ETV Bharat / state

NEET ପରୀକ୍ଷାରେ ଅନିୟମିତତା ମାମଲା; ଛାତ୍ର କଂଗ୍ରେସର ବିକ୍ଷୋଭ - Student Congress Protest

NEET Exam 2024 Irregularity Case: ନିଟ୍ ପରୀକ୍ଷାରେ ଅନିୟମିତତା ମାମଲା । ଭୁବନେଶ୍ୱର ମାଷ୍ଟରକ୍ୟାଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ । ମୋଦିଙ୍କ କୁଶପୁତ୍ତଳିକା ଦାହ କଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

NEET ପରୀକ୍ଷାରେ ଅନିୟମିତତା ମାମଲା; ଛାତ୍ର କଂଗ୍ରେସର ବିକ୍ଷୋଭ
NEET ପରୀକ୍ଷାରେ ଅନିୟମିତତା ମାମଲା; ଛାତ୍ର କଂଗ୍ରେସର ବିକ୍ଷୋଭarat (ETV Bharat Odisha)
author img

By ETV Bharat Odisha Team

Published : Jun 14, 2024, 3:37 PM IST

ଭୁବନେଶ୍ୱର: ନିଟ ୟୁଜି-୨୦୨୪ ପରୀକ୍ଷାରେ ଅନିୟମିତତା ଓ ଜାଲିଆତି ମାମଲା । ଭୁବନେଶ୍ୱର ମାଷ୍ଟରକ୍ୟାଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତଳିକା ମଧ୍ୟ ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଥମେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ଉପରେ ବର୍ଷିବା ସହ ପୁନଃ ପରୀକ୍ଷା ପାଇଁ ପ୍ରଦେଶ ଛାତ୍ର କଂଗ୍ରେସର ଦାବି କରିଛି । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ନୀରବତା ଦୁର୍ଭାଗ୍ୟଜନକ ବୋଲି ଦାବି କରିଛି ଛାତ୍ର କଂଗ୍ରେସ ।

NEET ପରୀକ୍ଷାରେ ଅନିୟମିତତା ମାମଲା; ଛାତ୍ର କଂଗ୍ରେସର ବିକ୍ଷୋଭ (ETV Bharat Odisha)

ଏନଟିଏ ଦେଶର ମେଧାବୀ ଛାତ୍ରଛାତ୍ରୀଙ୍କ ସହ ଖେଳଖେଳୁଥିଲା ବେଳେ ମୋଦି ସରକାରଙ୍କ ନିରବତା ଦୁର୍ଭାଗ୍ୟଜନକ। ସୁପ୍ରିମକୋର୍ଟ ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ସାଧୁତା ଅବଲମ୍ବନ କରାଯାଇ ନାହିଁ ବୋଲି କହିସାରିଲେଣି । ଅପରପକ୍ଷରେ ପ୍ରଶ୍ନପ୍ରତ ପ୍ରଘଟ ବାରମ୍ବାର ଘଟୁଥ‌ିବା ବେଳେ ମୋଦି ସରକାର ନିରବ ରହୁଛନ୍ତି । ରାହୁଲ ଗାନ୍ଧୀ କଂଗ୍ରେସର ଇସ୍ତାହାରରେ ପ୍ରଶ୍ନପତ୍ର ପ୍ରଘଟ କିପରି ନହେବ ସେଥ‌ିନେଇ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୋଦି ସରକାର ଅମଳରେ ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟକୁ ଛାତ୍ର କଂଗ୍ରେସ ଦୃଢ଼ ବିରୋଧ କରିବ ।

ନିଟ ସ୍କାମ ଏ ରାଷ୍ଟ୍ରର ଛାତ୍ର ସମାଜ ପାଇଁ ଏକ ସାଂଘାତିକ ବିଶ୍ଵାସଘାତକତା । ପ୍ରାୟ ୧୫ ଶହ ପରୀକ୍ଷାର୍ଥିଙ୍କୁ ପ୍ରାୟ ୭୦ରୁ ୮୦ ନମ୍ବର ଗ୍ରେସ ନମ୍ବର ଭାବରେ ଦିଆଯାଇଛି । ଏ ସଂପୂର୍ଣ୍ଣ ଦୁର୍ନୀତିରେ ଏନଟିଏ ସଂପୃକ୍ତ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରକୁ ବାହାରେ ପ୍ରଘଟ କରିବାର ପ୍ରମାଣ ରହିଛି । ଏହା ଦ୍ଵାରା ୨୪ଲକ୍ଷ ପରୀକ୍ଷାର୍ଥୀଙ୍କର ଭବିଷ୍ୟତ ସହ ଖେଳାଯାଇଛି । ଜୁନମାସ ୧୪ ତାରିଖରେ ଫଳାଫଳ ବାହାରିବା କଥା ମାତ୍ର ଯେଉଁଦିନ ସାଧାରଣ ନିର୍ବାଚନ ଅର୍ଥାତ ୧୦ ଦିନ ପୂର୍ବରୁ ନିଟ ପରୀକ୍ଷାର ଫଳାଫଳ ପ୍ରକାଶ କରାଗଲା । ଏହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । କିପରି ସମସ୍ତଙ୍କ ଦୃଷ୍ଟିରୁ ଏହି ଫଳାଫଳ ଏଡ଼େଇଯିବ ସେଥ‌ିପାଇଁ ଏହି ଷଡ଼ଯନ୍ତ୍ର କରାଯାଇଛି । ୬୭ ଜଣ ଛାତ୍ରଙ୍କୁ ପୂର୍ବସଂଖ୍ୟା ୭୨୦ ନମ୍ବର ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ସୁପ୍ରିମକୋର୍ଟଙ୍କ NEET ଛାଟ: 1,563 ପରୀକ୍ଷାର୍ଥୀଙ୍କ ଗ୍ରେସମାର୍କ ରଦ୍ଦ, 23ରେ ସାନିପରୀକ୍ଷା

ନିଟ ପରୀକ୍ଷାର ମୂଲ୍ୟାୟନ ଯେଉଁ ପ୍ରକ୍ରିୟାରେ ହୁଏ ସେହି ପ୍ରକ୍ରିୟାରେ ଜଣେ ପରୀକ୍ଷାର୍ଥୀ ୭୧୮ କିମ୍ବା ୭୧୯ ନମ୍ବର ପାଇପାରିବ ନାହିଁ । ତେଣୁ କିଭଳି ଭାବେ ପରୀକ୍ଷାର୍ଥୀଙ୍କୁ ୭୧୮ ଓ ୭୧୯ ନମ୍ବର ଦିଆଯାଇଛି । ଗୋଟିଏ ପରୀକ୍ଷା କେନ୍ଦ୍ରରେ ଅଧିକାଂଶ ପରୀକ୍ଷାର୍ଥୀ ଟପର ଲିଷ୍ଟରେ ରହିଛନ୍ତି । କେତେକ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ଭୁଲ ପ୍ରଶ୍ନ ବଣ୍ଟନ କରାଯାଇଛି । ପ୍ରଦେଶ ଛାତ୍ର କଂଗ୍ରେସ ଏହି ଘଟଣାରେ ବିଚାରବିଭାଗୀୟ ତଦନ୍ତ ଦାବି କରିବା ସହ ନିଟ ୟୁଜି-୨୦୨୪ ପୁନଃ ପରୀକ୍ଷା କରିବାକୁ ଦାବି କରୁଛି । ଏଥିରେ ସଂପୃକ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ କିଭଳି ଘଟଣାର ପୁନରାବୃତ୍ତି ନହେବ ସେଥ‌ିପାଇଁ ସଚେତନ ରହିବାକୁ ମଧ୍ଯ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.