ETV Bharat / state

ଜନତା ଜନାର୍ଦ୍ଦନଙ୍କୁ କଣ କହିବେ ପ୍ରଧାନମନ୍ତ୍ରୀ ? ଆଟାକିଂ ମ୍ୟାଚ ହେବ ନା ଫ୍ରେଣ୍ଡଲି ମ୍ୟାଚ - ରାଜ୍ୟ ବିଜେପି ଭବିଷ୍ୟତ

Odisha BJP Future: ୨୦୨୪ ନିର୍ବାଚନକୁ ଆଉ କିଛି ମାସ ଥିବା ବେଳେ ଏଯାବତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନି ରାଜ୍ୟ ବିଜେପି । କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ନିକଟକୁ ଯିବ ତାହା ଏବେ ବି ଅସ୍ପଷ୍ଟ । ଏଣୁ ମୋଦିଙ୍କ ଆଭିମୁଖ୍ୟକୁ ରାଜ୍ୟ ବିଜେପି ଅପେକ୍ଷା କରିଛି । ଯଦି ମୋଦି କଡା ଆଭିମୁଖ୍ୟ ଗ୍ରହଣ କରନ୍ତି ଏହା ରାଜ୍ୟ ବିଜେପି ପାଇଁ ସଞ୍ଜିବନୀ ସଦୃଶ ହୋଇପାରେ । ଦେଖନ୍ତୁ ଏହି ରିପୋର୍ଟ

Odisha BJP Future
Odisha BJP Future
author img

By ETV Bharat Odisha Team

Published : Jan 30, 2024, 5:23 PM IST

Updated : Jan 30, 2024, 5:45 PM IST

ଜନତା ଜନାର୍ଦ୍ଦନଙ୍କୁ କଣ କହିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ମାସ ଫେବୃଆରୀରେ ଦୁଇ ଦୁଇ ଥର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ମୋଦି ଜନସଭାରେ ଉଦବୋଧନ ଦେଇ କଣ କହିବେ ତାହା ଉପରେ ରାଜ୍ୟ ବିଜେପିର ନଜର । ମୋଦିଙ୍କ ଆଭିମୁଖ୍ୟ ଉପରେ ନିର୍ଭର ରାଜ୍ୟ ବିଜେପିର ଭବିଷ୍ୟତ । କାରଣ ରାଜ୍ୟ ବିଜେପି କେଉଁ ଆଭିମୁଖ୍ୟ ନେଇ ଲୋକଙ୍କ ପାଖକୁ ଯିବ ତାହା ଏବେବି ଅସ୍ପଷ୍ଟ ରହିଛି । ଯଦି ମୋଦି କଡା ଆଭିମୁଖ୍ୟ ଗ୍ରହଣ କରନ୍ତି ଏହା ରାଜ୍ୟ ବିଜେପି ପାଇଁ ସଞ୍ଜିବନୀ ସଦୃଶ ହୋଇପାରେ । ଖଣି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇବାରେ ରାଜ୍ୟ ବିଜେପିକୁ କେନ୍ଦ୍ରୀୟ ନେତୃତ୍ବଙ୍କ ଗ୍ରୀନ ସିଗନାଲ ମିଳିନଥିବାରୁ ପ୍ରସଙ୍ଗକୁ ଯେପରି ଉଠାଇବା କଥା ସେପରି ଉଠାଇବାରେ ସକ୍ଷମ ହୋଇନଥିଲା ବିଜେପି ।

ଆସନ୍ତା ୩ ତାରିଖରେ ଓ ୧୦ ତାରିଖରେ ଓଡିଶା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ ତାରିଖରେ ସମ୍ବଲପୁର ଆଇଆଇଏମରେ ଏବଂ ସମ୍ବଲପୁରରେ ୫୦ ହଜାର କୋଟି ଟଙ୍କାର ଯୋଜନାର ଲୋକର୍ପଣ କାର୍ଯ୍ୟକ୍ରମ ରହିଛି । ସେହିପରି ୧୦ ତାରିଖରେ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ବଡ଼ କଥା ହେଲା ଜନସଭାକୁ ଉଦବୋଧନ ଦେବା ସମୟରେ ମୋଦି କଣ କହିବେ । ମୋଦିଙ୍କ ଷ୍ଚେଟମେଣ୍ଟ ଉପରେ ନିର୍ଭର କରୁଛି ରାଜ୍ୟ ବିଜେପିର ରାଜନୈତିକ ଭବିଷ୍ୟତ । ୨୦୨୪ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ରାଜ୍ୟ ବିଜେପି କେଉଁ ଆଭିମୁଖ୍ୟ ନେଇ ଲୋକଙ୍କ ପାଖକୁ ଯିବ ତାହା ଏବେବି ଅସ୍ପଷ୍ଟ ରହିଛି । ଏଣୁ ରାଜ୍ୟ ବିଜେପି ମୋଦିଙ୍କ ଆଭିମୁଖ୍ୟକୁ ଅପେକ୍ଷା କରିଛି ।

ଏ ନେଇ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ଖଣି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇବାରେ ରାଜ୍ୟ ବିଜେପିକୁ କେନ୍ଦ୍ରୀୟ ନେତୃତ୍ବଙ୍କ ଗ୍ରୀନ ସିଗ୍ନାଲ ମିଳିନଥିବା ପରି ମନେ ହୁଏ । କାରଣ ଦୁର୍ନୀତି ପ୍ରସଙ୍ଗକୁ ଯେପରି ଉଠାଇବା କଥା ସେପରି ଉଠାଇବାରେ ସକ୍ଷମ ହୋଇନି ବିଜେପି । ଓଡିଶା ବଞ୍ଚାଓ ସମାବେଶରେ କଂଗ୍ରେସ ତାର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ବିଜେପିର ଆଭିମୁଖ୍ୟ କଣ ରହିବ ଏବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ସମୟରେ ତାଙ୍କ ଭାଷଣରେ ବିଜେପିକୁ ସଠିକ ରାସ୍ତା ଦେଖାଇବା ଉଚିତ । ନଚେତ ବିଜେପିର ଭବିଷ୍ୟତ ବିଗି଼ିଡିଯିବ । ୨୦୧୯ ନିର୍ବାଚନରେ ବିଧାନସଭା ଓ ଲୋକସଭାରେ ଯାହା ଫଳାଫଳ ଓଡିଶାରେ ହୋଇଥିଲା, ପରବର୍ତ୍ତୀ ସମୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଫଳାଫଳ ଖରାପ ହୋଇଥିଲା । ତେଣୁ ବିଜେପିକୁ ଦୁର୍ନୀତି ବିରୋଧି ନାରା ଉଠାଇବାକୁ ପଡିବ । ସବୁ କିଛି ନିର୍ଭର କରୁଛି ମୋଦିଙ୍କ ଭାଷଣ ଉପରେ । ଯଦି ମୋଦି କଡା ଆଭିମୁଖ୍ୟ ଗ୍ରହଣ କରନ୍ତି ଏହା ରାଜ୍ୟ ବିଜେପି ପାଇଁ ସଞ୍ଜିବନୀ ସଦୃଶ ହୋଇପାରେ ।"

ଏହା ବି ପଢନ୍ତୁ- ଫେବୃଆରୀ ୩ରେ ଓଡ଼ିଶା ଆସିବେ ମୋଦି

ସେପଟେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ମୋଦିଙ୍କ ଫୋକସରେ ଓଡ଼ିଶା ରହିଛି । ବିଜେପିର ମିଶନ ପୂର୍ବୋଦୟ । ପୂର୍ବାଞ୍ଚଳର ବିକାଶ ହେଲେ ଭାରତର ବିକାଶ ହେବ ବୋଲି ମୋଦି ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । କାହାକୁ ସମାଲୋଚନା କରିବା କିମ୍ବା ଚାର୍ଗେଟ କରିବାକୁ ମୋଦି ଓଡିଶା ଆସୁନାହାନ୍ତି । ମୋଦି ଆସୁଛନ୍ତି ମୋଦି ଗ୍ୟାରେଣ୍ଟି ସହ । କେନ୍ଦ୍ର ସରକାରଙ୍କ ବିକାଶ ମୂଳକ ଯୋଜନା କିପରି ସମାଜର ଶେଷ ଧାଡିର ଲୋକ ପାଖରେ ପହଂଚିପାରିବ ତାହା ହିଁ ମୋଦିଙ୍କ ଉଦ୍ଦେଶ୍ୟ । ତେଣୁ ଉଭୟ ସମ୍ବଲପୁର ଆଇଆଇଏମ ଏବଂ ଭୁବନେଶ୍ବର ମହିଳା ସମାବେଶରେ ମୋଦି ଗ୍ୟାରେଣ୍ଟି କଥା ଉଠିବ । କେନ୍ଦ୍ର ସରକାରଙ୍କ ବିକାଶ ମୂଳକ ଯୋଜନାର ଲାଭ ଲୋକଙ୍କ ପାଖରେ କିପରି ପହଂଚି ପାରିବ ତା ଉପରେ ଗୁରୁତ୍ବଦେବେ ମୋଦି ।

ଗତକାଲି ଭୁବନେଶ୍ବରରେ ଆୟୋଜିତ ଓଢିଶା ବଂଚାଓ ସମାବେଶରେ ଯୋଗ ଦେଇ ଏଆଇସିସି ସଭାପତି ମାଲିକାର୍ଜୁନ ଖଡଗେ ଉଭଯ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ନିର୍ବାଚନୀ ବିଗୁଲ ବଜାଇଥିଲେ ଖଡଗେ । 2024 ନିର୍ବାଚନ ପାଇଁ କଂଗ୍ରେସର ଆଭିମୁଖ୍ୟ କଣ ତାହା ସ୍ପଷ୍ଟ ଭାବେ ଲୋକଙ୍କ ପାଖରେ ପହଂଚାଇଥିଲେ କେନ୍ଦ୍ର କଂଗ୍ରେସ ନେତୃତ୍ବ । କିନ୍ତୁ ପ୍ରମୁଖ ବିରୋଧି ଦଳ ବିଜେପି କ୍ଷେତ୍ରରେ ସେୟା ହୋଇନାହିଁ । ଏବେବି ଧାରା ଅସ୍ପଷ୍ଟ । ଏବେ ନଜର ରହିବ ମୋଦିଙ୍କ ଭାଷଣ ଉପରେ । କେଉଁ ଆଭିମୁଖ୍ୟ ରଖୁଛନ୍ତି ମୋଦି ତା ଉପରେ ନିର୍ଭର କରିବ 2024 ନିର୍ବାଚନରେ ରାଜ୍ୟ ବିଜେପିର ଭାଗ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 30, 2024, 5:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.