ETV Bharat / state

ବିଧାନସଭାରେ ଉଠିଲା ଲକ୍ଷ୍ମୀ ବସ୍‌ ପ୍ରସଙ୍ଗ: ଲାଭ-କ୍ଷତି ହିସାବ ମାଗିଲେ ବିଧାୟକ, ଉତ୍ତର ରଖିଲେ ପରିବହନ ମନ୍ତ୍ରୀ - Laccmi bus scheme

author img

By ETV Bharat Odisha Team

Published : Aug 22, 2024, 8:37 PM IST

Laccmi bus scheme: ଲକ୍ଷ୍ମୀ ବସ ସେବା ପାଇଁ କ୍ଷତି ସହୁଛନ୍ତି ରାଜ୍ୟସରକାର । ଲକ୍ଷ୍ମୀ ବସ ସେବା ପାଇଁ 374 କୋଟିରୁ ଅଧିକ କ୍ଷତି ହୋଇଥିବା ଗୃହରେ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ । ପଢନ୍ତୁ ପୂରା ଖବର

LACCMI BUS SCHEME
LACCMI BUS SCHEME (ETV Bharat Odisha)

ଭୁବନେଶ୍ବର: ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଦିନରେ(ଆଜି) ଗୃହରେ ଉଠିଲା ଲକ୍ଷ୍ମୀ ବସ ଯୋଜନା ପ୍ରସଙ୍ଗ । ଏହି ଯୋଜନାର ଲାଭ-କ୍ଷତି ପ୍ରସଙ୍ଗ ଉଠାଇଥିଲେ ବିଧାୟକ ବିଭୂତି ଭୂଷଣ ପ୍ରଧାନ । ଏହାର ହିସାବ ମାଗିଥିଲେ । ଜବାବରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ରାଜ୍ୟରେ କ୍ଷତିରେ ଚାଲିଛି ଲକ୍ଷ୍ମୀ ବସ ଯୋଜନା । ଲକ୍ଷ୍ମୀ ବସ ପାଇଁ ରାଜ୍ୟ ସରକାର 374 କୋଟି 8 ଲକ୍ଷ 58 ହଜାର 55 ଟଙ୍କା କ୍ଷତିରେ ଅଛନ୍ତି । ଅକ୍ଟୋବର 2023 ରୁ ଅଗଷ୍ଟ 2024 ଯାଏଁ ମାତ୍ର 10 ମାସରେ ଏହି କ୍ଷତି ସହିଛନ୍ତି ସରକାର ।

ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ 1340ଟି ବସ ଚାଲିଥିବା ବେଳେ ବସ ଚଳାଚଳ ବାବଦରେ ରାଜ୍ୟ ସରକାର 399 କୋଟି 12 ଲକ୍ଷ 44 ହଜାର 640 ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର 25 କୋଟି 3 ଲକ୍ଷ 86 ହଜାର 585 ଟଙ୍କା । ଏଥିପାଇଁ ରାଜ୍ୟ ସରକାର 374 କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ସହିଛନ୍ତି ।

ରାଜ୍ୟରେ କେବେ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ ?

ବିଜେଡି ସରକାରରେ ଥିବା ସମୟରେ ଗତ ବର୍ଷ ଅକ୍ଟୋବର 12ରେ ରାଜ୍ୟରେ ପ୍ରଥମେ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ ସେବା । ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏହାର ଶୁଭାରମ୍ଭ ହୋଇଥିଲା । ପରେ 30 ଜିଲ୍ଲାର 95 ପ୍ରତିଶତ ପଞ୍ଚାୟତକୁ ଏହାର ସମ୍ପ୍ରସାରଣ କରାଯାଇଥିଲା । ଲକ୍ଷ୍ମୀ ବସ ସେବା ଯୋଗୁଁ ରାଜ୍ୟର ସାଢେ 3 କୋଟି ଉପକୃତ ହେବେ ବୋଲି ସେ ସମୟରେ କହିଥିଲେ ସରକାର । ଏଥିରେ ମହିଳାମାନେ ମାତ୍ର 5ଟଙ୍କାରେ ନିଜ ଗାଁରୁ ବ୍ଲକ ସଦର ମହକୁମାକୁ ଯାତାୟତ କରୁଥିଲେ ।

ସରକାର ବଦଳିବା ପରେ ଲକ୍ଷ୍ମୀ ବସକୁ ନେଇ ଦେଖାଦେଲା ଆଶଙ୍କା:

ରାଜ୍ୟରେ 24 ବର୍ଷ ପରେ ସରକାର ବଦଳିବା ପରେ ଅନେକ ଯୋଜନା ପୂର୍ବଭଳି କାର୍ଯ୍ୟକାରୀ ହେବ ନା ନାହିଁ । ତାହାକୁ ନେଇ ଲୋକଙ୍କ ମଧ୍ୟରେ ଆଶା ଆଶଙ୍କା ପ୍ରକାଶ ପାଇଥିଲା । ଏପରିକି ଲକ୍ଷ୍ମୀ ବସକୁ ନେଇ ରାଜନୀତି ବି ସରଗରମ ହୋଇଥିଲା । ବସ୍‌କୁ ଲୋଗୋ ହଟାଇ ଦିଆଯାଇଥିଲା । ଯାହାକୁ ନେଇ ଲୋକେ ଦ୍ବନ୍ଦ୍ବରେ ପଡିବା ସହ ବସ୍‌ ଚଳାଚଳ ବନ୍ଦ ହେବା ନେଇ ଆଶଙ୍କା କରିଥିଲେ ଯାତ୍ରୀ ।

ନୂଆ ସରକାର ବଦଳାଇଲେ ନାଁ ରଙ୍ଗ:

ରାଜ୍ୟରେ ମୋହନ ଯୁଗ ଆରମ୍ଭ ହେବା ପରେ ଲକ୍ଷ୍ମୀ ବସ ଯୋଜନାର ନାଁ ମଧ୍ୟ ବଦଳାଇ ଯାଇଛି । ଏହାର ନାମ ମୁଖ୍ୟମନ୍ତ୍ରୀ ବସ ସେବା କରାଯାଇଛି । ଏଥିସହ ସବୁଜ ରଙ୍ଗରୁ ଗେରୁଆ ରଙ୍ଗ କରାଯାଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା ବିଜେଡି । ରଙ୍ଗ ବଦଳିବାକୁ ନେଇ କଡା ସମାଲୋଚନା କରିଥିଲା ବିଜେଡି ।

ଏହା ମଧ୍ୟ ପଢନ୍ତୁ:ମୋହନ ସରକାରକୁ ମାସେ; ଆରମ୍ଭରୁ ଝୁଣ୍ଟିଲେ ! ସୁଭଦ୍ରା ଯୋଜନା ଓ ଚିଟଫଣ୍ଡ ନେଇ ବିରୋଧୀଙ୍କ ଟାର୍ଗେଟ୍

ଏହା ମଧ୍ୟ ପଢନ୍ତୁ: ଗଡୁନି ଲକ୍ଷ୍ମୀ ବସ, ପଡି ପଡି ଖତ ଖାଉଛି; ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.