ETV Bharat / state

ଖରା ଛୁଟି ଘୋଷଣା କଲେ ସରକାର, ଜାଣନ୍ତୁ କେବେଠୁ ? - Summer Vacation In Odisha

Summer Vacation: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । କେବେ ଠାରୁ ସ୍କୁଲ ବନ୍ଦ ହେବ ଜାଣନ୍ତୁ ।

author img

By ETV Bharat Odisha Team

Published : Apr 21, 2024, 3:37 PM IST

Updated : Apr 21, 2024, 4:02 PM IST

ଗ୍ରୀଷ୍ମ ପ୍ରବାହକୁ ନେଇ ଘୋଷଣା ହେଲା ଖରାଛୁଟି
ଗ୍ରୀଷ୍ମ ପ୍ରବାହକୁ ନେଇ ଘୋଷଣା ହେଲା ଖରାଛୁଟି

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ତାରିଖ ଠାରୁ ରାଜ୍ୟରେ ଖରାଛୁଟି ହେବା ନେଇ ଆଜି (ରବିବାର) ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେହିପରି ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ 3 ଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ ।

ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାର ଚଳିତ ଏପ୍ରିଲ ୨୨ (ସୋମବାର)ରୁ ୨୪ ତାରିଖ (ବୁଧବାର) ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲିବା ପାଇଁ ନିଷ୍ପରି ନେଇଛନ୍ତି ରାଜ୍ୟ ସରକାର । ଏପଟେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଚଳିତ ଏପ୍ରିଲ ୨୫ ତାରିଖ (ଗୁରୁବାର) ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଅବକାଶ ଘୋଷଣା କରିଛନ୍ତି । ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶୈକ୍ଷିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବା ।

ସୂଚନା ଅନୁଯାୟୀ, ଶିକ୍ଷାବର୍ଷ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଷୟଭିତ୍ତିକ କାର୍ଯ୍ୟ ତଥା ନିଜର ଦକ୍ଷତା ଓ କୌଶଳର ଅଭିବୃତ୍ତି ପାଇଁ କେତେକ ଅବକାସକାଳୀନ ଗୃହକାର୍ଯ୍ୟ ଦିଆଯାଇଥାଏ । ଏହା ଦ୍ବାରା ଛାତ୍ରଛାତ୍ରୀମାନେ ନିଜର ସମୟକୁ ଉପଯୁକ୍ତ ଭାବରେ ବିନିଯୋଗ କରିବା ସହିତ ପୂର୍ବ ଶ୍ରେଣୀର ଧାରଣା ଗୁଡିକକୁ ଦୃଢ଼ୀକରଣ କରିବା ଓ କିଛି ମାତ୍ରାରେ ନୂତନ ଶ୍ରେଣୀର ପାଠକୁ ଶିଖିବାରେ ସହାୟକ ହୋଇପାରିବ । ଏହାସହ ବିଦ୍ୟାଳୟ ଆସବାପତ୍ର ସମ୍ପତି ରକ୍ଷଣାବେକ୍ଷଣ ସମେତ ସୁପରିଚାଳନା ଆଦିକୁ ଧ୍ୟାନ ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନେଇ ଘୁରି ବୁଲୁଛି ମିଥ୍ୟା ଖବର - FAKE NEWS SCHOOL CLOSED

ଗ୍ରୀଷ୍ମ ଛୁଟି ସମୟରେ ସ୍ମାର୍ଟ ଶ୍ରେଣୀ ଗୃହ, ବିଜ୍ଞାନ ପ୍ରୟୋଗସାଳା, ଇ-ଲାଇବ୍ରେରୀ, ଜଳ ଯୋଗାଣ ବ୍ୟବସ୍ଥା, ଶୌଚାଳୟ, ବିଦ୍ୟାଳୟ ପରିସର ଏବଂ କ୍ରୀଡା ଉପକରଣ ଆଦିକୁ ଗ୍ରୀଷ୍ମ ଛୁଟି ସମୟରେ ସଠିକ ଭାବରେ ରକ୍ଷଣାବେକ୍ଷଣ କରିବା ଆବଶ୍ୟକ । ଏହାସହ ୟୁଡ଼ାଇସ ପ୍ଲସକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ୟୁଡ଼ାଇସ ପ୍ଲସରେ ବିଦ୍ୟାଳୟର ଶିକ୍ଷ୍ୟା ଓ ସାକ୍ଷରତା ଉପରେ କିଭଳି ଭାବରେ ସଠିକ ଭାବରେ ଡାଟା ଅପଲୋର୍ଡ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ତେବେ ଉଚ୍ଚ ମାଧ୍ୟମିକ ପ୍ରଧାନ ଶିକ୍ଷକଙ୍କ ସପ୍ତମ ବ୍ଲକ୍ ସ୍ତରୀୟ ମାସିକ ଆଲୋଚନାରେ ଏହି ସମସ୍ତ ବିଷୟ ଗୁଡିକକୁ ବିଶେଷ ଭାବରେ ଗୁରୁତ୍ଵ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 21, 2024, 4:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.