ETV Bharat / state

ପୁରୀରୁ ଲଢ଼ିବେ ମହେଶ୍ବରଙ୍କ ପୁଅ ସୁନିଲ - puri ASSEMBLY ELECTIONS 2024

author img

By ETV Bharat Odisha Team

Published : Mar 27, 2024, 8:15 PM IST

PURI ASSEMBLY ELECTIONS 2024:ଚଳିତ ନିର୍ବାଚନ ପାଇଁ ବିଜେଡ଼ି ତାର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପୁରୀରୁ ଲଢିବେ ସ୍ବର୍ଗତ ମହେଶ୍ଵର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି । ଅଧିକ ପଢନ୍ତୁ

ପୁରୀରୁ ଲଢ଼ିବେ ମହେଶ୍ବରଙ୍କ ପୁଅ ସୁନିଲ
ପୁରୀରୁ ଲଢ଼ିବେ ମହେଶ୍ବରଙ୍କ ପୁଅ ସୁନିଲ

ପୁରୀରୁ ଲଢ଼ିବେ ମହେଶ୍ବରଙ୍କ ପୁଅ ସୁନିଲ

ପୁରୀ: ଚଳଚଞ୍ଚଳ ପୁରୀ ରାଜନୀତି । ଚଳିତ ନିର୍ବାଚନ ପାଇଁ ବିଜେଡ଼ି ଘୋଷଣା କରିଛି ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପୁରୀ ବିଧାନସଭା ଆସନରୁ ବିଜେଡ଼ିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସ୍ବର୍ଗତ ମହେଶ୍ଵର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ତେବେ ସୁନିଲ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ବିଜେଡି କର୍ମୀଙ୍କ ଗହଣରେ ଆନନ୍ଦର ଲହରୀ ଖେଳିଯାଇଛି । ସୁନିଲ ମହାନ୍ତିଙ୍କୁ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରାର୍ଥୀ କରିଥିବାରୁ ସୁନିଲ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ବିଜେଡ଼ିର ବରିଷ୍ଠ ନେତୃବୃନ୍ଦଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି । ତେବେ ଆଗାମୀ ନିର୍ବାଚନରେ ସେ ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ପୁରୀ ସଦର ନିର୍ବାଚନ ମଣ୍ଡଳୀର ଗୁରୁଜନ, ଭାଇ ଭଉଣୀଙ୍କ ଆଶୀର୍ବାଦରୁ ନିଶ୍ଚିତ ଜିତିବେ ବୋଲି ସେ ଆଶା ରଖିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ, ପୁରୀ ସହର ଓ ସଦର ଅଞ୍ଚଳର ଅନେକ ବିକାଶ ତାଙ୍କ ବାପା କରିଛନ୍ତି । ଏଣୁ ତାଙ୍କ ବାପାଙ୍କୁ ପରିବାର ଭଳି ସମର୍ଥନ ଦେଉଥିବା ଲୋକମାନେ ତାଙ୍କୁ ମଧ୍ୟ ବିପୁଳ ଆଶୀର୍ବାଦ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସହରକୁ ଐତିହନଗରୀ ଭାବେ ନିର୍ମାଣ କରିଥିବା ବେଳେ ପୁରୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସେ ବହୁତ୍ କିଛି ସ୍ବପ୍ନ ଦେଖିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀ ଲୋକେ ତାଙ୍କୁ ଆଶୀର୍ବାଦ ଦେଇ ଜିତାଇଲେ,ସେ ସମସ୍ତ ଆଶା ପୂରଣ ଦିଗରେ କାର୍ଯ୍ୟ କରିବେ ।

ଏହା ମଧ୍ୟ ପଢନ୍ତୁ ...ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ନବୀନ, ସମ୍ବଲପୁରରୁ ପ୍ରଣବ ପ୍ରକାଶ - General Elections 2024

ତେବେ ଆଗାମୀ ନିର୍ବାଚନରେ ବିରୋଧୀ ବିଜେପି କଡ଼ା ଟକ୍କର ଦେବାକୁ ଥିବାବେଳେ ସେ କିଭଳି ମୁକାବିଲା କରିବେ ? ସେ ପ୍ରଶ୍ନର ଉତ୍ତର ଦେଇ ସୁନିଲ କହିଛନ୍ତି ଯେ, ପ୍ରତ୍ୟେକ ନିର୍ବାଚନରେ ପ୍ରତିପକ୍ଷ ଦଳ ସହ ଲଢେ଼ଇ ହୁଏ । ଏହା ନିର୍ବାଚନର ଅଂଶ ବିଶେଷ । ତେବେ ପୁରୀ ନିର୍ବାଚନ ମଣ୍ଡଳୀବାସୀଙ୍କ ଯାହା ଉପରେ ଭଲ ପାଇବା, ଆଶୀର୍ବାଦ ରହିବ । ସେ ହିଁ ଜିତିବି । ସେପଟେ ବିଜେଡ଼ି ପୁରୀ ଲୋକସଭା ପାଇଁ ଅରୂପ ପଟ୍ଟନାୟକଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଛି । ରାଜ୍ୟର ଏକ ଚର୍ଚ୍ଚିତ ଆସନ ପୁରୀ ହୋଇଥିବା ବେଳେ ଦେଖିବାକୁ ବାକି ରହିଲା ଏହି ଆସନରୁ କିଏ ବିଜିମାତ କରୁଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.