ETV Bharat / state

ବିଶ୍ବ ଐତିହ୍ୟ ସ୍ଥଳରେ ବୁଲା ଗାଈଗୋରୁ ରାଜ୍, ବିପଦରେ ପର୍ଯ୍ୟଟକଙ୍କ ଜୀବନ - Stray cattle menace

author img

By ETV Bharat Odisha Team

Published : Aug 2, 2024, 8:19 PM IST

Stray cattle issue in Konark: ବିଶ୍ବ ଐତିହ୍ୟ ସ୍ଥଳ କୋଣାର୍କରେ ବୁଲା ଗାଈଗୋରୁଙ୍କ ରାଜ୍ । ରାତିଦିନ କୋଣାର୍କ ମୁଖ୍ୟ ରାସ୍ତାରେ ଗୋରୁପଲ ଚଲାବୁଲା କରୁଥିବାରୁ ବିପଦରେ ପଡୁଛି ପର୍ଯ୍ୟଟକଙ୍କ ଜୀବନ । କେତେବେଳେ ଦୁର୍ଘଟଣାରେ ପର୍ଯ୍ୟଟକ ମୃତାହତ ହେଉଛନ୍ତି ତ ଆଉ କେତେବେଳେ ଏହି ନିରୀହ ପଶୁଙ୍କ ଜୀବନ ଯାଉଛି । ପଢନ୍ତୁ ପୁରା ଖବର

Stray cattle on Konark roads
Stray cattle on Konark roads (ETV Bharat Odisha)

ନିମାପଡ଼ା: ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ । କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ବିଶ୍ବରେ ଅଦ୍ବିତୀୟ । ଏହାର ପରିଦର୍ଶନ ପାଇଁ ପ୍ରତିଦିନ ଦେଶ ବିଦେଶରୁ ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । କିନ୍ତୁ ଏହି ବିଶ୍ବ ଐତିହ୍ୟସ୍ଥଳୀ ଏବେ ବୁଲା ଗାଈଗୋରୁଙ୍କ କବ୍‌ଜାରେ । କୋଣାର୍କ ମୁଖ୍ୟ ରାସ୍ତାରେ ମାଳ ମାଳ ଗାଈଗୋରୁ ରାତି ଦିନ ବିଚରଣ କରୁଛନ୍ତି । ଫଳରେ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜିବା ସହିତ ଅନେକ ସମୟରେ ଦୁର୍ଘଟଣା ଘଟୁଛି । କେତେବେଳେ ଗାଡି ଧକ୍କାରେ ଗାଈଗୋରୁଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ଏହି ଗୋରୁପଲଙ୍କୁ ଯୋଗୁଁ ଦୁର୍ଘଟଣା ଘଟି ପର୍ଯ୍ୟଟକମାନେ ମୃତାହତ ହେଉଥିବା ଦେଖାଯାଉଛି ।

ବିଶ୍ବ ଐତିହ୍ୟ ସ୍ଥଳରେ ବୁଲା ଗାଈଗୋରୁ ରାଜ୍, ବିପଦରେ ପର୍ଯ୍ୟଟକଙ୍କ ଜୀବନ (ETV Bharat Odisha)

କୋଣାର୍କରେ ଗାଈଗୋରୁଙ୍କ ରାଜ୍:

ବିଶ୍ବ ଐତିହ୍ୟ ସ୍ଥଳରେ ବୁଲା ଗାଈଗୋରୁ ରାଜ୍, ବିପଦରେ ପର୍ଯ୍ୟଟକଙ୍କ ଜୀବନ

ପୁରୀ-କୋଣାର୍କ, କୋଣାର୍କ-ଭୁବନେଶ୍ବର, କାକଟପୁର-କୋଣାର୍କ ମୁଖ୍ୟ ରାସ୍ତାରେ ଏହି ବୁଲା ଗୋରୁ ସମସ୍ୟା ଦେଖିବାକୁ ମିଳୁଛି । ଲୋକମାନେ ଗାଈଗୋରୁ ଓ ଅନ୍ୟ ଗୃହପାଳିତ ପଶୁଙ୍କ ରାସ୍ତା ଉପରେ ଛାଡି ଦେଉଛନ୍ତି । ଫଳରେ ରାତି ଦିନ କୋଣାର୍କର ବିଭିନ୍ନ ଛକରେ ଏହି ଗୃହପାଳିତ ଚଲାବୁଲା କରୁଥିବାବେଳେ ଚାରି ଚକିଆ ଯାନ ଓ ବସ୍ ଆଗରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି । ବେଳେବେଳେ ଗାଈଗୋରୁମାନେ ହଠାତ୍ ଗାଡି ଆଗକୁ ଆସିଯାଉ ଥିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ବାଟଚଲା ଲୋକଙ୍କୁ ଧକ୍କା ଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏ ଦିଗରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେଇ ଏହି ଗାଈଗୋରୁଙ୍କ ପାଇଁ କାଞ୍ଜିଆ ହୁଦା ଏବଂ ଗୋଶାଳା ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

କେବେ ତିଆରି ହେବ ଗୋଶାଳା:

ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ଟି ଗୋଶାଳ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟି ରଖି ଜରୁରୀକାଳୀନ ଭିତ୍ତିରେ ଗୋଶାଳା ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଏନେଇ କୋଣାର୍କ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କୁ ପଚରିବାରୁ ସେ କହିଛନ୍ତି, ଗୋଶାଳା ନିମନ୍ତେ ଜମି ଚିହ୍ନଟ କରାଯିବା ପରେ ଗୋଶାଳା ନିର୍ମାଣ କରି ସମସ୍ତ ବୁଲା ଗୋରୁଗାଈଙ୍କୁ ସେଠାରେ ରଖାଯିବ । କାଉନସିଲ ବୈଠକରେ ଗୋଶାଳା ନିର୍ମାଣ ପାଇଁ ଆଲୋଚନା କରିବୁ । ଯଦି ସେମାନେ ରାଜି ହୁଅନ୍ତି ଅବା ସରକାରଙ୍କ ଗାଇଡଲାଇନ ଆସେ, ତାହେଲେ ପଦକ୍ଷେପ ନିଆଯିବ । ତେବେ କେବେ ଗୋଶାଳା ନିର୍ମାଣ ହେବ ଓ ଏହି ବୁଲା ଗାଈଗୋରୁ ସମସ୍ୟା ଦୂର କରାଯିବ ଏନେଇ ବୁଦ୍ଧଜୀବୀ ମହଲରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.