ETV Bharat / state

ଆନ୍ଧ୍ରରୁ ଚୋରି ଓଡ଼ିଶାରେ ବିକ୍ରି, ଗିରଫ ହେଲା ଗ୍ୟାଙ୍ଗର କିଙ୍ଗପିନ୍ ରଘୁନାଥମ - Interstate bike lifting racket

INTERSTATE BIKE LIFTING RACKET: ଆନ୍ଧ୍ରରୁ ବାଇକ ଚୋରି କରି ଓଡ଼ିଶାରେ କରୁଥିଲେ ବିକ୍ରି । ପାରଳାଖେମୁଣ୍ଡି ପୋଲିସ ହାତରେ ଆନ୍ତଃରାଜ୍ୟ ବାଇକ୍ ଚୋରି ଗ୍ୟାଙ୍ଗ । ଗିରଫ ହେଲା କିଙ୍ଗପିନ୍‌ ।

INTERSTATE BIKE LIFTING RACKET
INTERSTATE BIKE LIFTING RACKET (ETV Bharat Odisha)
author img

By ETV Bharat Odisha Team

Published : Sep 29, 2024, 10:13 PM IST

ପାରଳାଖେମୁଣ୍ଡି: ଗଜପତି ପୋଲିସକୁ ମିଳିଛି ବଡ ସଫଳତା । ଏକାଧିକ ବାଇକ ସହ ଜଣେ ବାଇକ୍ ଚୋର ଗ୍ୟାଙ୍ଗର କିଙ୍ଗପିନକୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପଲାସା ଥାନା ଅନ୍ତର୍ଗତ ରାମିରି ଅଞ୍ଚଳର ରଘୁନାଥମ । ତାହା ପାଖରୁ ୧୯ଟି ନାମିଦାମୀ ଚୋରା ବାଇକକୁ ଜବତ କରିଛି ପୋଲିସ ।

ଅନ୍ତଃରାଜ୍ୟ ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ:

INTERSTATE BIKE LIFTING RACKET (ETV Bharat Odisha)

ଅନ୍ତଃରାଜ୍ୟ ବାଇକ୍ ଚୋର ଗ୍ୟାଙ୍ଗର କିଙ୍ଗପିନ ରଘୁନାଥମକୁ ଗିରଫ କରିଛି ପୋଲିସ । ଓଡ଼ିଶା ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟରୁ ଚୋରି ହୋଇଥିବା ବାଇକ୍ ମଧ୍ୟରେ ରହିଛି ୭ଟି ରୋୟାଲ ଏନଫିଲ୍ଡ , ଗୋଟିଏ କେଟିଏମ୍, ୬ଟି ବଜାଜ ପଲସର୍, ଦୁଇଟି ଆପାଚି, ୩ଟି ୟାମାହା କମ୍ପାନୀର ଦାମୀ ମଟର ସାଇକଲ । ଏସବୁ ଗାଡ଼ିକୁ ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚୋରି କରି ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲୁଚାଇ ରଖି ବିକ୍ରି ପାଇଁ ଯୋଜନା କରୁଥିଲେ । ହେଲେ ଚୋରା ବାଇକ୍ ବିକ୍ରି ପୂର୍ବରୁ ପୋଲିସ୍ ମାଡ଼ି ବସିଲା । ଏହି ମାମଲାରେ ଜଣେ ଗିରଫ ହୋଇଥିବାବେଳେ ଆଉ ଜଣେ ଫେରାର ରହିଥିବା ଜଣାପଡ଼ିଛି ।

INTERSTATE BIKE LIFTING RACKET
INTERSTATE BIKE LIFTING RACKET (ETV Bharat Odisha)

ବାଇକ୍ ଚୋରି ଗ୍ୟାଙ୍ଗର ଆନ୍ଧ୍ର ଲିଙ୍କ୍:

ଜବତ ବାଇକ ମଧ୍ୟରୁ ୫ଟିର କୌଣସି ନମ୍ବର ନଥିବାବେଳେ ଗୋଟିଏ ବାଇକର ଡୁପ୍ଲିକେଟ ନମ୍ବର ରହିଛି । ୧୧ଟି ଆନ୍ଧ୍ରର ଓ ଦୁଇଟି ଓଡ଼ିଶାର ବାଇକ ରହିଥିବା ପୋଲିସ୍ ସୂଚନା ଦେଇଛି । ଆହୁରି ଅନେକ ଚୋରି ବାଇକ ମଧ୍ୟ ଅନ୍ୟ କୌଣସି ସ୍ଥାନରେ ଲୁଚାଇ ରଖାଯାଇଛି । ଫେରାର ଅଭିଯୁକ୍ତ ଏହାକୁ ରଖିଥିବାରୁ ପୋଲିସ ତାକୁ ଖୋଜିବା ସହ ଚୋରି ବାଇକ ଠାବ କରିବାକୁ ଯୋଜନା କରୁଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କୁମାର ମହାନ୍ତି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଅସଲି ନାଁରେ ନକଲି ମଦ, ପିଇଲେ ନିଶା ହେବନି ! - Duplicate liquor seized

ଏହା ମଧ୍ୟ ପଢନ୍ତୁ ....ମାତିଲେଣି ଲୁଟେରା, ଫାୟରିଂ କରି ଲୁଟିନେଲେ 12ଲକ୍ଷ ଟଙ୍କା - Miscreants Loot 12 Lakh Rupees

ଏହା ମଧ୍ୟ ପଢନ୍ତୁ ....ପେଶା ଥିଲା ପୂଜାପାଠ ନିଶା ଥିଲା ଚୋରି: ବନ୍ଧା ହେଲେ ନନା, 24 ବାଇକ ଜବତ - Priest Arrested

ଆନ୍ଧ୍ରରୁ ଚୋରି ଓଡ଼ିଶାରେ ବିକ୍ରି:

ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୭ ରାତି ପ୍ରାୟ ସାଢେ ୧୧ଟା ସମୟରେ ଫରେଷ୍ଟ ଗେଟ ଛକ ଠାରେ ରାତ୍ରି ପାଟ୍ରୋଲିଂ କରୁଥିବା ବେଳେ ରଘୁନାଥମ ଏକ ରୋୟାଲ ଏନଫିଲ୍ଡରେ ଯାଉଥିବା ବେଳେ ତାକୁ ଅଟକାଇ ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ । ଏହି ସମୟରେ ସମ୍ପୃକ୍ତ ଗାଡିର କାଗଜପତ୍ର ନକଲି ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହାକୁ ନେଇ ପୋଲିସ ଅଧିକ ପଚରାଉଚରା କରିଥିଲା । ସେହି ବାଇକଟି ଚୋରା ବୋଲି ମାନିବା ସହ ଏମିତି ଅନେକ ବାଇକକୁ ଆନ୍ଧ୍ରର ପଲାସା, ଶ୍ରୀକାକୁଲମ ବିଶାଖପାଟଣା, ବିଜୟନଗରମ୍ ମଧ୍ୟ ଚୋରି କରିଥିବା ମାନିଥିଲା । ଆନ୍ଧ୍ରରୁ ଗାଡି ଚୋରି କରି ସେଥିରେ ସଙ୍ଗେ ସଙ୍ଗେ ଓଡ଼ିଶାର ନମ୍ବର ପ୍ଲେଟ ଲଗାଇ ବିକ୍ରି ପାଇଁ ଯୋଜନା କରୁଥିଲେ । ଏହି ଖବର ପାଇବା ପରେ ପୋଲିସ୍ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢଉ କରି ଆଉ ୧୮ଟି ବାଇକ ଜବତ କରିଥିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.