ETV Bharat / state

ଜଟଣୀରୁ ସ୍ୱାଧୀନ ଭାବେ ଲଢିବେ ସୁଜିତ, ଆରମ୍ଭ କଲେ ପ୍ରଚାର - jatani assembly constituency

author img

By ETV Bharat Odisha Team

Published : Apr 19, 2024, 6:13 PM IST

JATANI ASSEMBLY CONSTITUENCY: ଚଳଚଞ୍ଚଳ ଖୋର୍ଦ୍ଧା ରାଜନୀତି । ଚର୍ଚ୍ଚିତ ଜଟଣୀ ବିଧାନସଭା ଆସନରେ ସ୍ବାଧୀନ ପ୍ରର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ଯୁବ ନେତା ସୁଜିତ ବଳବନ୍ତରାୟ । ଅଧିକ ପଢନ୍ତୁ

ଜଟଣୀରୁ ସ୍ୱାଧୀନ ଭାବେ ଲଢିବେ ସୁଜିତ, ଆରମ୍ଭ କଲେ ପ୍ରଚାର

ଖୋର୍ଦ୍ଧା: ଚଳଚଞ୍ଚଳ ଖୋର୍ଦ୍ଧା ଜଟଣୀ ରାଜନୀତି । ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ ଏବେ ମୈଦାନ ମୁହାଁ ପ୍ରାର୍ଥୀ । ଲୋକଙ୍କ ନିକଟତର ହେବା ଓ ଲୋକଙ୍କୁ ଭୋଟ ଭିକ୍ଷା କରିବା ପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରୟାସ । ଯଦିଓ ନୋମିନେସନ ପାଇଁ ବହୁ ସମୟ ରହିଛି ତଥାପି ଦୁଆର ଦୁଆର ବୁଲି ପ୍ରଚାର ଆରମ୍ଭ କରି ଦେଇଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରି ଆରମ୍ଭ କରିଛନ୍ତି ପ୍ରଚାର । ଜଟଣୀ ଅଞ୍ଚଳରେ ଯୁବ ସଂଗଠକ ଭାବରେ ପରିଚୟ ପାଇଥିବା ସୁଜିତ ବଳବନ୍ତରାୟ ଚଳିତ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଜଟଣୀ ନିର୍ବାଚନ ମଣ୍ଡଳୀରେ ଯୁବକଙ୍କୁ ନେଇ ଏକ ସ୍ୱତନ୍ତ୍ର ସଂଗଠନ କରିଥିବା ସୁଜିତ ଚଳିତ ନିର୍ବାଚନରେ ଯୁବକମାନଙ୍କୁ ଅସ୍ତ୍ର କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜଟଣୀବାସୀ ଏଥର ପାର୍ଟି ନୁହେଁ ବରଂ ମାଟି ପୁଅକୁ ସମର୍ଥନ କରିବେ ବୋଲି ଆଶା ରଖିଛନ୍ତି ସୁଜିତ । ଜଟଣୀର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ରାଜନୀତିକୁ ସେବା ମନୋଭାବ ନେଇ ଓହ୍ଲାଇଥିବା ସୁଜିତ ଛାତ୍ର ଜୀବନରୁ ସମିତି ସଭ୍ୟ ଭାବେ ବିଜୟୀ ହେବ ପରେ ଜିଲ୍ଲାପରିଷଦ ପାଇଁ ପ୍ରତିଦ୍ବନ୍ଦିତା କରି ଲୋକଙ୍କ ନିକଟତର ହୋଇ ପାରିଥିଲେ ।

ତେବେ ନିଜ ଅଞ୍ଚଳରେ ଜନସାଧାରଣଙ୍କ ପାଇଁ କିଛି କରିବା ପାଇଁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର କରିଛନ୍ତି ଏବଂ ଆଜି ଠାରୁ ଜଟଣୀ ନିର୍ବାଚନ ମଣ୍ଡଳୀର ପଞ୍ଚୁପଲ୍ଲୀ ଶିବ ମନ୍ଦିରରୁ ପୂଜାର୍ଚ୍ଚାନା କରି ପ୍ରଚାର ଆରମ୍ଭ କରିଛନ୍ତି । ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ସୁଜିତ ଭଲ ପ୍ରଦର୍ଶନ କରିବା ସହ ଚଳିତ ନିର୍ବାଚନରେ ସୁଜିତ ନିର୍ଣ୍ଣାୟକ ଭୂମିକା ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ ..... ଜଟଣୀ ପାଇଁ ବିଜେପି ପ୍ରାର୍ଥୀ ହେଲେ ବିଶ୍ବରଞ୍ଜନ, ଥରେ ସୁଯୋଗ ଦେବାକୁ ଜଟଣୀବାସୀଙ୍କୁ କଲେ ନିବେଦନ - Jatni Assembly Constituency

ପ୍ରକାଶ ଯୋଗ୍ୟ, ସେହିପରି ଜଟଣୀ ବିଧାନସଭା କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବରେ ପୁଣିଥରେ ବିଶ୍ବରଞ୍ଜନ ବଡ଼ଜେନାଙ୍କ ନାମ ଘୋଷଣା କରାଯାଇଛି । ୨୦୧୯ ନିର୍ବାଚନରେ ବିଶ୍ବରଞ୍ଜନ ବଡ଼ଜେନା ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ । ସେ ଗତ ୨ ତାରିଖ ଦିନ ନିଜ ଗାଁ ଜଟଣୀ ନପୁଟ ନୀଳକଣ୍ଠେଶ୍ଵର ମନ୍ଦିରରୁ ପ୍ରଚାର ଆରମ୍ଭ କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.