ETV Bharat / state

ବିଶ୍ୱ କର୍କଟ ସର୍ଭାଇଭର ଦିବସ, ସଚେତନତା ଦ୍ବାରା କର୍କଟକୁ ରୋକିବା ନେଇ ଗୁରୁତ୍ବାରୋପ - International Cancer Survivors Day

author img

By ETV Bharat Odisha Team

Published : Jun 2, 2024, 8:45 PM IST

International Cancer Survivors Day 2024: ଏସସିବି ମେଡିକାଲରେ କ୍ରିଆ ପକ୍ଷରୁ ଆୟୋଜିତ କର୍କଟ ବିଜୟୀ ଦିବସ ପାଳନ ହୋଇଛି । ସାଧାରଣ ଲୋକେ ସଚେତନ ରହିଲେ କର୍କଟ ରୋଗର ନିରାକରଣ ସମ୍ଭବ ହେଇପାରିବ ବୋଲି କର୍କଟ ରୋଗ ବିଶେଷଜ୍ଞ କହିଛନ୍ତି । ଅଧିକ ପଢନ୍ତୁ

International Cancer Survivors Day 2024
International Cancer Survivors Day 2024 (ETV Bharat Odisha)

କଟକ: ଦିନକୁ ଦିନ ବୃଦ୍ଧି ପାଉଛି କର୍କଟ ରୋଗ । ବିଭିନ୍ନ ବୟସ୍କ, ଯୁବକ ଯୁବତୀମାନେ ଏବଂ ଛୋଟ ପିଲାମାନେ ଏହି ରୋଗରେ ଶିକାର ହେଉଛନ୍ତି । ଏପରିସ୍ଥଳେ ସଚେତନ ହିଁ ଏକମାତ୍ର ଆବଶ୍ୟକତା । ଆଜି ବିଶ୍ୱ କର୍କଟ ସର୍ଭାଇବର ଦିବସରେ ଏପରି ବାର୍ତ୍ତା ରଖିଛନ୍ତି କର୍କଟ ରୋଗ ବିଶେଷଜ୍ଞ । ଏସସିବି ମେଡିକାଲରେ କ୍ରିଆ ପକ୍ଷରୁ ଆୟୋଜିତ କର୍କଟ ବିଜୟୀ ଦିବସରେ ଅନେକ କର୍କଟ ବିଜୟୀ ଯୋଦ୍ଧା ମାନଙ୍କୁ କରାଯାଇଛି ପୁରସ୍କୃତ । ଏହାସହ ଏହି ରୋଗର କାରଣ ଓ ନିରାକରଣ ସମ୍ପର୍କିତ ଏକ ସଚେତନତା ବୈଠକ ଆୟୋଜିତ କରାଯାଇଥିଲା । ଏହି ରୋଗକୁ କିଭଳି ପ୍ରତିହତ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... ଚିନ୍ତା ବଢ଼ାଉଛି ଗ୍ୟାଷ୍ଟିକ ସମସ୍ୟା, କେମିତି ମୁକୁଳିବେ ? ଜାଣନ୍ତୁ - GASTRO WORKSHOP

ମାରାତ୍ମକ ରୋଗ ପାଇଁ ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ପଦ୍ଧତି ଦ୍ବାରା ଚିକିତ୍ସା କରାଯାଇପାରୁଛି । କର୍କଟ ରୋଗ ବରିଷ୍ଠ ବିଶେଷଜ୍ଞ ଡକ୍ଟର ପ୍ରଶାନ୍ତ କୁମାର ପରିଡା ରୋଗର ବିଭିନ୍ନ ଚିକିତ୍ସା ପଦ୍ଧତି ଉପରେ ଟିକିନିଖି ବୁଝାଇଥିଲେ । ତେବେ ସାଧାରଣ ଲୋକେ ସଚେତନ ରହିଲେ କର୍କଟ ରୋଗର ନିରାକରଣ ସମ୍ଭବ ହେଇପାରିବ ବୋଲି ସେ କହିଛନ୍ତି । କର୍କଟ ରୋଗରେ ପୀଡିତ ରୋଗୀ କେବେବି ଭୟଭୀତ ନ ହେବାପାଇଁ ପରାମର୍ଶ ଦେଇଛନ୍ତି କ୍ୟାନ୍ସର ଆରୋଗ୍ୟ ବ୍ୟକ୍ତି । ତେବେ ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଲବ୍ଧ ରହିଛି ଏବଂ ଉନ୍ନତ ମାନର ଚିକିତ୍ସା ସେବା ମଧ୍ୟ ମିଳିପାରୁଛି । ଏଥିସହିତ ରୋଗର ମୂଳୋତ୍ପାଟନ ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ମଧ୍ୟ ବ୍ୟାପକ ଭାବେ ସଚେତନତା ସୃଷ୍ଟି କରାଯାଇଥିବା ସେ କହିଛନ୍ତି ।

ଅନ୍ୟପଟେ ଡାକ୍ତର ମାନେ କର୍କଟ ରୋଗର ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ ନହେବା ଏକ ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି । ଭାରତରେ ପ୍ରତି ବର୍ଷ 12 ଲକ୍ଷ କ୍ୟାନ୍ସର ରୋଗୀ ଚିହ୍ନଟ ହେଉଥିବା ବେଳେ ଓଡିଶାରେ 60 ରୁ 70 ହଜାର କ୍ୟାନ୍ସର ରୋଗୀ ବାର୍ଷିକ ଚିହ୍ନଟ ହେଉଛନ୍ତି । ଏପରି ସ୍ଥଳେ ସଚେତନତା ହିଁ ଏକମାତ୍ର ବିକଳ୍ପ ବୋଲି ସମସ୍ତେ ମତବ୍ୟକ୍ତ କରିଥିବା ବେଳେ କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ଏ ସଚେତନତା କାଯ୍ୟକ୍ରମକୁ ଜୋରଦାର କଲେ କର୍କଟ ରୋଗ ଉପରେ ବିଜୟ ପ୍ରାପ୍ତି ସହଜ ହେବ । ଅନ୍ୟପଟେ 2019 ମସିହାରେ ଏହାର ସଫଳ ଚିକିତ୍ସା 19 ଶତକଡା ଥିବା ବେଳେ ତାହା ବର୍ତ୍ତମାନ 50 ରୁ 60 ଶତକଡ଼ା ହୋଇପାରିଛି । କର୍କଟ ରୋଗର ଜୀବନ ଯୁଦ୍ଧରେ ଜିତିଥିବା ପୀଡିତ ମାନେ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ । କ୍ୟାନ୍ସର ଜୟୀ ମାନେ ଅନ୍ୟ ରୋଗୀ ମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି କର୍କଟ ରୋଗ ବିଶେଷଜ୍ଞ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.