ETV Bharat / state

CDA ଜମି କେଳେଙ୍କାରୀ, ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ

author img

By ETV Bharat Odisha Team

Published : Feb 13, 2024, 11:39 AM IST

CDA Petition Rejected: ଜମି କେଳେଙ୍କାରୀ ନେଇ ସିଡିଏ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ,

CDA ଜମି କେଳେଙ୍କାରୀ
CDA ଜମି କେଳେଙ୍କାରୀ

କଟକ: କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ସିଡିଏ ଦ୍ୱାରା ଆବଣ୍ଟିତ ଜମିକୁ ତୃତୀୟ ପକ୍ଷଙ୍କୁ ବିକ୍ରି ବା ହସ୍ତାନ୍ତର ସମୟରେ ବଜାର ଦର ଓ ଆବଣ୍ଟିତ ସମୟର ଦର ମଧ୍ୟରେ ରହିଥିବା ତାରତମ୍ୟ ରାଶିର ଶତକଡା ୫୦ ପ୍ରତିଶତ ପଇଠ କରିବାକୁ ପଡିବ ନାହିଁ । ଅର୍ଥାତ ହାଇକୋର୍ଟଙ୍କ ଏ ସଂପର୍କିତ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟଙ୍କ ରାୟ ବିରୋଧରେ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିଡିଏ ତରଫରୁ ଦାୟର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । 2011 ମସିହା ମେ 17 ତାରିଖରେ ଯେଉଁ ରାୟ ପ୍ରଦାନ କରିଥିଲେ ତାହାକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ରାୟ ପରେ ସିଡିଏ ଦ୍ୱାରା ଆବଣ୍ଟନ ହୋଇଥିବା ଜମିର ମାଲିକ ଏଣିକି ଅଧିକ ଖର୍ଚ୍ଚାନ୍ତ ନ ହୋଇ ତୃତୀୟ ପକ୍ଷଙ୍କୁ ଜମି ବିକ୍ରି ବା ହସ୍ତାନ୍ତର କରିପାରିବେ ।

ଏହା ମଧ୍ୟ ପଢନ୍ତୁ: CDA ଜମି କେଳେଙ୍କାରୀ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

କଣ ଥିଲା ପୁରା ମାମଲା: ଆବେଦନକାରୀ ମହେନ୍ଦ୍ର କୁମାର ପୂଜାରୀ ତାଙ୍କ ସିଡିଏ ସେକ୍ଟର-୬ସ୍ଥିତ ଏକ ପ୍ଲଟକୁ ତୃତୀୟ ପକ୍ଷଙ୍କୁ ହସ୍ତାନ୍ତର କରିବା ପାଇଁ ସିଡିଏରେ ଗତ ୨୦୦୫ରେ ଦରଖାସ୍ତ କରିଥିଲେ । ବହୁବାର ନିବେଦନ ପରେ ଏହି ଜମି ହସ୍ତାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଜମି ଆବଣ୍ଟନ ସମୟ ମୂଲ୍ୟ ହିସାବରେ ୨୦୦୭-୧୮ରେ ଥିବା ସେହି ଜମିର ବଜାର ମୂଲ୍ୟର ତାରତମ୍ୟ ଅର୍ଥ ଓ ଅନ୍ୟ ପ୍ରଶାସନିକ ଖର୍ଚ୍ଚ ବାବଦରେ ୪ ଲକ୍ଷ ୧୪ହଜାର ଟଙ୍କା ଦାବି କରିଥିଲେ । ପରବର୍ତ୍ତୀ ସମୟରେ ନଗର ଉନ୍ନୟନ ବିଭାଗ 2008 ମସିହାର ଚିଠି ଆଘଧାରରରେ ହିସାବ କରି ସିଡିଏ ଦେୟ ବାବଦରେ ୩ ଲକ୍ଷ ୫୯ ହଜାର ୮୩୪ ଟଙ୍କା ପଇଠ କରିବାକୁ ମହେନ୍ଦ୍ର କୁମାର ପୂଜାରୀଙ୍କୁ କହିଥିଲେ । ତେବେ ସିଡିଏର ଏଭଳି ଅଧିକ ଅର୍ଥ ଦାବିକୁ ବିରୋଧ କରି ମହେନ୍ଦ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବଣ୍ଟିତ ଦର ଓ ବଜାର ଦରରର ତାରତମ୍ୟ ଅର୍ଥର ୫୦ ପ୍ରତିଶତ ଦାବି କରିବାର ଅଧିକାର ସିଡିଏ କର୍ତ୍ତୃୃପକ୍ଷଙ୍କ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଥିଲେ । ଏଥିସହ ଆବେଦନକାରୀଙ୍କ ପ୍ଲଟକୁ ଦୁଇ ମାସ ମଧ୍ୟରେ ତୃତୀୟ ପକ୍ଷଙ୍କ ନାଁକୁ ସ୍ଥାନାନ୍ତର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ସିଡିଏ ସୁପ୍ରିମକୋର୍ଟରେ ୨୦୧୧ରେ ମାମଲା ରୁଜୁ କରିଥିଲା । ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.