ETV Bharat / state

ହିନ୍ଦୋଳ ଉପକାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ - Prisoner dies in Hindol jail - PRISONER DIES IN HINDOL JAIL

Prisoner dies in Hindol jail: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପକାରଗାରରେ ବିଚାରଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ହତ୍ୟା ମାମଲାରେ ଜେଲରେ ଥିଲେ । ଅଧିକ ପଢନ୍ତୁ

Prisoner dies in Hindol jail
Prisoner dies in Hindol jail
author img

By ETV Bharat Odisha Team

Published : Mar 27, 2024, 11:48 AM IST

Updated : Mar 27, 2024, 1:38 PM IST

Prisoner dies in Hindol jail

ଢେଙ୍କାନାଳ: ହିନ୍ଦୋଳ ଉପକାରଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ । ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ହିନ୍ଦୋଳ ଉପକାରଗାରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ତେବେ ମୃତ ବିଚାରଧୀନ କଏଦୀ ଜଣଙ୍କ ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରୂପାଲି ଗ୍ରାମର ବିଜୟ ନାୟକ ବୋଲି ଜଣାପଡିଛି । ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।

ସୂଚନା ମୁତାବକ, ଜଗତସିଂହପୁରର ବିଶ୍ୱଜିତ ବାରିକ ନାମକ ଜଣେ ଯୁବକ ବିଜୟଙ୍କ ଝିଅକୁ ପ୍ରେମ ବିବାହ କରି ବିଜୟଙ୍କ ଘରେ ରୂପାଲି ଗ୍ରାମରେ ରହୁଥିଲେ । ମାତ୍ର ବିଶ୍ୱଜିତଙ୍କୁ କେହି ହତ୍ୟା କରିବା ମାମଲାରେ ବିଜୟ ନାୟକ ଓ ତାଙ୍କ ପୁଅ ଦେବବ୍ରତ ନାୟକ ଅଭିଯୁକ୍ତ ଥିଲେ । ଫଳରେ ଏହି ହତ୍ୟା ମାମଲାରେ ଉଭୟ ବାପ ପୁଅଙ୍କୁ ହିନ୍ଦୋଳ ପୋଲିସ ଗିରଫ କରି ଗତ ଜାନୁଆରୀ ୩ ତାରିଖରେ କୋର୍ଟ ଚାଲାଣ କରିଥିଲା । ଜାମିନ ଖାରଜ ଯୋଗୁଁ ଉଭୟ ବିଜୟ ଓ ତାଙ୍କ ପୁଅ ବିଚାରଧୀନ କଏଦୀ ଭାବେ ହିନ୍ଦୋଳ ଉପକାରଗାରରେ ବନ୍ଦୀ ଜୀବନ କାଟୁଥିଲେ ।

ହେଲେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ବିଜୟ ଅସୁସ୍ଥ ହୋଇ ପଡିବାରୁ ଜେଲ କର୍ତ୍ତୁପକ୍ଷ ତାଙ୍କୁ ୧୦୮ ଜରିଆରେ ହିନ୍ଦୋଳ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାକୁ ଯିବା ପୂର୍ବରୁ ବିଜୟଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ତେଣୁ ଉପକାରଗାର ବିଜୟ ଅସୁସ୍ଥ ଥିବା ସମ୍ପର୍କରେ ତାଙ୍କ ପରିବାରକୁ କୌଣସି ସୂଚନା ଦେଇ ନଥିବା ବେଳେ ତାଙ୍କର ଏପରି ଅଚାନକ ମୃତ୍ୟୁକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର । ଫଳରେ ହିନ୍ଦୋଳ ଜେଲରେ ଚାପା ଉତ୍ତେଜନା ଲାଗି ରହିଛି । ସେପଟେ ଏନେଇ ଜେଲ କର୍ତ୍ତୃପକ୍ଷ କିମ୍ବା ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ- ଜେଲରୁ ଚମ୍ପଟ ମାରିଲା କଏଦୀ, ପୋଲିସର ତଦନ୍ତ ଜାରି

ଏନେଇ ମୃତକଙ୍କ ବୋହୂ ପିଙ୍କି ନାୟକ କହିଛନ୍ତି ଯେ, ମିଥ୍ୟା ହତ୍ୟା ଘଟଣାରେ ଶ୍ବଶୂର ଓ ସ୍ବାମୀ ଗତ ୩ ମାସ ହେଲା ଜେଲରେ ଭର୍ତ୍ତି କରିଥିଲେ । ଏଥିସହ ସେମାନଙ୍କ ସହ ଦେଖା କରିବାକୁ ଦେଉ ନ ଥିଲେ । ତାଙ୍କୁ ଏତେ ଦିନ ହେବ ନ ଖାଇବାକୁ ଦେଇ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Mar 27, 2024, 1:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.