ETV Bharat / state

ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଚଳିତ ବର୍ଷ ପାଇଁ ଅନୁମୋଦନ ହେଲା 413 କୋଟି - SRIMANDIR MANAGEMENT COMMITTEE

author img

By ETV Bharat Odisha Team

Published : Aug 30, 2024, 9:45 PM IST

SRIMANDIR MANAGEMENT COMMITTEE: ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଚଳିତ ବର୍ଷ ପାଇଁ ଶ୍ରୀମନ୍ଦିରର 413 କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ହେଲା ଅନୁମୋଦନ । ଶ୍ରୀମନ୍ଦିର କର୍ପସ ପାଣ୍ଠି ପହଞ୍ଚିଲା 1500 କୋଟି ଟଙ୍କାରେ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ହେବ ସ୍ଵତନ୍ତ୍ର ବ୍ୟବସ୍ଥା । ଆଡ଼ପ ପହଣ୍ଡି ବିଜେ ବିଭ୍ରାଟ ତଦନ୍ତ ହେଲା ଉପସ୍ଥାପନ । ପହଣ୍ଡି ପାଇଁ ହେବ ସ୍ବତନ୍ତ୍ର SOP । ରତ୍ନ ଭଣ୍ଡାର ଭିତର ଓ ବାହାର ଦ୍ଵାର ହେବ ସୁନା ଛାଉଣୀ । ଅଧିକ ପଢନ୍ତୁ

SRIMANDIR MANAGEMENT COMMITTEE
SRIMANDIR MANAGEMENT COMMITTEE (ETV Bharat Odisha)

ପୁରୀ: ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରର ବଜେଟକୁ ଅନୁମୋଦନ କରିଛି ପରିଚାଳନା କମିଟି । ଏଥି ସହିତ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଶ୍ରୀମନ୍ଦିର ପରିଚାଳନା କମିଟିରେ ।

ଶ୍ରୀମନ୍ଦିର ପରିଚାଳନା ବୈଠକ:

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି,"୨୦୨୪-୨୫ ବର୍ଷ ପାଇଁ ୪୧୩ କୋଟି ଟଙ୍କାର ବଜେଟ ସ୍ଥିର କରାଯାଇଥିବା ବେଳେ ୧୦୩ କୋଟି ଟଙ୍କାର ବଳକା ବଜେଟ୍ କରାଯାଇଛି । ତେବେ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସଗନକୁ ପ୍ରଦାନ କରିଥିବା ୫ଶହ କୋଟି ଟଙ୍କାର ସ୍ବତନ୍ତ୍ର କର୍ପସ ଫଣ୍ଡକୁ ବ୍ୟାଙ୍କରେ ରଖାଯାଇ ଏଥିରୁ ଆସୁଥିବା ସୁଧକୁ ଶ୍ରୀମନ୍ଦିରର ବ୍ୟବହାର ପାଇଁ ଖର୍ଚ୍ଚ ହେବ । ଏହି କର୍ପସ ଫଣ୍ଡ ବ୍ୟବସ୍ଥା ରାଜ୍ୟ ସରକାର କରିଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।"

ଦିବ୍ୟାଙ୍ଗ ଓ ବୃଦ୍ଧଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା:

'ପୁରୀ ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନେଇ ଏକ କମିଟି ଗଠନ କରାଯାଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରାଯିବା ପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପଦକ୍ଷେପ ନିଆଯିବ । ମହିଳା, ବୃଦ୍ଧ ଓ ଛୋଟ ପିଲାମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଲାଇନ୍ ଏବଂ ଅନ୍ୟ ବ୍ୟକ୍ତିଙ୍କ ପାଇଁ ଏକ ସ୍ବତନ୍ତ୍ର ଲାଇନ୍ କରାଯିବା ସହ ବାହାର କାଠ ନିକଟରେ ଭକ୍ତ କିଭଳି ଭଲଭାବେ ଦର୍ଶନ କରିପାରିବେ ସେନେଇ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ନାଟମଣ୍ଡପ ଭିତରକୁ ସମ୍ପୂର୍ଣ୍ଣ ଏସି ବ୍ୟବସ୍ଥା କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ନୀତି କାନ୍ତିରେ ଶୃଙ୍ଖଳା ଆଣିବା ପାଇଁ ପ୍ରତି ମାସରେ ଜିଲ୍ଲାପାଳ ନୀତି ସବକମିଟି ବୈଠକ କରି ପଦକ୍ଷେପ ନେବେ ବୋଲି ନିଷ୍ପତ୍ତି ହୋଇଛି । ଦିବ୍ୟାଙ୍ଗ ଓ ବୃଦ୍ଧଙ୍କ ସ୍ବତନ୍ତ୍ର ଦର୍ଶନ ପାଇଁ ଏକ ବ୍ୟବସ୍ଥା କରିବାକୁ ପରିଚାଳନା କମିଟିରେ ଆଲୋଚନା ହୋଇଛି । '

ସେବାୟତଙ୍କ କଲ୍ୟାଣ ପାଇଁ ସ୍ବାସ୍ଥ୍ୟ ବୀମା:

ସେ ଆହୁରି ମଧ୍ୟ କହିଛନ୍ତି," ଶ୍ରୀମନ୍ଦିରର‌‌ ଏକ ସ୍ବତନ୍ତ୍ର FM ଚ୍ୟାନେଲ ପ୍ରତିଷ୍ଠା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ସେବାୟତଙ୍କ କଲ୍ୟାଣ ପାଇଁ ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥାକୁ ଆହୁରି କାର୍ଯ୍ୟକାରୀ କରିବା ସହ ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ, କ୍ରୀଡ଼ା କ୍ଷେତ୍ରରେ ସେବାୟତ ପିଲାଙ୍କୁ ପ୍ରୋତ୍ସାହନ‌ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ମହାପ୍ରଭୁଙ୍କ ନାମରେ ଥିବା ସମସ୍ତ ଜମିଜମା ଗୁଡିକର ଜିପିଆରଏସ ସର୍ଭେ କରାଯାଇ ଏହାକୁ ଡିଜିଟାଇଜେସନ କରାଯିବା ନେଇ ମଧ୍ୟ ବ୍ୟବସ୍ଥା ହୋଇଛି ।"

ପହଣ୍ଡି ପାଇଁ ହେବ ସ୍ବତନ୍ତ୍ର SOP:
'ସେପଟେ ଆଡପ ପହଣ୍ଡି ବିଜେ ଅଘଟଣର ତଦନ୍ତ ରିପୋର୍ଟ ମଧ୍ୟ ଆଜି ବୈଠକରେ ଉପସ୍ଥାପନ କରାଯାଇଥିଲା । ଏହି ତଦନ୍ତ ରିପୋର୍ଟରେ ଅନେକ ଅସମ୍ପୂର୍ଣ୍ଣ ତଥ୍ୟ ଥିବାରୁ ଏହି ଅଘଟଣ ପାଇଁ କିଏ ପ୍ରକୃତରେ ଦାୟୀ ତା'ର ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ପରିଚାଳନା କମିଟି । ଏହି ଘଟଣାର ପୁନର୍ବାର ତଦନ୍ତ କରିକ ଆଗାମୀ ପରିଚାଳନା କମିଟି ବୈଠକରେ ରିପୋର୍ଟ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ପହଣ୍ଡି ସମୟରେ କିଭଳି ବ୍ୟବସ୍ଥା ରହିବ ସେନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।'

ଏହା ମଧ୍ୟ ପଢନ୍ତୁ ...Srimandir New Rules: ସେପ୍ଟେମ୍ବର ପହିଲାରୁ ଶ୍ରୀମନ୍ଦିରରେ ବାସି ଅବଢ଼ା ବିକ୍ରି ବନ୍ଦ, ଆନନ୍ଦ ବଜାର ଜଗିବେ ପୂର୍ବତନ ସେନା କର୍ମଚାରୀ - ROTTEN MAHAPRASAD SALE BAN

ରଥ ଉପରେ ମୋବାଇଲ୍ ବ୍ୟାନ:

'ଶ୍ରୀବିଗ୍ରହମାନଙ୍କର ପହଣ୍ଡି ସମୟରେ ପ୍ରତ୍ୟେକ ବାଡଗ୍ରାହୀ ଉପସ୍ଥିତ ରହିବେ। ରଥ ଉପରେ କମ୍ ସଂଖ୍ୟକ ସେବାୟତ ରହିବେ । ଚାରମାଳ ଉପରୁ ଶ୍ରୀବିଗ୍ରହଙ୍କୁ ପହଣ୍ଡି କରିବା ସମୟରେ ଉଭୟ ପାର୍ଶ୍ଵରେ ସେବାୟତ ମାନେ ଦୃଢ଼ ଭାବେ ରହିବା, ରଥରେ ଲାଗୁଥିବା ଚାରମାଳକୁ ପ୍ରସସ୍ଥ ଓ ଲମ୍ବା କରିବା, ରଥ ଉପରେ ମୋବାଇଲ୍ ଫୋନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା, ପ୍ରତ୍ୟେକ ବିଗ୍ରହଙ୍କ ପହଣ୍ଡି ବେଳେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ‌ ବାଡଗ୍ରାହୀ ମାନେ ଉପସ୍ଥିତ ରହି ପହଣ୍ଡିକୁ ସୁପରିଚାଳନା କରିବେ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ଅଣ ଅଧିକୃତ ସେବାୟତଙ୍କୁ ଯେଭଳି ଚିହ୍ନଟ କରାଯାଇପାରିବ ସେନେଇ ଏକ ସ୍ବତନ୍ତ୍ର କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି । '

ରତ୍ନଭଣ୍ଡାରର କବାଟକୁ ସମ୍ପୂର୍ଣ୍ଣ ସୁନା ଛାଉଣୀ ହେବ:
' ଶ୍ରୀମନ୍ଦିରରେ ଗୋଲ୍ଡ ବଣ୍ଡ ପ୍ରଚଳନ ପାଇଁ ବୈଠକରେ ଆଲୋଚନା ହୋଇଥିବା ବେଳେ ରତ୍ନଭଣ୍ଡାରର କବାଟକୁ ସମ୍ପୂର୍ଣ୍ଣ ସୁନା ଛାଉଣୀ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାରର‌ ଯାଞ୍ଚ ଓ ମରାମତି ଶୀଘ୍ର ଆରମ୍ଭ କରିବା ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି । ତେବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୯୭୫ କୋଟି ଟଙ୍କାର କର୍ପସ ଫଣ୍ଡ ଥିବାବେଳେ ଗତ କିଛିଦିନ ତଳେ ରାଜସ୍ବ ଆୟ ୨୭ କୋଟି ଟଙ୍କା ହୋଇଛି । ସେହିପରି ରାଜ୍ୟ ସରକାର ୫୦୦ କୋଟି ଟଙ୍କାର‌ କର୍ପସ ଫଣ୍ଡ ଦେଇଥିବାରୁ ଏହାକୁ ମିଶାଇଲେ ମୋଟ ୧୫ ଶହ କୋଟି ଟଙ୍କାରେ‌ କର୍ପସ ଫଣ୍ଡ ପହଞ୍ଚିଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଆଜି ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି କାର୍ଯ୍ୟକାଳ ଶେଷ ହେଉଥିବାବେଳେ ଖୁବଶୀଘ୍ର ଆଗାମୀ ଦିନରେ ଏକ ନୂତନ ପରିଚାଳନା କମିଟି ଗଠନ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.