲମ୍ବିତ - BMC Assistant Engineer Suspended

ଗୋଟିଏ ପଟେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ । ଅନ୍ୟପଟେ ପୋଲିସର ମାନସିକ ଚାପର ସୁରାକ ପାଇବା । ଏହାରି ଭିତରେ କଲେଜର ଟପ୍ କର୍ମାଚରୀଆଙ୍କ ପାଇଁ ଅଡୁଆ ବଢ଼ାଇଛି । ହେଲେ ବାସ୍ତବିକ ଜଣେ ଅଧ୍ୟାପିକାଙ୍କ ମୃତ୍ୟୁ ପଛର ରାଜ କ'ଣ ପୋଲିସ ପାଇଁ କାଢ଼ିବା ଚ୍ୟାଲେଞ୍ଜ ହୋଇଛି । କାରଣ ପୂର୍ବରୁ ବିଜେବି କଲେଜ ଛାତ୍ରୀ ମୃତ୍ୟୁର ରହସ୍ୟ ଫିଟାଇବାରେ ପୋଲିସର ତଦନ୍ତକୁ ଅନେକ ପ୍ରଶ୍ନ ଠିଆ ହୋଇଥିବା ବେଳେ । ଏବେ ନୂତନ ସରକାର ସମୟରେ ମହିଳାଙ୍କୁ ଗୁରୁତ୍ବ ଦେଉଥିବା ବିଜେପି ସରକାର ସମୟରେ ପୋଲିସ ଘଟଣାରେ କିପରି ଗୁରୁତ୍ବ ସହ ତଦନ୍ତ କରୁଛି ସେନେଇ ସଭିଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.