ETV Bharat / state

ଜଳଖିଆ ପାଇଁ ମାଆକୁ ହତ୍ୟାକଲା ନାବାଳକ ପୁଅ

Son Killed Mother: କୌଣସି କାରଣରୁ ମାଆପୁଅଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ସକାଳ ଜଳଖିଆ ପ୍ରସ୍ତୁତ ନ କରିବାରୁ ହତ୍ୟାକାରୀ ସାଜିଲା ୧୭ ବର୍ଷର ପୁଅ । ମୃତକ ଜଣକ ହେଲେ ବେଙ୍ଗାଲୁରୁର ୪୦ ବର୍ଷୀୟା ନେତ୍ରବତୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 2, 2024, 10:18 PM IST

ଜଳଖିଆ ପାଇଁ ମାଆକୁ ହତ୍ୟାକଲା ନାବାଳକ ପୁଅ
ଜଳଖିଆ ପାଇଁ ମାଆକୁ ହତ୍ୟାକଲା ନାବାଳକ ପୁଅ

ବେଙ୍ଗାଲୁରୁ: ନିଜ ମାଆଙ୍କୁ ହତ୍ୟା କଲା ପୁଅ । ସାମାନ୍ୟ ଜଳଖିଆ ପାଇଁ ହତ୍ୟାକାରୀ ସାଜିଲା ପୁଅ । ସକାଳ ଜଳଖିଆ ପ୍ରସ୍ତୁତ ନ କରିବାରୁ ଲୁହା ରଡରେ ମାଆର ମୁଣ୍ଡକୁ ପିଟି ପଟି ହତ୍ୟା କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁରୁରେ । ତେବେ ଅଭିଯୁକ୍ତ ଜଣକ ଜଣେ ନାବାଳକ ହୋଇଥିବା ସୂଚନା । ଆଜି(ଶୁକ୍ରବାର) ସକାଳେ ବେଙ୍ଗାଲୁରୁରେ ଏହି ଘଟଣା ଘଟିଛି । ହତ୍ୟା ପରେ ଅଭିଯୁକ୍ତ ଜଣକ କେ.ଆର ପୁର ପୋଲିସ ଥାନାରେ ଆତ୍ମସମର୍ପଣ କରିଥିଲା । ମୃତକ ଜଣକ ହେଲେ ୪୦ ବର୍ଷୀୟା ନେତ୍ରବତୀ ବୋଲି ଜଣାପଡ଼ିଛି ।

ପୋଲିସର ସୂଚନା ଅନୁସାରେ ,ଅଭିଯୁକ୍ତ ଜଣକ କୋଲାର ଜିଲ୍ଲାର ମୁଲାବାଗିଲୁରେ ଡିପ୍ଲୋମା ପଢୁଛି । ତେବେ ଉକ୍ତ ନାବାଳକ ଜଣକ ଗତକାଲି ରାତିରେ ଘରକୁ ଆସିଥିଲେ । ଏହାରି ଭିତରେ ମାଆ ପୁଅଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଫଳରେ ରାଗି ଯାଇ ନ ଖାଇ ଶୋଇ ପଡ଼ିଥିଲା ନାବାଳକ ଜଣକ । ସେ ସବୁଦିନ ପରି ଆଜି(ଶୁକ୍ରବାର) ଦିନ ସକାଳେ କଲେଜ ଯିବାକୁ ପାଇଁ ପ୍ରସ୍ତୁତ ହୋଇଥିଲେ । ସକାଳ ୭.୩୦ସମୟରେ , ସେ ଦେଖିଲେ ଯେ ତାଙ୍କ ମାଆ ଜଳଖିଆ ପ୍ରସ୍ତୁତ ନକରି ଶୋଇଛନ୍ତି ।ଏହା ଦେଖି ରାଗରେ ଜର୍ଜରିତ ହୋଇ କାହିଁକି ଜଳଖିଆ ପ୍ରସ୍ତୁତ କରିନାହାନ୍ତି ବୋଲି ମାଆଙ୍କୁ ପଚାରିଥିଲେ ।ଏହାରି ଭିତରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ....ଅଶ୍ଳୀଳ ଫିଲ୍ମ ଦେଖୁଥିଲା ପୁଅ, ବିଷଦେଇ ମାରିଲା ବାପା

ଏହି ସମୟରେ ରାଗିଯାଇଥିବା ପୁଅ ଘରେଥିବା ଏକ ଲୁହା ରଡରେ ନେତ୍ରବତୀଙ୍କୁ ଆକ୍ରମଣ କରିଥିଲା । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାପରେ ନାବାଳକ ପୁଅ ଜଣକ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ଗତ ୩୦ବର୍ଷ ଧରି ନେତ୍ରବତୀ ଏବଂ ତାଙ୍କ ପୁଅ କେ.ଆର ପୁରର ଏକ ଭଡା ଘରେ ରହୁଥିଲେ ।

ଅନ୍ୟପଟେ ପୋଲିସ ଡିସିପି ଶିବ କୁମାର କହିଛନ୍ତି ," ଆଜି ସକାଳ ପ୍ରାୟ ୭ ରୁ ୮ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ନେତ୍ରବତୀଙ୍କୁ ତାଙ୍କ ପୁଅ ଲୁହା ରଡରେ ପିଟି ହତ୍ୟା କରିଥିଲା । ଅଭିଯୁକ୍ତ ଜଣେ ନାବାଳକ । ସେ ମୁଲାବାଗିଲୁରେ ଡିପ୍ଲୋମା ପଢୁଛନ୍ତି । ତାଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.