ଯାଜପୁର: ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଯାଜପୁର ରୋଡ ରେଳ ଷ୍ଟେସନରୁ ଗଡ଼ିଲା ସ୍ପେଶାଲ 'ଆସ୍ଥା' ଟ୍ରେନ । ଆଜି (ଶୁକ୍ରବାର) କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଯୋଧ୍ୟାରେ ରାମଲାଲାଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଏକ ସ୍ପେଶାଲ ଟ୍ରେନ ଯାଜପୁର ରୋଡ ରେଳ ଷ୍ଟେସନରୁ ବାହାରିଛି l ଏହି ଟ୍ରେନରେ ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀରୁ 550ରୁ ଅଧିକ ଜଣ ଭକ୍ତ ଯାଇଥିବା ବେଳେ ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଜିଲ୍ଲା ବିଜେପି ପକ୍ଷରୁ ଷ୍ଟେସନରେ ଭକ୍ତମାନଙ୍କୁ ସ୍ୱାଗତ କରାଯାଇଛି ।
ଯାଜପୁରରୁ ଅଯୋଧ୍ୟା ଗଡିଲା ସ୍ପେଶାଲ ଟ୍ରେନ । ରାମ ଜନ୍ମଭୂମୀ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଏହି ଏହି ଟ୍ରେନ ଯୋଗେ ଭକ୍ତମାନେ ଅଯୋଧ୍ୟା ଯାଇପାରିବେ । ତେବେ ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀରୁ 550ରୁ ଅଧିକ ଭକ୍ତ ଯାଇଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜିର ଏହି ଟ୍ରେନରେ ଜିଲ୍ଲାରୁ ବୃଦ୍ଧ/ବୃଦ୍ଧା, ଯୁବକ, ଯୁବତୀ ଓ ରାମ ଭକ୍ତମାନେ ଯାଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ରେଳ ଷ୍ଟେସନରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ, ବିଜେପି ନେତା ବିଶ୍ୱଜିତ ନାୟକଙ୍କ ସମେତ ବିଜେପି ନେତା ଓ ନେତ୍ରୀ ଉପସ୍ଥିତ ରହି ଭକ୍ତଙ୍କୁ ସ୍ୱାଗତ କରିଥିଲେ l
ଏହାମଧ୍ୟ ପଢନ୍ତୁ... ରାମଲାଲାଙ୍କ ଦର୍ଶନ ପାଇବେ ଭକ୍ତ, ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ
ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଦର୍ଶନ ନଗର ଆସ୍ଥା ସ୍ପେଶାଲ ଟ୍ରେନ ସେବା ଆରମ୍ଭ ହୋଇଛି । ଏହି ଟ୍ରେନରେ ବିଭିନ୍ନ ଜିଲ୍ଲାର ଲୋକେ ସିଧାସଳଖ ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ ପାଇପାରିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।
ଜାନୁଆରୀ 22 ତାରିଖରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏହାପରେ ଜାନୁଆରୀ 23 ତାରିଖରୁ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କୁ ରାମଲାଲାଙ୍କ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି ହେଉଛି । ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ ଅଯୋଧ୍ୟାକୁ ଯାତାୟତ ବ୍ୟବସ୍ଥା ମଧ୍ୟ ସୁଗମ କରାଯାଇଛି । ଦୁଇଟି ବନ୍ଦେ ଭାରତ ଟ୍ରେନ ଓ ବିମାନ ସେବା ମଧ୍ୟ ଯାତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି । ଟ୍ରେନ ଓ ବିମାନ ଯୋଗେ ଆସି ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ କରୁଛନ୍ତି ଭକ୍ତ ।
ଇଚିଭି ଭାରତ, ଯାଜପୁର