ETV Bharat / state

ହୁ ହୁ ହୋଇ ବଢ଼ୁଛି ପରିବା ଦର, ଚିନ୍ତାରେ ସାଧାରଣ ଖାଉଟି - Vegetable Price Rise

Vegetable Price Rise: ଦିନକୁ ଦିନ ବଢ଼ୁଛି ପରିବା ଦର । ଗ୍ରାହକଙ୍କ ପକେଟକୁ ବାଧୁଛି ଦର । ସ୍ୱାଭାବିକ ଥିବା ଦର ଏବେ ବହୁମାତ୍ରାରେ ବୃଦ୍ଧି ପାଇଛି ଯାହାକୁ ନେଇ ଚିନ୍ତାରେ ଖାଉଟି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jun 13, 2024, 9:39 AM IST

ହୁ ହୁ ହୋଇ ବଢ଼ୁଛି ପରିବା ଦର
ହୁ ହୁ ହୋଇ ବଢ଼ୁଛି ପରିବା ଦର (ETV Bharat Odisha)

କଟକ: ଅମଳ ସମୟରେ ଆକାଶଛୁଆଁ ପରିବା ଦର । ଯେଉଁ ପରିବା କିଣିଲେ କିଲୋପ୍ରତି ୪୦ ଟଙ୍କାରୁ କମ ନାହିଁ । ସ୍ଥିତି ଏମିତିକି ହୋଇଛି ଯେ, ଜଣେ ସାଧାରଣ ଲୋକ ପକ୍ଷେ ପରିବା କିଣିବା କଷ୍ଟକର ହୋଇପଡିଲାଣି । ଯେଉଁ ପରିବା ଦର ଗତମାସ ସୁଦ୍ଧା ସ୍ୱାଭାବିକ ରହିଥିଲା, ତାହା ଏବେ ବୃଦ୍ଧି ପାଇଛି । ଅନେକ ପରିବା ଦର କିଲୋପ୍ରତି ୧୦ରୁ ୨୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ବିନ୍ସ ଦର କିନ୍ତୁ କିଲୋପ୍ରତି ୧୮୦ ଟଙ୍କାରେ ପହଞ୍ଚିଛି ଯାହାକି ଖାଉଟିଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ବ୍ୟବସାୟୀ ସଂଘ କହିଛି ଖରା ପାଗ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମୌସୁମୀ ବର୍ଷା ହେଲେ ପରିବା ଦର କମିବ ।

ଆକାଶ ଛୁଆଁ ପରିବା ଦର । ଯେଉଁ ପରିବା ଗତ ମାସରେ ସ୍ୱାଭାବିକ ଥିଲା ଏବେ ହଠାତ ବୃଦ୍ଧି ପାଇଛି । ଗତ କିଛି ଦିନ ପୂର୍ବେ କାଙ୍କଡ଼ କିଲୋପ୍ରତି ୬୦ ଟଙ୍କାରେ ବିକ୍ରୟ ହେଉଥିଲା ତାହା ଏବେ ୭୦ରୁ ୮୦ ଟଙ୍କାରେ ବିକ୍ରୟ ହେଉଛି । ପୋଟଳ ବି ୪୦ ଟଙ୍କାରେ ବିକ୍ରୟ ହେଉଥିଲା ଏବେ ତାହା ୮୦ ଟଙ୍କାରେ ବିକ୍ରୟ ହେଉଛି । ବିନ୍‌ କିଲୋ ୬୦ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ଏବେ ତାହା ୧୮୦ ଟଙ୍କାରେ ବିକ୍ରୟ ହେଉଛି । ବିଲାତି ମଧ୍ୟ ୩୦ରୁ ୪୦ରେ ବିକ୍ରୟ ହେଉଥିଲା ଏବେ ୫୦ରୁ ୬୦ ଟଙ୍କା ହୋଇଯାଇଛି । ସେହିପରି କଲରା ୪୦ରେ ବିକ୍ରୟ ହେଉଥିଲା ଏବେ ୬୦ରୁ ୭୦ ଟଙ୍କାରେ ବିକ୍ରୟ ହେଉଛି । ଭେଣ୍ଡି କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା କିଲୋ ପ୍ରତି ୫୦ଟଙ୍କାରେ ବିକ୍ରି ହେଉଛି ।

ସେପଟେ ଜହ୍ନି ୩୦ ଟଙ୍କାରୁ ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ କ୍ୟାପିସିକମ ୮୦ ଟଙ୍କାରୁ ୧୨୦ଟଙ୍କା, ସଜନା ଛୁଇଁ ୫୦ରୁ ୭୦ ଟଙ୍କା, ଅମୃତ ଭଣ୍ଡା ୨୦ ଟଙ୍କାରୁ ୩୦ ଟଙ୍କା, ବନ୍ଧା କୋବି ୨୫ ଟଙ୍କାରୁ ୪୦ ଟଙ୍କା, ଫୁଲକୋବି ଗୋଟା ୫୦ ଟଙ୍କା, ସାରୁ କିଲୋ ୫୦ ଟଙ୍କା ବୃଦ୍ଧି ପାଇଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଗ୍ରାହକ । ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା ଏବେ ୫୦୦ ଟଙ୍କାରେ ବି ବ୍ୟାଗ ଭର୍ତ୍ତି ହେଉନାହିଁ । ସେହିପରି ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । କାରଣ ଖାଉଟିମାନେ ଏକ କିଲୋ ବଦଳରେ ଅଢେଇଶହ ୫ ଶହ ଗ୍ରାମର ପରିବା ନେଉଛନ୍ତି । ଫଳରେ ପରିବା ବ୍ୟବସାୟ ପ୍ରଭାବିତ ହେଉଥିବା ବ୍ୟବସାୟୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ହାଣ୍ଡିଶାଳକୁ ମହଙ୍ଗା ମାଡ, ବଢୁଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର - Price Rise Of Essential Commodities

ଅନ୍ୟପଟେ ପନିପରିବାର ଦର ବୃଦ୍ଧି ପାଇଁ ପାଣିପାଗକୁ ଦାୟୀ କରିଛି କଟକ ଛତ୍ରବଜାର ବ୍ୟବସାୟୀ ସଂଘ । ଅତ୍ୟଧିକ ରୌଦ୍ରତାପର ସିଧାସଳଖ ପ୍ରଭାବ ରାଜ୍ୟର ପରିବା ଚାଷ ଉପରେ ପଡିଛି । ରାଜ୍ୟରେ ପରିବା ଉତ୍ପାଦନ ଏକ ପ୍ରକାର ବନ୍ଦ ହୋଇଯିବା ଏବଂ ରାଜ୍ୟ ବାହାରର ମଣ୍ଡିରେ ପରିବା ଦର ବୃଦ୍ଧି ପାଇବା ଯୋଗୁଁ ପନିପରିବାର ଦର ବୃଦ୍ଧି ଘଟିଥିବା କହିଛନ୍ତି ବ୍ୟବସାୟୀ । ତେବେ ମୈାସୁମୀ ଯୋଗୁଁ ଭଲ ବର୍ଷା ହେଲେ ରାଜ୍ୟରେ ପରିବା ଉତ୍ପାଦନର ମାତ୍ରା ବଢିବ । ନଚେତ ପରିବା ଦର କମିବାର ଆଶା ନାହିଁ ବୋଲି ଛତ୍ରବଜାର ବ୍ୟବସାୟୀ ସଂଘର ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.