ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ତିନି ପରାମର୍ଶଦାତାଙ୍କ ସହ ଆଇଟି ସଚିବଙ୍କ ଇସ୍ତଫା - Suresh Mohapatra resigns

author img

By ETV Bharat Odisha Team

Published : Jun 6, 2024, 4:54 PM IST

Updated : Jun 6, 2024, 5:54 PM IST

Suresh Mohapatra resign from the post Chief Advisor To CMO: CMO ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ସୁରେଶ ମହାପାତ୍ର । ‘ସିଏମଓ’ରେ ଏକାଧିକ ବଡ ଦାୟିତ୍ବରେ ଥିବା ଅଧିକାରୀ ମଧ୍ୟ ଦେଲେ ଇସ୍ତଫା । ଗ୍ରହଣ କଲା ସାଧାରଣ ପ୍ରଶାସନ ବିଭାଗ ।

CMO ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ରଙ୍କ ସହ ଏକାଧିକ ଅଧିକାରୀ ଦେଲେ ଇସ୍ତଫା
CMO ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ରଙ୍କ ସହ ଏକାଧିକ ଅଧିକାରୀ ଦେଲେ ଇସ୍ତଫା (ETV Bharat Odisha)

ଭୁବନେଶ୍ବର: ଓଡିଶାରେ ଗଡ଼ିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ସରକାର । ଦଳର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ର ଗ୍ରହଣ କରିବା ସହ ସାମ୍ବିଧାନିକ ପରମ୍ପରା ଅନୁସାରେ, ରାଜ୍ୟପାଳଙ୍କ ଅନୁରୋଧ କ୍ରମେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ନବୀନ । ତେବେ ନବୀନଙ୍କ ଇସ୍ତଫା ପରେ ତାଙ୍କର ୩ଜଣ ପରାମର୍ଶଦାତା ଓ ଆଇଟିି ସଚିବ ମଧ୍ୟ ଇସ୍ତଫା ଦେଇଛନ୍ତି । ତିନି ପୂର୍ବତନ ବରିଷ୍ଠ ‘ଆଇଏଏସ’ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ର ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର, ପରାମର୍ଶଦାତା ଆର.ବାଲକ୍ରିଷ୍ଣନ ଓ ଉପେନ୍ଦ୍ର ତ୍ରିପାଠୀ ଓ ଆଇଟି ସଚିବ ଥିବା ମନୋଜ ମିଶ୍ର ନିଜ ନିଜ ପଦରୁ ଗତକାଲି (ବୁଧବାର) ଇସ୍ତଫା ଦେଇଛନ୍ତି । 4 ଜଣଙ୍କ ଇସ୍ତଫା ପତ୍ର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗ୍ରହଣ ହୋଇସାରିଥିବା ମଧ୍ୟ ଜଣାପଡିଛି ।

ସୁରେଶଙ୍କ ସହ ବାଲକ୍ରିଷ୍ଣନ ଓ ଉପେନ୍ଦ୍ର ମଧ୍ୟ ଛାଡିଲେ ପଦ:-

ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ବହୁ ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାଇତ୍ୱ ତୁଲାଇବା ପରେ ବରିଷ୍ଠ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ହୋଇଥିଲେ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସରିବା ପରେ ସେତେବେଳେ ଦୁଇଟି ପର୍ଯ୍ୟାୟରେ ସୁରେଶଙ୍କ କାର୍ଯ୍ୟକାଳକୁ 1ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ପରେ ସୁରେଶଙ୍କୁ ବିଦ୍ୟୁତ ନିୟାମକ ଆୟୋଗ ବା ‘ଓଇଆରସି’ ଦାୟିତ୍ଵ ଦିଆଯାଇଥିଲା । ଏହା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା । ସେହିପରି ଅନ୍ୟ ଜଣେ ବରିଷ୍ଠ ଆଇଏଏସ ଆର.ବାଲକ୍ରିଷ୍ଣନ ଅବସର ପୂର୍ବରୁ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଥିଲେ । ଅବସର ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା । ତ୍ରିପୁରାରେ ମୁଖ୍ୟ ଶାସନ ସଚିବ ଥିଲେ ଓଡ଼ିଆ ଆଇଏଏସ ଉପେନ୍ଦ୍ର ତ୍ରିପାଠୀ । ମାଣିକ ସରକାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵରେ ଥିଲେ । ଅବସର ପରେ ସେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତି ପାଇଥିଲେ । 3 ଜଣଯାକ ପରାମର୍ଶଦାତା ଲୋକସେବା ଭବନରୁ କାର୍ଯ୍ୟ କରୁଥିଲେ । ଗତକାଲି ସେମାନେ ନିଜ ପଦ ଛାଡ଼ିଛନ୍ତି । ତିନିଜଣଙ୍କ ଇସ୍ତଫା ପତ୍ର ଗ୍ରହଣ ହୋଇଥିବା ସାଧାରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଏଥର ଦିଲ୍ଲୀ ଦରବାରରେ ଓଡିଶାକୁ ପ୍ରତିନିଧିତ୍ବ କରିବେ 4 ମହିଳା, ଜାଣନ୍ତୁ କେଉଁ ଦଳ କେତେ ମହିଳାଙ୍କୁ ଦେଇଥିଲା ଟିକଟ୍‌ - lok sabha election 2024 results

ଏକାଧିକ ଓଏସଡି ମଧ୍ୟ ଛାଡିଲେ ପଦ :-

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଥିବା ଅବସରପ୍ରାପ୍ତ ‘ଓଏଏସ’ ରିତାରଣୀ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟର ‘ଓଏସଡି’ ଥିବା ଅବସରପ୍ରାପ୍ତ ‘ଆଇଏଏସ’ ପ୍ରଦୀପ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ ‘ଓଏଏସ’ ଗୋପବନ୍ଧୁ ଦାସ, ଅବସରପ୍ରାପ୍ତ ‘ଓଏସଏସ’ ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ ମଧ୍ୟ ନଜ ପଦରୁ ଅପସରି ଯାଇଥିବା ଜଣାପଡିଛି । ସେହିପରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଥିବା ବରିଷ୍ଠ ଆଇପିଏସ ଡି.ଏସ କୁଟ୍ଟେଙ୍କୁ ନିର୍ବାଚନ ଆୟୋଗ ଦ୍ବାରା ସସପେଣ୍ଡ ହୋଇ ଦିଲ୍ଲୀରେ ଅବସ୍ଥାପିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଉ ଦୁଇ ଜଣ ସ୍ୱତନ୍ତ୍ର ସଚିବ ତଥା ‘ଆଇଏଏସ’ ଭିନିଲ କ୍ରିଷ୍ଣ ଓ ରୁପା ରୋସନ ସାହୁ ମଧ୍ୟ ଦାଇତ୍ୱରୁ ଅପସରି ଯାଇଛନ୍ତି । ସରକାରରେ ଭିନିଲ କ୍ରୀଡା ଓ ରୁପା ଆଦିବାସୀ କଲ୍ୟାଣ ବିଭାଗ ଦାୟିତ୍ୱରେ ଅଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଆଇଟି ସଚିବ ଥିବା ମନୋଜ ମିଶ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମନୋଜ ଜଣେ ପୂର୍ବତନ ଆଇଆରଟିଏସ ଅଧିକାରୀ । ସେ ଡେପୁଟେସନରେ ଆସି ରାଜ୍ୟ ସରକାରରେ ଆଇଟି ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । ପରବର୍ତ୍ତୀ ସମୟରେ ସେ ଆଇଆରଟିଏସରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । କିନ୍ତୁ ରାଜ୍ୟ ସରକାର ମନୋଜଙ୍କୁ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଓଡିଶା ଇତିହାସରେ ପ୍ରଥମ ଥର ଲାଗି ଜଣେ ବ୍ୟକ୍ତିଙ୍କୁ ପ୍ରମୁଖ ସଚିବ ଭାବେ ଠିକା ନିଯୁକ୍ତି ମିଳିଥିଲା । ଏହା ସହ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି ଭାବେ ନିଯୁକ୍ତି ପାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2024, 5:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.