ETV Bharat / state

ସୁଭଦ୍ରା ସ୍ୱାଗତ ପଦଯାତ୍ରା, ଆଜିଠୁ ଆକାଉଣ୍ଟକୁ ଗଲା ଟଙ୍କା, 17ରେ ପୂରା କିସ୍ତି - Subhadra Yojana

author img

By ETV Bharat Odisha Team

Published : Sep 15, 2024, 3:59 PM IST

PADAYATRA FOR SUBHADRA YOJANA: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି 'ସୁଭଦ୍ରା’ ସ୍ୱାଗତ ପଦଯାତ୍ରା । ଆସନ୍ତୁ ଜାଣିବା କେଉଁ ଦିନ ମିଳିବ 'ସୁଭଦ୍ରା ଯୋଜନା'ର ପ୍ରଥମ କିସ୍ତି ।ଅଧିକ ପଢନ୍ତୁ

PADAYATRA FOR SUBHADRA YOJANA
PADAYATRA FOR SUBHADRA YOJANA (ETV Bharat Odisha)

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ଵରରେ ଆରମ୍ଭ ହୋଇଛି 'ସୁଭଦ୍ରା’ ସ୍ୱାଗତ ପଦଯାତ୍ରା । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓଙ୍କ ସମେତ ସାଂସଦ ଅପରାଜିତା ଷଡଙ୍ଗୀ,ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ବିଏମସି କମିଶନର ଏବଂ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଭୁବନେଶ୍ଵର ଗିରିଦୁର୍ଗା ମନ୍ଦିର ଠାରୁ ରମାଦେବୀ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

'ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଗଲା ୧ଟଙ୍କା ':

ତେବେ ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,"ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ୧ଟଙ୍କା । ଆସନ୍ତା ୧୭ରେ ମିଳିବ ପ୍ରଥମ କିସ୍ତି । ପରୀକ୍ଷାମୂଳକ ଭାବେ ଯୋଗ୍ୟ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଗଲା ୧ଟଙ୍କା । ୧୭ତାରିଖରେ ଆସିବ ପ୍ରଥମ କିସ୍ତି । ଶେଷ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯୋଜନା ନପହଞ୍ଚିବା ଯାଏଁ ଚାଲିବ ପଞ୍ଜୀକରଣ । ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଟଙ୍କା ଆକାଉଣ୍ଟକୁ ଯିବ । ୧୭ ତାରିଖ ପରେ ବି ପଞ୍ଜୀକରଣ ହୋଇଥିବା ଆକାଉଣ୍ଟକୁ ପ୍ରଥମ କିସ୍ତି ଯିବ । ଏବେ ଯାଏଁ ୬୦ ଲକ୍ଷ ମହିଳା ପଞ୍ଜୀକରଣ କରିସାରିଲେଣି । ୧ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ସାମିଲ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।"

ଏହା ମଧ୍ୟ ପଢନ୍ତୁ...Subhadra Yojana: ପ୍ରତି ଘରେ ପହଞ୍ଚିବ ସୁଭଦ୍ରା ରଥ, ଗଣେଶ ପୂଜାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Subhadra Awareness Van

'ବାଟମାରଣା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ':

ବିଧାୟକ ବାବୁ ସିଂ କହିଛନ୍ତି," ବିଜେପି ସରକାର ଲୋକଙ୍କ ସରକାର । ଏ ସରକାର କଥାରେ ନୁହଁ କାମରେ ବିଶ୍ବାସ କରେ । ବିଜେପି ସରକାର ସବୁ ମହିଳାମାନଙ୍କୁ କିପରି ଆତ୍ମନିର୍ଭରଶୀଳ ହେବେ ଏବଂ ମହିଳାମାନେ ଆଗକୁ ଗଲେ ସମାଜ ହସିବ ଏହି ପରିକଳ୍ପନାରେ ସବୁ ମହିଳା ଯୋଡ଼ି ହୁଅନ୍ତୁ ଆମେ ଆହ୍ଵାନ ଦେଉଛୁ । ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ପାଇବା ଦରକାର । ବାଟମାରଣା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । "

ଏହା ମଧ୍ୟ ପଢନ୍ତୁ.....ଓଡ଼ିଶାରେ ଜନ୍ମଦିନ ପାଳିବେ ପ୍ରଧାନମନ୍ତ୍ରୀ ମୋଦି, ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ - PM Modi to visit Odisha

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ :

ଆସନ୍ତା ମଙ୍ଗଳବାର ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କ ଜନ୍ମ ଦିନରେ ଜନତା ମଇଦାନରେ ଲୋକାର୍ପଣ ହେବ 'ସୁଭଦ୍ରା ଯୋଜନା' । ସେଦିନ ହିଁ ହିତାଧିକାରୀଙ୍କ ପାଖକୁ ଯିବ ପ୍ରଥମ ସୁଭଦ୍ରା କିସ୍ତି ଟଙ୍କା ।

ଏହା ମଧ୍ୟ ପଢନ୍ତୁ....ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା - Subhadra Yojana

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.