ETV Bharat / state

4 ବର୍ଷ ପରେ ‘ଲୋକସେବା ଭବନ’କୁ ପ୍ରବେଶ କଲା ଗଣମାଧ୍ୟମ, ବିଭିନ୍ନ ମହଲରେ ସ୍ବାଗତ - Lok seva Bhawan open for journalist

author img

By ETV Bharat Odisha Team

Published : Jun 13, 2024, 7:20 AM IST

Journalists Enters Odisha State Secretariat after 4 Years: ଦୀର୍ଘ 4 ବର୍ଷେ ପରେ ହଟିଲା କଟକଣା । ଲୋକସେବା ଭବନରୁ ହେଲା ରିପୋର୍ଟିଂ । ମୋହନ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ପ୍ରବେଶ କଲା ଗଣମାଧ୍ୟମ । ଅଧିକ ପଢନ୍ତୁ

4ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ କଲା ଗଣମାଧ୍ୟମ, ବିଭିନ୍ନ ମହଲରେ ସ୍ବାଗତ
4ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ କଲା ଗଣମାଧ୍ୟମ, ବିଭିନ୍ନ ମହଲରେ ସ୍ବାଗତ (ETV Bharat Odisha)

ଭୁବନେଶ୍ବର: ନବୀନ ସରକାର ଯାହା ବନ୍ଦ କରିଥିଲେ, ଗତକାଲି ତାହା ମୋହନ ସରକାର ଖୋଲିଛନ୍ତି । ଦୀର୍ଘ 4ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ମୁକ୍ତ ହୋଇଛି ରାଜ୍ୟ ପ୍ରଶାସନର ମୁଖ୍ୟାଳୟ ‘ଲୋକସେବା ଭବନ’ । ମୋହନ ସରକାରର ପ୍ରଥମ କ୍ୟାବିନେଟ ବୈଠକ ବସିବା ଅବସରରେ ଗଣମାଧ୍ୟମ ପାଇଁ ପୂର୍ବ କଟକଣାକୁ ହଟାଯାଇଛି । ପୂର୍ବପରି ରାଜ୍ୟର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଗତକାଲି (ବୁଧବାର) ସନ୍ଧ୍ୟାରେ ଲୋକସେବା ଭବନ ପ୍ରବେଶ କରି ରିପୋର୍ଟିଂ କରିଛନ୍ତି । ମୋହନ ସରକାରର ପ୍ରଥମ ମନ୍ତ୍ରୀ ପରିଷଦ ଓ ପ୍ରଥମ କ୍ୟାବିନେଟ ବୈଠକର ଖବର ସଂଗ୍ରହ କରି ପ୍ରସାରଣ ମଧ୍ୟ କରିଛନ୍ତି । ସେଥିପାଇଁ ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲରେ ବେଶ ଖୁସି ପରିଲକ୍ଷିତ ହୋଇଛି ।

ଓଡ଼ିଶା ସଚିବାଳୟ ତଥା ‘ଲୋକସଭା ଭବନ’କୁ ପ୍ରବେଶ ପାଇଁ ସାମ୍ବାଦିକମାନଙ୍କୁ ମିଳିଛି ଅନୁମତି । ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ପାଇଛନ୍ତି କାର୍ଯ୍ୟରତ ସାମ୍ବାଦିକ । 2020 ମସିହା ମାର୍ଚ୍ଚ ମାସଠାରୁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲାଗିଥିଲା । କୋରୋନା ମହାମାରୀ ସମୟରେ ଏହି କଟକଣା ଲଗାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ଏହାକୁ ପ୍ରତ୍ୟାହାର କରିନଥିଲେ ନବୀନ ସରକାର । ଆଜି ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେଇ ନୂଆ ସରକାର ଗଠନ ହେବା ପରେ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ଓଡ଼ିଶାରେ ଆରମ୍ଭ ବିଜେପି ସରକାର; ଶପଥ ନେଲେ ନୂଆ ମନ୍ତ୍ରୀ ପରିଷଦ - First BJP CM Mohan Majhi sworn in

ନିର୍ବାଚନ ସମୟରେ ଓ ଏହା ପୂର୍ବରୁ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ଛାଡିବା ଲାଗି ବିଜେପି ଦାବି କରିଆସିଛି । ସରକାରରେ ଆସିଲେ ସାମ୍ବାଦିକଙ୍କୁ ଲୋକସେବାକୁ ଯାଇ ଖବର ସଂଗ୍ରହ କରିବା ଲାଗି ବ୍ୟବସ୍ଥା କରାଯିବ ବୋଲି ବିଜେପି ପକ୍ଷରୁ ମଧ୍ୟ କୁହାଯାଇଥିଲା । ତଥାପି ସାମ୍ବାଦିକମାନେ ଆଶା ଓ ଆଶଙ୍କାରେ ଥିଲେ । ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ ଶପଥ ନେବା ପରେ ଲୋକସେବା ଭବନ ଆସିଥିଲେ । ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଥିଲା । ଗଣମାଧ୍ୟମଙ୍କୁ ଲୋକସେବା ଭବନକୁ ଯାଇ ଖବର ସଂଗ୍ରହ ଲାଗି ଅନୁମତି ଦିଆଯାଇଛି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ସାମ୍ବାଦିକମାନେ ଅନାୟସରେ ଲୋକସେବା ଭବନ ଯାଇ ଖବର ସଂଗ୍ରହ କରିଛନ୍ତି । 4ବର୍ଷ ପରେ ଲୋକସେବା ଭବନ ଖବର ସଂଗ୍ରହ ଲାଗି ଖୋଲି ଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.