ETV Bharat / state

ଚୋରାମଦ ଓ ବ୍ରାଉନ ସୁଗାର କାରବାର ଉପରେ ନଜର, ଆକ୍ସନ ମୋଡ୍‌ରେ ଅବକାରୀ ମନ୍ତ୍ରୀ - action against Excise smuggling

author img

By ETV Bharat Odisha Team

Published : Jun 19, 2024, 8:45 AM IST

Excise minister Prithiviraj Harichandan: ରାଜ୍ୟରେ ମାଦକଦ୍ରବ୍ୟ ଚୋରା ଚାଲାଣ ଉପରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ସମୀକ୍ଷା ବୈଠକ ପରେ ଅବକାରୀ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଅଧିକ ପଢନ୍ତୁ

Excise minister Prithiviraj Harichandan
Excise minister Prithiviraj Harichandan (ETV Bharat Odisha)

ଭୁବନେଶ୍ବର: ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ସମୀକ୍ଷା କରିଛନ୍ତି । ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଏହି ସମୀକ୍ଷା ବୈଠକ । ବୈଠକରେ ମନ୍ତ୍ରୀ ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ସମୀକ୍ଷା କରିଛନ୍ତି । ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ମନ୍ତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହ ବିଭାଗର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଛନ୍ତି । ବିଭିନ୍ନ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିଛନ୍ତି । ସେହିଭଳି ଅବକାରୀ କମିଶନର ନରସିଂହ ଭୋଳ ଏବଂ ରାଜ୍ୟ ପାନୀୟ ନିଗମ ପରିଚାଳନା ନିର୍ଦ୍ଦେଶକ ଅମ୍ବର କୁମାର କର ମଧ୍ୟ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ବିଭାଗର କାର୍ଯ୍ୟାଧାରା ଓ ରୂପରେଖ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।

ଅବକାରୀ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି, ରାଜ୍ୟରେ ଚାଲିଥିବା ଚୋରା ମଦ କାରବାର ଉପରେ ରୋକ ଲଗାଅ । ବ୍ରାଉନସୁଗାର ବ୍ୟବହାରକୁ ପ୍ରତିହତ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କର । ବିଭାଗରେ ଅଧିକସଂଖ୍ୟକ କର୍ମଚାରୀ ନିୟୋଜନ ଏବଂ ଚଢ଼ଉକୁ ବ୍ୟାପକ କରିବା ଦିଗରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କର । ସେହିପରି ସେ ବିଭାଗର କାର୍ଯ୍ୟଧାରାରେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ପ୍ରୟୋଗ, ଅଧିକାରୀଙ୍କ ଦକ୍ଷତା ବୃଦ୍ଧି, ବିଭାଗର ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚ୍ଛ ପ୍ରକ୍ରିୟା ଅବଲମ୍ବନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟ ପାନୀୟ ନିଗମର ଉତ୍ପାଦଗୁଡ଼ିକର ରକ୍ଷଣାବେକ୍ଷଣ ନିମନ୍ତେ ଅଧିକ ଗୋଦାମର ଆବଶ୍ୟକତା ରହିଛି । ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ବ୍ୟବଧାନରେ ପ୍ରଶିକ୍ଷଣର ଆବଶ୍ୟକତା ରହିଛି । ଏକ ଅବକାରୀ ଏକାଡେମୀ ପ୍ରତିଷ୍ଠା କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ସ୍ମୃତିରେ ମିଡିଆ ମହାନାୟକ ରାମୋଜୀ ରାଓ, ମନେ ପକାଇଲେ ଓଡିଶା ମିଡିଆ ପରିବାର - TRIBUTE TO RAMOJI RAO

ସେହିଭଳି ନିଶାସକ୍ତ ବ୍ୟକ୍ତିମାନଙ୍କୁ ଯେପରି ନିଶାମୁକ୍ତ କରାଯାଇ ସେମାନଙ୍କୁ ଯେପରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ, ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷାକରି ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅବକାରୀ ବିଭାଗର ଅତିରିକ୍ତ ଶାସନ ସଚିବ ମେରୀ ଲାକ୍ରା, ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ଦାସପଟ୍ଟନାୟକ, ଅର୍ଥ ପରାମର୍ଶଦାତା ରମେଶ ଚନ୍ଦ୍ର ଡାକୁଆ, ଅବକାରୀ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ପାନୀୟ ନିଗମର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.