ETV Bharat / state

ବିକାଶ ଭବନ ଆଗରେ ଗର୍ଜିଲେ ବସ୍ତି ବାସିନ୍ଦା, ବିନା ଦେୟରେ ଜମି ପ୍ରମାଣପତ୍ର ଦେବାକୁ ଦାବି - Slum Dwellers Protest

Slum Dwellers Protest In Cuttack: ନ୍ୟାୟ ପାଇଁ କଟକ ବିକାଶ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବସ୍ତି ବାସିନ୍ଦା । ରାଜ୍ୟ ସରକାର ପାନ୍ତଅନ୍ତର ନକରି ବିନା ଦେୟରେ ଜମି ପ୍ରମାଣପତ୍ର ସମସ୍ତ ବସ୍ତି ବାସିନ୍ଦାଙ୍କୁ ଯୋଗାଇବାକୁ ଦାବି କରି ପ୍ରତିବାଦ କରିଛନ୍ତି ।

ବିକାଶ ଭବନ ଆଗରେ ଗର୍ଜିଲେ ବସ୍ତି ବାସିନ୍ଦା, ବିନା ଦେୟରେ ଜମି ପ୍ରମାଣପତ୍ର ଦେବାକୁ ଦାବି

author img

By ETV Bharat Odisha Team

Published : Mar 13, 2024, 4:51 PM IST

ବିକାଶ ଭବନ ଆଗରେ ଗର୍ଜିଲେ ବସ୍ତି ବାସିନ୍ଦା, ବିନା ଦେୟରେ ଜମି ପ୍ରମାଣପତ୍ର ଦେବାକୁ ଦାବି

କଟକ: ବିକାଶ ଭବନ ଆଗରେ ଗର୍ଜିଲେ ବସ୍ତି ବାସିନ୍ଦା । ବିଭିନ୍ନ ଦାବି ନେଇ କଟକ ବିକାଶ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବସ୍ତି ବାସିନ୍ଦା । ଭୂମି ପ୍ରମାଣ ପତ୍ର ବାବଦ ଦେୟ ଆଦୟ ବନ୍ଦ କରିବା, ବସ୍ତିରେ ଯେଉଁ ଦିନ ମଜୁରିଆମାନଙ୍କ ରାସନ କାର୍ଡ ନାହିଁ ତାଙ୍କୁ କାର୍ଡ କରାଇଦେବା ଓ ରାସନ କାର୍ଡ ନଥିବା ବସ୍ତି ବାସିନ୍ଦାଙ୍କ ଉପରେ ଭୂମି ପ୍ରମାଣ ପତ୍ର ବାବଦ ସ୍ଥିର କରା ଯାଇଥିବା ଦେୟ ଆଦୟ ନିଷ୍ପତ୍ତି ବନ୍ଦ କରିବା ପ୍ରମୁଖ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସିର ବିକାଶ ଭବନ ସମ୍ମଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସୂଚନା ଅନୁସାରେ, ଜାଗା ମିଶନ ନିୟମାବଳି ମୁତାବକ ବସ୍ତିର ମାତ୍ର ୨୧ ଜଣ ଲୋକଙ୍କ ନାମରେ ଜମି ପ୍ରମାଣପତ୍ର ଆସିଛି । ଏହି ସୂଚନା ପତ୍ରରେ ଦେୟ ପୈଠକରି ଭୂମି ପ୍ରମାଣପତ୍ର ଆଣିବାପାଇଁ କୁହାଯାଇଛି । କିନ୍ତୁ ନୂଆବଜାର ଜଗନ୍ନାଥ ରୋଡ ବସ୍ତି ବହୁ ପୁରାତନ ବସ୍ତି । ଏହି ବସ୍ତିରେ ୧୨୧ଟି କୁଡିଆ ରହିଛି । ଏହି ବସ୍ତି ବହୁ ଆଗରୁ ସିଏମ୍‌ସି ତାଲିକାଭୁକ୍ତ ରହିଛି ଏବଂ ପରିବାର ସଂଖ୍ୟା ୧୨୧ ତାଲିକା ଅନୁଯାୟୀ ଜାଗାମିଶନରେ ସାମିଲ କରାଯାଇଛି । ତାହା ସହିତ ଏହି ବସ୍ତିରେ ଏସ୍‌ଡିଏ କମିଟି ଗଠନ କରାଯାଇଛି । କିନ୍ତୁ ବିଡମ୍ବନାର ବିଷୟ ଏହି କି ଯେ ବସ୍ତିରେ ୧୨୧ଟି ଘର ସିଏମ୍‌ସି ତାଲିକାରେ ଥିଲାବେଳେ ମାତ୍ର ୨୧ଜଣ ପରିବାରକୁ ନିର୍ଦ୍ଧାରିତ ଅର୍ଥ ପୈଠ କରି ଭୂମି ପ୍ରମାଣ ପତ୍ର ଆଣିବାକୁ କୁହାଯାଇଛି । ଯାହାକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା ।

ବସ୍ତି ବାସିନ୍ଦାଙ୍କ କହିବା ଅନୁସାରେ, ଏହା ବିଧି ଓ ନ୍ୟାୟ ସଂଗତ ବା ଆଦୌ ସମୁଚିତ ନୁହେଁ । ଏହା ବସ୍ତିବାସିନ୍ଦାଙ୍କ ପ୍ରତି ପ୍ରତାରଣା । ରାଜ୍ୟ ସରକାର ଏହି ପ୍ରକାର ପାନ୍ତର ଅନ୍ତର ନ କରି ସମସ୍ତଙ୍କୁ ଭୂମି ପ୍ରମାଣପତ୍ର ଦେବାକୁ ଦାବି କରିଛନ୍ତି । ଏଥିବ୍ୟତୀତ ଜାଗା ମିଶନ ନିୟମ ମୁତାବକ ଯେତିକି ଜାଗା ବିନାମୂଲ୍ୟରେ ନିର୍ଦ୍ଧାରଣ କରାଯାଇଛି ସେତିକି ଜାଗା ବସ୍ତିବାସିନ୍ଦାମାନଙ୍କୁ ବିନା ମୂଲ୍ୟରେ ଦିଆଯାଉ ବୋଲି ଦାବି କରିଛି ବସ୍ତି ବାସିନ୍ଦା ମିଳିତମଞ୍ଚ । ଯଦି ଆଗାମୀ ଦିନରେ ଏହି ଦାବି ପୂରଣ ନହୁଏ, ତେବେ ଆନ୍ଦୋଳନ ଜୋର କରିବା ସହ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି କହିଛି ବସ୍ତି ବାସିନ୍ଦା ମିଳିତମଞ୍ଚ ।

ଏହା ମଧ୍ୟ ପଢନ୍ତୁ: ସରକାର ରଖୁନାହାଁନ୍ତି ନିଜ ପଟ୍ଟା ପ୍ରତିଶୃତି, ବିରୋଧରେ ବସ୍ତି ବାସିନ୍ଦାଙ୍କ ଜିଲ୍ଲାପାଳ ଅଫିସ ଘେରାଉ

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.