ETV Bharat / state

ଆଦାନୀ ଗ୍ରୁପ ଅଧୀନକୁ ଗଲା ଗୋପାଳପୁର ବନ୍ଦର, 3 ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ - Cabinet approved 3 proposals

author img

By ETV Bharat Odisha Team

Published : Sep 12, 2024, 1:47 PM IST

Updated : Sep 12, 2024, 2:13 PM IST

State cabinet approved 3 proposals: ଆଦାନୀ ଗ୍ରୁପ ଅଧୀନକୁ ଗଲା ଗୋପାଳପୁର ବନ୍ଦର । ସରକାରୀ ଚାକିରି କ୍ଷେତ୍ରରେ ବିବାହିତା ଓ ସାବତ ଝିଅ ହେବେ ଯୋଗ୍ୟ । ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ । ଅଧିକ ପଢନ୍ତୁ

ଆଦାନୀ ଗ୍ରୁପ ଅଧୀନକୁ ଗଲା ଗୋପାଳପୁର ବନ୍ଦର, 3 ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ
ଆଦାନୀ ଗ୍ରୁପ ଅଧୀନକୁ ଗଲା ଗୋପାଳପୁର ବନ୍ଦର, 3 ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ (ETV Bharat Odisha)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ 3ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି । ଏହା ମଧ୍ୟରେ ଗୋପାଳପୁର ବନ୍ଦରରକୁ ଆଦାନୀ ସମୂହ ଅଧିଗ୍ରହଣ କରିବା ପ୍ରସ୍ତାବ ମଧ୍ୟ ରହିଛି । ବନ୍ଦରର ବିକାଶ ଓ ସମ୍ପ୍ରସାରଣ ପାଇଁ ଏହାର ୯୫ ପ୍ରତିଶତ ଅଂଶଧନ ଆଦାନୀ ବନ୍ଦର ଓ ସ୍ପେଶାଲ ଇକୋନୋମିକ ଜୋନ ଲିମିଟେଡ (Adani Ports and SEZ Ltd)କୁ ହସ୍ତାନ୍ତର ପାଇଁ ପ୍ରସ୍ତାବ ମଞ୍ଜୁରୀ ପାଇଛି । ସେହିପରି ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର ନିୟମାବଳି-୨୦୨୪ର ପ୍ରଣୟନର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମୋହର ମାରିଛି । ଏହା ସହ ଓଡିଶା ବେସାମରିକ ସେବା ନିୟମାବଳି-୨୦୨୦କୁ ସଂଶୋଧନ ପ୍ରସ୍ତାବରେ ମୋହର ବାଜିଛି । ଫଳରେ ନିଯୁକ୍ତି କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ବିବାହିତା ଝିଅ ଏବଂ ବିବାହିତା ସାବତ ଝିଅମାନଙ୍କୁ ବିଚାରକୁ ନିଆଯିବ ।

ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି," ଗୋପାଳପୁର ପୋର୍ଟ ଲିମିଟେଡରେ ଓଡିଶା ଷ୍ଟିଭେଡୋରସ ଲିମିଟେଡ, ନୋବଲେ ଗ୍ରୁପ ଲିମିଟେଡ ଓ ସାରା ଇନ୍ଟରନ୍ୟାଶନାଲର ଯଥାକ୍ରମେ ୩୪, ୩୩ ଓ ୩୩ ପ୍ରତିଶତ ଅଂଶଧନ ଥିଲା । ୨୦୧୦ ଓ ୨୦୧୭ ଏହି ବନ୍ଦରର ଅଂଶଧନ ପରିବର୍ତ୍ତନ ହୋଇଛି । ଗୋପାଳପୁର ବନ୍ଦର ବର୍ତ୍ତମାନ ୧୧.୪୩ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରୁଛି । ମୋଟ ଆୟରୁ ୭.୫ ପ୍ରତିଶତ ସରକାରଙ୍କୁ ରାଜସ୍ଵ ଭାବେ ମିଳୁଛି । ଗତ ଆର୍ଥିକ ବର୍ଷରେ ଗୋପାଳପୁର ବନ୍ଦର ରାଜ୍ୟ ସରକାରଙ୍କୁ ରାଜସ୍ଵ ପ୍ରାୟ ୩୮ କୋଟି ଟଙ୍କା ପ୍ରଦାନ କରିଛି । "

କ୍ୟାବିଟେନ ନିଷ୍ପତ୍ତି ସମ୍ପର୍କରେ ସଚିବ ଉଷା ପାଢୀଙ୍କ ପ୍ରତିକ୍ରିୟା (ETV Bharat Odisha)
  • ବନ୍ଦରର ସଂପ୍ରସାରଣ ହେଲେ ରାଜସ୍ବ ଓ ନିଯୁକ୍ତି ବଢିବ !

ସେମାନେ ଏହା ମଧ୍ୟ କହିଛନ୍ତି, "ଗୋପାଳପୁର ବନ୍ଦରରେ ପ୍ରାୟ ୪,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ମିଳିଛି । ବନ୍ଦରର ସଂପ୍ରସାରଣ ହେଲେ ସରକାରଙ୍କ ରାଜସ୍ଵ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ବୃଦ୍ଧି ପାଇବ । ବନ୍ଦରର ବିକାଶ ତଥା ସଂପ୍ରସାରଣ ପାଇଁ ଗୋପାଳପୁର ପୋର୍ଟ ଲିମିଟେଡର ୯୫ ପ୍ରତିଶତ ଅଂଶଧନ ଆଦାନୀ ବନ୍ଦର ଓ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଲିମିଟେଡକୁ ହସ୍ତାନ୍ତର କରାଯାଇଛି । ଶାପୁରଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ ଲିମିଟେଡ ଓ ଓଡିଶା ଷ୍ଟିଭେଡୋରସ ଲିମିଟେଡରୁ ଆଦାନୀ ବନ୍ଦର ଲିମିଟେଡକୁ ଅଂଶଧନ ହସ୍ତାନ୍ତର ଏବଂ ସଂଶୋଧୃତ ରିହାତି ଚୁକ୍ତିନାମା ସ୍ବାକ୍ଷର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ପୂର୍ବରୁ ୫୬ ପ୍ରତିଶତ ଶାପୁରଜୀ ପାଛୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ ଲିମିଟେଡ ଓ ୩୯ ପ୍ରତିଶତ ଓଡିଶା ଷ୍ଟିଭେଡୋରସ ଲିମିଟେଡର ଅଂଶଧନ ରହିଥିଲା ।"

  • ରାଜ୍ୟ ୟୁନିଫର୍ମ ସେବାରେ ସଂରକ୍ଷଣ ପାଇବେ ଅଗ୍ନିବୀର:-

ମୁଖ୍ୟ ଶାସନ ସଚିବ ଏହା ମଧ୍ୟ କହିଛନ୍ତି, ‘‘ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର ନିଯୁକ୍ତ ନିୟମାବଳୀ-୨୦୨୪ର ପ୍ରଣୟନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ପ୍ରତ୍ୟକ୍ଷ ନିଯୁକ୍ତି ଦ୍ଵାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ ସେବାରେ ଅବସର ପ୍ରାପ୍ତ ଅଗ୍ନିବୀରଙ୍କୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ଦେବା ନିମନ୍ତେ ରାଜ୍ୟ ସରକାର ନିୟମାବଳୀରେ ପରିବର୍ତ୍ତନ କରିଛନ୍ତି । ପ୍ରତ୍ୟକ୍ଷ ନିଯୁକ୍ତି ଦ୍ଵାରା ପୁରଣ ହେଉଥିବା ସମସ୍ତ 'ଗ' ଏବଂ 'ଘ' ପଦବୀରେ ଅବସର ପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ ଆନୁଭୂମିକ ସଂରକ୍ଷଣର ବ୍ୟବସ୍ଥା ରହିଛି । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ୧୦% ସଂରକ୍ଷଣ ରହିବ । ଅଗ୍ନିବୀରଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାକୁ ତିନି ବର୍ଷ କୋହଳ କରାଯିବା ସହ ସେମାନଙ୍କର ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ ।

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀ ମୋହନଙ୍କ ମାଲକାନଗିରି ଗସ୍ତ, ଜିଲ୍ଲାରେ ବନ୍ୟା ସ୍ଥିତିର କରିବେ ସମୀକ୍ଷା - Malkangiri Flood Review

ଏହା ମଧ୍ୟ ପଢନ୍ତୁ:- ମୋଦି ସରକାରଙ୍କ ମେଗା କ୍ୟାମ୍ପେନ, 70 ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ହେବେ ‘ଆୟୁଷ୍ମାନ ଭାରତ’ରେ ସାମିଲ - Ayushman Bharat Scheme

ଏହା ମଧ୍ୟ ପଢନ୍ତୁ:- ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ - Bribes to Collector

  • ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଯୋଗ୍ୟ ହେବେ ସରକାରୀ କର୍ମଚାରୀଙ୍କ ବିବାହିତା ଝିଅ ଓ ସାବତ ଝିଅ:-

ସେହିପରି ଓଡିଶା ବେସାମରିକ ସେବା ପୁନର୍ବାସ ସହାୟତା ନିୟମାବଳି -୨୦୨୦ରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହୋଇଛି । ପୂର୍ବ ନିୟମ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ଅବିବାହିତା ଝିଅ ଏବଂ ଅବିବାହିତା ସାବତ ଝିଅମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବିଚାର କରାଯାଉଥ‌ିଲା । କିନ୍ତୁ ବିବାହିତା ଝିଅ ଏବଂ ବିବାହିତା ସାବତ ଝିଅମାନଙ୍କୁ ବିଚାରକୁ ନିଆଯାଉ ନଥିଲା । ତେଣୁ ପିତାମାତାଙ୍କ ଉପରେ ନିର୍ଭରଶୀଳ ଥିବା ଝିଅ ବା ସାବତ ଝିଅଙ୍କୁ ବିବାହ ପରେ ମଧ୍ୟ ଅନୁକମ୍ପାମୂଳକ ପାଇଁ ପ୍ରଦାନ ନିମନ୍ତେ ଏଣିକି ବିଚାର କରାଯିବ । ଏଥିପାଇଁ ଓଡିଶା ବେସାମରିକ ସେବା ବା ପୁନର୍ବାସ ସହାୟତା ନିୟମାବଳୀ ୨୦୨୦ କୁ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 12, 2024, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.