ETV Bharat / state

ଶ୍ରାବଣ ସରୁଣୁ ହାଫ ସେଞ୍ଚୁରି ମାରିଲା ପିଆଜ, ଖାଉଟି ଅସନ୍ତୋଷ - onion PRICE INCREASE

ONION PRICE INCREASE: ଆଳୁ ପରେ ଏବେ କନ୍ଦାଇଲାଣି ପିଆଜ । ରାଉରକେଲାରେ ଆଳୁ ଏବଂ ପିଆଜ ଦର ଆକାଶ ଛୁଆଁ ।

author img

By ETV Bharat Odisha Team

Published : Aug 24, 2024, 10:02 PM IST

ONION PRICE INCREASE
ONION PRICE INCREASE (ETV Bharat Odisha)

ରାଉରକେଲା: ହୁ ହୁ ହୋଇ ବଢ଼ିବାରେ ଲାଗିଛି ବଜାରରେ ଆଳୁ-ପିଆଜ ଦର । ପିଆଜ ମାରିଲା ହାଫ ସେଞ୍ଚୁରି ଆଳୁ ହାଫ ସେଞ୍ଚୁରି ପାଖରେ । ଖାଉଟି ସମ୍ପୂର୍ଣ୍ଣ ଭାବରେ ହନ୍ତସନ୍ତ । ଶ୍ରାବଣ ମାସ ଶେଷ ହେଉଣୁ ପିଆଜ ଦର ବଢ଼ିଲା ଏବଂ ଆଗକୁ ଆହୁରି ବଢିବା ନେଇ ଆଶଙ୍କା । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ବଢିବ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ରାଉରକେଲାରେ ଆଳୁ ଏବଂ ପିଆଜ ଦର ଆକାଶ ଛୁଆଁ ।

ପିଆଜକୁ ନେଇ କ'ଣ କହିଲେ ବ୍ୟବସାୟୀ:

ଏନେଇ ବ୍ୟବସାୟୀ କହିଛନ୍ତି,"ପିଆଜ ବର୍ତ୍ତମାନ ସୁଦ୍ଧା ମାର୍କେଟକୁ ଭଲ ଭାବରେ ସପ୍ଲାଇ ହୋଇ ଆସୁନାହିଁ । ତେଣୁ ଆଳୁ ଏବଂ ପିଆଜର ଅଭାବୀ ଦେଖା ଦେଇଥିବାରୁ ଏହାର ଦର ବୃଦ୍ଧି ପାଇଛି । ଆଶ୍ଚର୍ଯ୍ୟ ଜନକ ଭାବେ ପିଆଜ ଦର ବୃଦ୍ଧି ରାଉରକେଲା ଗ୍ରାହକଙ୍କୁ ଅଡୁଆରେ ପକାଇଛି । ତେବେ ସପ୍ତାହେ ତଳେ ୪୦ ଟଙ୍କା କିଲୋରେ ମିଳୁଥିବା ପିଆଜ ବର୍ତ୍ତମାନ କିଲୋ ପିଛା 50 ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ଆଳୁର ଦର ମଧ୍ୟ 40 ଟଙ୍କାରେ ବିକ୍ରି ହେଉଛି କିଛିଦିନ ତଳେ ଆଳୁ ମଧ୍ୟ 30 ଟଙ୍କା କିଲୋ ଥିଲା । ଶ୍ରାବଣ ମାସ ଶେଷ ହେଉନୁ ଦର ଆକାଶ ଛୁଆଁ ହେଉଛି ଏବଂ ପିଆଜ ଦର ଆଗକୁ ଆହୁରି ବଢିବ ବୋଲି ଆଶଙ୍କା କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ ....ମହଙ୍ଗା ମାଡ଼ରେ ଖାଉଟି ଚେପା, ପରିବା ଦରରେ ଲାଗୁନି ବ୍ରେକ - VEGETABLE PRICE IN ROURKELA

'ଖୁବଶୀଘ୍ର ସରକାର ପରିବା ଦର ନିୟନ୍ତ୍ରଣ କରନ୍ତୁ':

ସେପଟେ ଖାଉଟି କହିଛନ୍ତି,"ବର୍ତ୍ତମାନ ଆଳୁ ଏବଂ ପିଆଜ ଦର ଆକାଶ ଛୁଆଁ ହେବରୁ ପକେଟକୁ ଭାରି ବାଧୁଛି ଏବଂ ବଜେଟ ବିଗିଡି ଯାଉଛି । ଖାସ କରି ଘରଣୀମାନଙ୍କୁ ଅଧିକ ଅସୁବିଧା ହେଉଛି । ଯେଉଁମାନେ ବଡ଼ବଡ଼ିଆ ତାଙ୍କୁ ଅଧିକ କଷ୍ଟ ଲାଗୁନାହିଁ କିନ୍ତୁ ଯେଉଁମାନେ ମଧ୍ୟମ ଧରଣର ଲୋକ ଏବଂ ଦିନ ମଜୁରିଆ ଖଟିଖିଆ ସେମାନଙ୍କ ପାଇଁ ଏହି ଦର ବୃଦ୍ଧି କଷ୍ଟ ଦେଉଛି । ତେବେ ଖୁବଶୀଘ୍ର ସରକାର ଏହି ଦର ନିୟନ୍ତ୍ରଣ କରନ୍ତୁ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.