ETV Bharat / state

ଅବହେଳିତ ଅବସ୍ଥାରେ ରେଢ଼ାଖୋଲର ଶୁଆଣୀ ଦେବୀ ପୀଠ, ତେଜୁଛି ପୁନଃଉଦ୍ଧାର ଦାବି - Suhani Pitha In Neglected Condition

Suhani Devi Pitha In Neglected Condition: ଅବହେଳିତ ଅବସ୍ଥାରେ ରହିଛି ସମ୍ୱଲପୁର ଜିଲ୍ଲା ରେଢାଖୋଲର ଶୁଆଣି ଦେବୀ ପୀଠ । ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି ଏଠାକାର ଐତିହ୍ୟ । ତେବେ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହାର ପୁନଃବିକାଶ କରିବାକୁ ସାଧାରଣରେ ଦାବି ହୋଇଛି । ଅଧିକ ପଢନ୍ତୁ

ଅବହେଳିତ ଅବସ୍ଥାରେ ରେଢ଼ାଖୋଲର ଶୁଆଣୀ ଦେବୀ ପୀଠ, ପୁନଃବିକାଶ କରିବାକୁ ଦାବି

author img

By ETV Bharat Odisha Team

Published : Mar 8, 2024, 10:52 AM IST

ଅବହେଳିତ ଅବସ୍ଥାରେ ରେଢ଼ାଖୋଲର ଶୁଆଣୀ ଦେବୀ ପୀଠ, ପୁନଃବିକାଶ କରିବାକୁ ଦାବି

ସମ୍ବଲପୁର: ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଏହି ପୀଠ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ଏସବୁ ସ୍ଥାନକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ଆସିଥାନ୍ତି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ । ତେବେ ଜିଲ୍ଲାରେ ଏବେବି ଏମିତି ବହୁତ ପର୍ଯ୍ୟଟନସ୍ଥଳୀ ରହିଛି ଯାହା ଲୋକଲୋଚନକୁ ଆସିପାରୁ ନାହିଁ । ସେଥିମଧ୍ୟରୁ ରେଢ଼ାଖୋଲ ଉପଖଣ୍ଡର ବଂଶଜାଲ ଗ୍ରାମର ଦେବୀ ଶୁଆଣୀଙ୍କ ପୀଠ ଅନ୍ୟତମ । ଏହି ପୀଠ ବର୍ତ୍ତମାନ ବିକାଶର ଆଢୁଆଳରେ ରହିଯାଇଛି । ଏହି ପୀଠର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି ଏଠାକାର ଐତିହ୍ୟ ।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ବଂଶଜାଲ ଗାଁକୁ ଲାଗି ରହିଥିବା ଶୁଆଣୀ ପାହାଡ଼ ଉପରେ ରହିଛି ଦେବୀ ଶୁଆଣୀଙ୍କ ପୀଠ । ଘଞ୍ଚ ଜଙ୍ଗଲ ଓ ଚିରସ୍ରୋତା ଝରଣା ମା'ଙ୍କ ପୀଠକୁ ଅଧିକ ଆକର୍ଷିତ କରିଥାଏ । କେଉଁ ଆବାହମାନ କାଳରୁ ମାଆ ଏଠାରେ ପୂଜା ପାଇ ଆସୁଛନ୍ତି । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାରରେ ଏଠାରେ ପ୍ରସିଦ୍ଧ ଶୁଆଣୀ ଯାତ୍ରା ହୋଇଥାଏ । ରେଢ଼ାଖୋଲରେ ରାଜା ଶାସନ ଚାଲୁଥିବା ସମୟରେ ଖୁବେଲଗଡ଼ ଜମିଦାରଙ୍କ ତତ୍ତ୍ବାବଧାନରେ ଏହି ଯାତ୍ରା ଆରମ୍ଭ ହୋଇଥିଲା ବୋଲି କୁହାଯାଏ । ରାଜା ଓ ଜମିଦାରଙ୍କ ପରଠାରୁ ଅଞ୍ଚଳବାସୀ ଏହି ଯାତ୍ରାକୁ ବହୁ ଆଡମ୍ବର ସହକାରେ କରିଆସୁଛନ୍ତି । ଏଥିସହ ଶୁଆଣୀ ଦେବୀଙ୍କୁ ନେଇ ଅନେକ କିମ୍ବଦନ୍ତୀ ଓ ଲୋକକଥା ମଧ୍ୟ ରହିଛି । ଦେବୀଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ଅପାର ଭକ୍ତି ଓ ବିଶ୍ୱାସ ରହିଛି । ସାରଳା ଦାସଙ୍କ ମହାଭାରତର ସ୍ଵର୍ଗାରୋହଣ ପର୍ବରେ ଦେବୀ ଶୁଆଣୀଙ୍କ କଥା ବର୍ଣ୍ଣିତ ଥିବା ଲୋକେ କୁହନ୍ତି । ହେଲେ ଏହି ପୀଠର ଐତିହ୍ୟ ଏବେ ଲୋପ ପାଇବାକୁ ବସିଲାଣି । ନା ମନ୍ଦିରକୁ ଯିବା ପାଇଁ ନା ଭଲ ରାସ୍ତା ଅଛି, ନା ହେଉଛି ରକ୍ଷଣାବେକ୍ଷଣା ।

ରେଢ଼ାଖୋଲ ସହର ଠାରୁ ମାତ୍ର ୧୭କିମି ଦୂରରେ ବଂଶଜାଲ ଗାଁ ରହିଛି । ରେଳପଥ ଠାରୁ ଅଳ୍ପ କିଛି ଦୂରରେ ମା' ଶୁହାଣୀ ଦେବୀଙ୍କ ପୀଠ । ହେଲେ ଏହି ପୀଠକୁ ଯିବା ପାଇଁ ଗମନାଗମନ ଭଲ ସୁବିଧା ନାହିଁ । ଅନ୍ୟପଟେ ରକ୍ଷଣା ବେକ୍ଷଣ ଅଭାବରୁ ମନ୍ଦିର ନିକଟରେ ଥିବା ବହୁ ପୁରୁଣା ଶିଳା ଲେଖ ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଏନେଇ ଐତିହାସିକ ମାନେ ଏସମ୍ପର୍କରେ ଗବେଷଣା କରିବାର ଆବଶ୍ୟକତା ରହିଥିବା ସାଧାରଣହରେ ଦାବି ହୋଇଛି । ଏଥିସହ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ଏହି ପୀଠର ବିକାଶ ସମ୍ଭବପର ହୋଇପାରିବ ଏବଂ ଏହି ପୀଠ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରିବ ବୋଲି ଗ୍ରାମବାସୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅବହେଳିତ ଅବସ୍ଥାରେ ଜୈନ ମନ୍ଦିର, ମରାମତି ନାଁରେ ବିନାଶ କରି ଚାଲିଗଲେ ପ୍ରତ୍ନତତ୍ତ୍ୱ ଅଧିକାରୀ !

ସମ୍ୱଲପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.