ETV Bharat / state

ସୁଭଦ୍ରା ଯୋଜନା ନେଇ ବଡ଼ ଅପଡେଟ୍; ତ୍ରୁଟି ଥିଲେ ଆସିବ ଫୋନ, ଜାଣନ୍ତୁ କେବେ ମିଳିବ ତୃତୀୟ ପର୍ଯ୍ୟାୟ ଟଙ୍କା ?

ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ପାଇ ନାହାନ୍ତି ସେମାନଙ୍କ ଦ୍ୱନ୍ଦ ଦୂର କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜାଣନ୍ତୁ କେବେ ମିଳିବ ତୃତୀୟ ପର୍ଯ୍ୟାୟ ଟଙ୍କା ?

author img

By ETV Bharat Odisha Team

Published : 3 hours ago

Updated : 2 hours ago

SUBHADRA YOJANA REGISTRATION ISSUE
SUBHADRA YOJANA REGISTRATION ISSUE (ETV Bharat Odisha)

ଭୁବନେଶ୍ୱର: "ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ପାଇ ନାହାନ୍ତି ‘ସୁଭଦ୍ରା’ ଟଙ୍କା, ସେମାନଙ୍କ ଦ୍ୱନ୍ଦ ଦୂର କଲେ ଉପ ମୁଖ୍ୟମନ୍ତ୍ରୀ । ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ କଲ । ଯେଉଁମାନଙ୍କର କିଛି କମି ରହିଛି ସେମାନଙ୍କୁ ଫୋନ ଯିବ । ବ୍ଲକ ସ୍ତରରେ ଯାଞ୍ଚ ହେବ । ଅଙ୍ଗନ ୱାଡି କର୍ମୀ ମାନେ ପୁଣି ଘରକୁ ଘର ଯିବେ । ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ, ସୁଭଦ୍ରା ଶେଷ ହିତାଧିକାରୀ ନପାଇବା ଯାଏଁ ଦିଆଯିବ ସହାୟତା ରାଶି," ବୋଲି ଆଜି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସମସ୍ତଙ୍କ ପାଖେ ସୁଭଦ୍ରା ଟଙ୍କା ପହଂଚିବ । ତୃତୀୟ ପର୍ଯ୍ୟାୟ ଟଙ୍କା ଯିବା ନେଇ ଠିକଣା ସମୟରେ ଘୋଷଣା ହେବ ତାରିଖ । ଆଜି ଯାଏଁ କୋଟିଏ ୬୦ ହଜାର ଆବେଦନ ହେଲାଣି । କୋଟିଏରୁ ଉର୍ଦ୍ଧ୍ଵ ଲୋକଙ୍କୁ ଦିଆଯିବ । ବଜେଟର କମି ନାହିଁ । ଶେଷ ହିତାଧିକାରୀ ଚୟନ ଯାଏଁ ବାଛିବା ଚାଲିବ ଦେବା ବି ଚାଲିବ । ନୟାପଲ୍ଲୀ ପୂଜା ମଣ୍ଡପ ବୁଲି ବୁଲି ମା’ଙ୍କୁ ଦର୍ଶନ କରିବା ଅବସରରେ ସୁଭଦ୍ରାଙ୍କୁ ନେଇ ଏହି ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ପାଇ ନାହାନ୍ତି ସେମାନଙ୍କ ଦ୍ୱନ୍ଦ ଦୂର କଲେ ଉପ ମୁଖ୍ୟମନ୍ତ୍ରୀ-

  • ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା
  • ସୁଭଦ୍ରା ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍
  • ତୃତୀୟ ପର୍ଯ୍ୟାୟରେ ତ୍ରୁଟି ହେଲେ ଯିବ ଫୋନ କଲ୍
  • ଫୋନ କରି ତ୍ରୁଟି ସଠିକ କରିବାକୁ ଦିଆଯିବ ପରାମର୍ଶ
  • ଘରକୁ ଘର ଯାଇ ତ୍ରୁଟି ଠିକ୍ କରିବେ ଅଙ୍ଗନବାଡି କର୍ମୀ
  • ଏଯାଏଁ ୧ କୋଟି ୬୦ ହଜାର ପଞ୍ଜୀକରଣ

ଏହା ବି ପଢନ୍ତୁ-ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା, ବାରିପଦାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଟ୍ରାନ୍ସଫର

ଏହା ବି ପଢନ୍ତୁ- ୩୫ ଲକ୍ଷ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

ଏହା ବି ପଢନ୍ତୁ- ସୁଭଦ୍ରା ଯୋଜନା ବଡ଼ ଅପଡେଟ: ଯାଇନି 1 ଟଙ୍କା, ୯ରେ ୪୦ ଲକ୍ଷ ମହିଳାଙ୍କୁ ପୂରା କିସ୍ତି, କୋଟିଏ ଟପିଲା ପଞ୍ଜିକରଣ

ଏହା ବି ପଢନ୍ତୁ- ସୁଭଦ୍ରା ଟଙ୍କାର ସଦୁପଯୋଗ, କେଉଁଠି ଦୋକାନ ତ କେଉଁଠି ଗାଈ କିଣିଲେ ମହିଳା - subhadra yojana money

ଜାଣନ୍ତୁ କେବେ ମିଳିବ ତୃତୀୟ ପର୍ଯ୍ୟାୟ ଟଙ୍କା-

ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ । ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ କଲ । ଆବେଦନକାରୀଙ୍କ ଘରେ ପହଞ୍ଚିବେ ଅଙ୍ଗନବାଡୀ କର୍ମୀ । ଖୁବ ଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ ନେଇ ଘୋଷଣା ହେବ ତାରିଖ ।

'ସୁଭଦ୍ରା'ର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟର ରାଶି ହିତାଧିକାରୀ ମହିଳାଙ୍କୁ ଖାତାକୁ ଗଲା-

ଗତ ଅକ୍ଟୋବର 9 ତାରିଖରେ ବାରିପଦାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ କିସ୍ତିର ଏହି ଦ୍ବିତୀୟ ପର୍ଯ୍ୟାୟ ରାଶି ହିତାଧିକାରୀଙ୍କ ଖାତାକୁ ଟ୍ରାନ୍ସଫର କରିଥିଲେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଗୋଟିଏ ପାଦ ଆଗରେ ଓଡ଼ିଶାରେ ବିଜେପି ସରକାର । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିସାରିଥିବା ବେଳେ, ଦ୍ବିତୀୟ ସୋପାନର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅକ୍ଟୋବର ୯ରେ ମୟୂରଭଞ୍ଚ ଜିଲ୍ଲା ବାରିପଦାରେ ସୁଭଦ୍ରା ଟଙ୍କା ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାରପଦା ଛଉ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଟଙ୍କା ପ୍ରଦାନ କରିଥିଲେ । ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆାକଉଣ୍ଟକୁ ଯାଇଛି ସୁଭଦ୍ରା ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳା ପାଇଥିଲେ ସୁଭଦ୍ରା ଟଙ୍କା ।

ମୋଦିଙ୍କ ଜନ୍ମ ଦିନରେ ପ୍ରଥମ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

୭୪ତମ ଜନ୍ମଦିନରେ ଓଡ଼ିଶାର ମହିଳାମାନଙ୍କୁ ବଡ଼ ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବହୁ ପ୍ରତୀକ୍ଷିତ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିଥିଲେ ମୋଦି । ଗତ ସେପ୍ଟେମ୍ବର 17 ତାରିଖରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରାର ପ୍ରଥମ କିସ୍ତି ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ସୁଭଦ୍ରା ଲଞ୍ଚ ହେବା ପରେ ହିତାଧିକାରୀଙ୍କ ଆକାଉଣ୍ଟ ସୁଭଦ୍ରା ଟଙ୍କା ପଠାଯାଇଛି । ଯୋଗ୍ୟ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପ୍ରଥମ ସୁଭଦ୍ରା କିସ୍ତି ଯାଇଛି । 25 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଇଛି 1 ହଜାର 250 କୋଟି ଟଙ୍କା ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.