ETV Bharat / state

ସୁଭଦ୍ରା ଯୋଜନା: ମାତିଲେ ସାଇବର ଠକ, ଏମିତି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ - Subhadra Yojana Cyber Fraud

author img

By ETV Bharat Odisha Team

Published : Sep 16, 2024, 5:45 PM IST

Subhadra Yojana Cyber Fraud: ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବା ପୂର୍ବରୁ ମାତିଲେଣି ସାଇବର ଠକ । ସହାୟତା ବାହାନାରେ ଠକି ନେଇଯିବେ ଠକ । କଣ କରିବେ କଣ ନାହିଁ ରାଜ୍ୟ ସରକାର ଦେଲେ ପରାମର୍ଶ ।

ସୁଭଦ୍ରା ଯୋଜନା
ସୁଭଦ୍ରା ଯୋଜନା (ETV Bharat Odisha)

ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ପ୍ରଧାନମନ୍ତ୍ରୀ ଆସିବେ ଯୋଜନାର କରିବେ ଶୁଭାରମ୍ଭ । ଏହାରି ଭିତରେ ପରୀକ୍ଷାମୂଳକ ଭାବେ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି 1 ଟଙ୍କା । ଏହାର ସୁଯୋଗ ନେଇ ମାତିଲେଣି ସାଇବର ଠକ । ସାଇବର ଠକରୁ ବର୍ତ୍ତିବା ଏଭଳି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ସୁଭଦ୍ରା ଯୋଜନା (ETV Bharat Odisha)

ସଚେତନ କରାଇଲେ ଉପମୁଖ୍ୟମନ୍ତ୍ରୀ:

ସୁଭଦ୍ରା ଯୋଜନା ପାଇବାକୁ ଥିବା ହିତାଧିକାରୀଙ୍କୁ ସଚେତନ କରିଲେ ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନା ନେଇ ସରକାରଙ୍କ ପକ୍ଷରୁ କୌଣସି କଲ୍‌ କିମ୍ବା ଲିଙ୍କ ଯିବ ନାହିଁ । ଯଦି ଆପଣଙ୍କୁ କିଏ ଲିଙ୍କ୍‌ ବା କଲ୍‌ ପାଇଁ କୁହେ ତେବେ ସାଇବର ଠକେଇ ହୋଇପାରେ । ତେଣୁ ଏଥିରୁ ବର୍ତ୍ତିବାକୁ ଅପିଲ୍‌ କଲେ ଉପମୁଖ୍ୟମନ୍ତ୍ରୀ ।

ସୁଭଦ୍ରା ଯୋଜନା
ସୁଭଦ୍ରା ଯୋଜନା (ETV Bharat Odisha)

ଯୋଜନା ଲାଗୁ ପୂର୍ବରୁ ମାତିଲେଣି ସାଇବର ଠକ:

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି, ‘କିଛି ସମୟ ପୂର୍ବରୁ ଖବର ଆସିଛି । ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଯାଇଛି କି ନାହିଁ, ସେଥିପାଇଁ ଜଣଙ୍କୁ ଫୋନ କଲ ଆସିଲା । ଲିଙ୍କରେ କ୍ଲିକ୍ କଲେ ସୁଭଦ୍ରା ଯୋଜନାର ଟଙ୍କା ମିଳିଯିବ ବୋଲି କହିଲେ । ସେହି ବ୍ୟକ୍ତିଙ୍କ ଆକାଉଣ୍ଟରୁ 12 ହଜାର 500 ଟଙ୍କା କଟିଗଲା ।’ ଏସବୁ ସାଇବର ଠକେଇରୁ ବର୍ତ୍ତିବା ପାଇଁ ସଚେତନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସୁଭଦ୍ରା ଯୋଜନା ସମ୍ପର୍କିତ ଖବର ପଢନ୍ତୁ....

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା କନେକ୍ସନ,ଓଡିଆ ଅସ୍ମିତାରୁ ସରକାର ଗଠନ, ଜନ୍ମଦିନରେ 'ସୁଭଦ୍ରା' ଭେଟି

ମୋଦିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ଜନତା ମଇଦାନକୁ ଜଗିବେ ଲେଡି ଅଫିସର

ସୁଭଦ୍ରା ସ୍ୱାଗତ ପଦଯାତ୍ରା, ଆଜିଠୁ ଆକାଉଣ୍ଟକୁ ଗଲା ଟଙ୍କା, 17ରେ ପୂରା କିସ୍ତି

ଜନ୍ମଦିନରେ ଓଡ଼ିଶା ଆସୁଛନ୍ତି ମୋଦି, ଭୁବନେଶ୍ବରରେ ସ୍କୁଲ କଲେଜ ଛୁଟି

ଆକାଉଣ୍ଟକୁ ଟଙ୍କାଏ ନ ଆସିଥିଲେ ଚିନ୍ତିତ ହୁଅନ୍ତୁ ନାହିଁ:

ସୁଭଦ୍ରା ଯୋଜନା
ସୁଭଦ୍ରା ଯୋଜନା (Subhadra Official Page)

ରାଜ୍ୟ ସରକାର ପରୀକ୍ଷଣ ଭାବେ କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ 1 ଟଙ୍କା ପଠାଇଛନ୍ତି । ଆବେଦନ କରିଥିବା କିଛି ମହିଳାଙ୍କୁ ଟଙ୍କାଟିଏ ଆସିଥିବା ବେଳେ କିଛି ମହିଳାଙ୍କୁ ଆସିନଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପ୍ରଭାତି ପରିଡା କହିଛନ୍ତି, ‘ଆକାଉଣ୍ଟକୁ 1 ଟଙ୍କା ଯାଇଥାଉ କି ନଯାଇଥାଉ, ସୁଭଦ୍ରା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ । ଏହି 1 ଟଙ୍କା ଆକାଉଣ୍ଟ ଚେକ୍ ପାଇଁ ଯାଇଛି । ତେଣୁ ଯେଉଁମାନେ 1 ଟଙ୍କା ପାଇ ନାହାନ୍ତି, ସେମାନେ ବି ବ୍ୟସ୍ତ ହୁଅନ୍ତୁ ନାହିଁ । ସବୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ନହେବା ଯାଏଁ ଚାଲିବ ପଞ୍ଜୀକରଣ ।’

65 ଲକ୍ଷ ସୁଭଦ୍ରା ପଞ୍ଜୀକରଣ:

ସୁଭଦ୍ରା ନେଇ ଚାରିଆଡେ ଉତ୍ସାହ । ଜନସେବା କେନ୍ଦ୍ରରେ ଧାଡିରେ ଛିଡା ହୋଇ ପଞ୍ଜୀକରଣ କରୁଛନ୍ତି । ଗତକାଲି ସୁଦ୍ଧା 65 ଲକ୍ଷ ମହିଳା ପଞ୍ଜୀକରଣ କରିଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ‘17 ତାରିଖରେ ପ୍ରଥମ କିସ୍ତି ପାଇବେ ହିତାଧିକାରୀ ମହିଳା । 17 ପରେ ଯେଉଁମାନେ ପଞ୍ଜୀକରଣ କରିବେ ସେମାନେ ତା ପରବର୍ତ୍ତୀ ସମୟରେ 17ର ପ୍ରଥମ କିସ୍ତିର ପଇସା ହିଁ ପାଇବେ । 1 କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀ ପ୍ରଥମ କିସ୍ତି ପାଇବେ । କେହି ବଞ୍ଚିତ ହେବେ ନାହିଁ । ନଭେମ୍ବର ମାସରେ ବି ପଞ୍ଜୀକରଣ କଲେ ସୁଭଦ୍ରାର ପ୍ରଥମ କିସ୍ତି ମିଳିବ । ସୁଭଦ୍ରା ଯୋଜନାର ସହାୟତା ରାଶି ସମସ୍ତଙ୍କୁ ସହଜ ଓ ସରଳ ଭାବେ ପହଞ୍ଚିବ । କେହି ବ୍ୟସ୍ତ, ବିବ୍ରତ, ଭ୍ରମିତ ହୁଅନ୍ତୁ ନାହିଁ କି ଠକେଇର ଶିକାର ହୁଅନ୍ତୁ ନାହିଁ । ସୁଭଦ୍ରା ଆବେଦନ କରନ୍ତୁ ନିଶ୍ଚିତ ରୁହନ୍ତୁ ସୁଭଦ୍ରା ଆପେ ଆପେ ଆପଣଙ୍କ ନିକଟରେ ପହଞ୍ଚିବ ।’

ସୁଭଦ୍ରା ଯୋଜନା
ସୁଭଦ୍ରା ଯୋଜନା (Subhadra Official Page)

କାଲି ଆସୁଛନ୍ତି ମୋଦି:

ଆସନ୍ତାକାଲି(ସେପ୍ଟେମ୍ବର 17) ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଗାଢ଼କଣ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କିଛି ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ସାମିଲ ହେବେ । ସେଠାରୁ ଆସି ସୁଭଦ୍ରା ଯୋଜନାର ସଭା ସ୍ଥଳରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେବା ପକ୍ଷ ପାଳନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ ଓଡ଼ିଶା ଆସୁଛନ୍ତି । ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି, ‘କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଯୋଗ ଦେବେ । ସିଆରପି, ଏମବିକେ ମାନେ ସବୁ ସୁଭଦ୍ରା ହୋଇ ଆସିବେ । ଓଡ଼ିଶାର ମହିଳା ମାନେ ଏକ ଯୁଗାନ୍ତକାରୀ ଓ ଐତିହାସିକ ଦିନର ସାକ୍ଷୀ ହେବେ । ସବୁ ସରକାରୀ ଅଧିକାରୀ ମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହାସହ ରାଜ୍ୟର 338 ଜାଗାରେ କାର୍ଯ୍ୟକ୍ରମକୁ ଲାଇଭ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.