ETV Bharat / state

ହୋଲି ଖେଳରୁ ମହାଭାରତ: ଛୁରା ମାଡ଼ରେ ଜଣେ ମୃତ ଓ ୧ଗୁରୁତର - stabbed During Holi Celebrations

Stabbing case During Holi Celebrations:ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କେଛୁପାଣି ଗାଁରେ ହୋଲି ଖେଳରେ ଅଘଟଣ । ଛୁରାମାଡ଼ା ଜଣେ ମୃତ । ମୃତକ ଜଣକ ହେଲେ ଚିନ୍ମୟ ହାତୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 27, 2024, 4:17 PM IST

ହୋଲି ଖେଳରୁ ମହାଭାରତ:ଛୁରା ମାଡ଼ରେ ଜଣେ ମୃତ ଓ ୧ଗୁରୁତର

ସମ୍ବଲପୁର: ହୋଲି ଖେଳରୁ ମହାଭାରତ । ଛୁରା ମାଡ଼ରେ ଜଣେ ମୃତ ଜଣେ ଗୁରୁତର ।ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ କେଛୁପାଣି ଗ୍ରାମରେ । ତେବେ ଛୁରା ମାଡ଼ର ଶିକାର ହୋଇଥବା ଦୁଇ ଜଣ ହେଲେ ଚିନ୍ମୟ ହାତୀ ଓ ଦିପକ ସୁନାନୀ ବୋଲି ଜଣାପଡିଛି । ହୋଲି ଖେଳୁଥିବା ସମୟରେ କୈଣସି କାରଣକୁ ନେଇ ସାଙ୍ଗସାଙ୍ଗ ମଧ୍ୟରେ ବଚସା ହୋଇଥାଲା । ଏହାପରେ ଜଣେ ଯୁବକ ଅତର୍କିତ ଭାବେ ଛୁରାରେ ଆକ୍ରମଣ କରିଥିଲା । ସେପଟେ ଏହି ଘଟଣାରେ ଗୁରୁତର ହୋଇଥିବା ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା , ସେଠାରେ ଚିନ୍ମୟ ହାତୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା କେଛୁପାଣି ଗାଁରେ ହୋଲି ଖେଳ ପରେ ସାଙ୍ଗସାଙ୍ଗ ମଧ୍ୟରେ ବଚସାରୁ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ପରେ ଛୁରାମାଡ ହୋଇଥିଲା । ଗତକାଲି ଅପରାହ୍ନରେ ହୋଲି ଖେଳ ପରେ କେଛୁପାଣି ହରିଜନପଡା ଠାରେ ଚିନ୍ମୟ ହାତୀ ଓ ଦିପକ ସୁନାନୀ ସହିତ ପ୍ରମୋଦ ମହାନନ୍ଦଙ୍କ ଗଣ୍ଡଗୋଳ ହୋଇଥିଲା । ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ଉଭୟ ପକ୍ଷରୁ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା ଏବଂ ଛୁରାମାଡ ପର୍ଯ୍ୟନ୍ତ ଯାଇଥିଲା ।

ସେହିପରି ଏହି ଛୁରାମାଡରେ ଚିନ୍ମୟ ହାତୀ ଓ ଦିପକ ସୁନାନୀ ଗୁରୁତର ହୋଇଥିଲେ । ଉଭୟ ଗୁରୁତରଙ୍କୁ ପ୍ରଥମେ ଗୋବିନ୍ଦପୁର ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ହେଲେ ସେଠାରେ ଚିନ୍ମୟ ହାତୀଙ୍କ ମୃତ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଯୋଡ଼ା ପୋଲିସ୍ ହେପାଜତରେ ଅଭିଯୁକ୍ତ ଯୁବକ ମୃତ, ହସ୍ପିଟାଲରେ ପୋଲିସ ଫୋର୍ସ ମୁତୟନ - Accused Arrested

ଏହା ମଧ୍ୟ ପଢନ୍ତୁ....ଦିନ ଗଡୁଛି ଧରାପଡୁନି ହତ୍ୟାକାରୀ, ଝିରପାଣି ଆଦିବାସୀ ଚାଷୀ ମୃତ୍ୟୁ ଘଟଣାରେ ପୋଲିସ ହାତ ଖାଲି - Tribal Farmers Death

ଛୁରାମାଡ କରିଥିବା ମେଘନାଦ ଛତ୍ରିଆ ଓ ସହଯୋଗ କରିଥିବା ପ୍ରମୋଦ ମହାନନ୍ଦଙ୍କୁ ଗୋବିନ୍ଦପୁର ଥାନା ପୋଲିସ ଗିରଫ କରିଥିବା କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା କହିଛନ୍ତି । ସେପଟେ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି । କେଉଁ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.