ETV Bharat / state

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜିରୁ ଊର୍ଦ୍ଧ୍ବ ସୁନା - Gold Donation To Srimandir

author img

By ETV Bharat Odisha Team

Published : May 29, 2024, 8:03 AM IST

Updated : May 29, 2024, 10:23 AM IST

Srimandir hundi receives 1 kg gold as donation: ପୁରୀ ଶ୍ରୀମନ୍ଦିର ହୁଣ୍ଡିରେ ୧ କେଜିରୁ ଅଧିକ ସୁନା ଦାନ । ଏହାର ବଜାର ମୂଲ୍ୟ ୭୦ ଲକ୍ଷରୁ ଅଧିକ ହେବ ନେଇ ଅନୁମାନ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜିରୁ ଊର୍ଦ୍ଧ୍ବ ସୁନା
ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜିରୁ ଊର୍ଦ୍ଧ୍ବ ସୁନା (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ଏକ କେଜିରୁ ଅଧିକ ସୁନା । କେହି ଜଣେ ଭକ୍ତ ମନ୍ଦିର ହୁଣ୍ଡିରେ ୧ କେଜି ୮୦୦ ମିଲିଗ୍ରାମର ସୁନା ଇଟା ଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି । ତେବେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେମାତ୍ରାରେ ସୁନା ଦାନ ସୂତ୍ରରେ ମିଳିଥିବା କୁହାଯାଉଛି । ଯାହାକି ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର ବଜାର ମୂଲ୍ୟ ୭୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । କେହି ଦାତା ପରିଚୟକୁ ଗୁପ୍ତ ରଖି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ସୁନା ଦାନ କରିଥିବା ଚର୍ଚ୍ଚା ହେଉଛି ।

ଗତକାଲି (ମଙ୍ଗଳବାର) ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଥିଲା । ଏହି ସମୟରେ କେହି ଭକ୍ତ ସୁନା ଇଟା ଦାନ କରିଥିବା ଜଣାପଡିଛି । ଏହାକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ଷ୍ଟ୍ରଙ୍ଗ ରୁମରେ ରଖିଛି । ଆଜି(ବୁଧବାର) ଏହାକୁ ଶ୍ରୀମନ୍ଦିର ପ୍ରଶାସନର ବ୍ୟାଙ୍କ ଲକରକୁ ସ୍ଥାନାନ୍ତର କରାଯିବ । ପ୍ରାୟ ୮ ମାସ ତଳେ ଶ୍ରୀମନ୍ଦିର ହୁଣ୍ଡିରୁ ସାଢେ ୭୦୦ ଗ୍ରାମ ସୁନା ମିଳିଥିଲା । ସେହିପରି ଗତକାଲି (ମଙ୍ଗଳବାର) ଭକ୍ତମାନେ ଶ୍ରୀମନ୍ଦିରରେ ୬ ଲକ୍ଷ ୨୮ ହଜାର ୨୩୭ ଟଙ୍କା ନଗଦ ଅର୍ଥ ଦାନ ସୂତ୍ରରେ ଦେଇଥିବାର ମଧ୍ୟ ଜଣାପଡିଛି ।

ମହାପ୍ରଭୁଙ୍କ ଆଭୂଷଣ ନିର୍ମାଣ ପାଇଁ ଗତ କିଛି ମାସ ତଳେ ଜଣେ ଦାତା ସୁନା ଦାନ କରିଥିଲେ । ସେହିପରି ଜଣେ ଭକ୍ତ ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଦାନ କରିଥିବା ନଜିର ରହିଛି । ତେବେ ମହାପ୍ରଭୁଙ୍କ ପାଇଁ ଦାନସଂଗ୍ରହ କେନ୍ଦ୍ର ଶ୍ରୀମନ୍ଦିର ପ୍ରଶାସନର ରହିଛି । ଏହାର ବ୍ୟାପକ ପ୍ରଚାର ପ୍ରସାର କରାଗଲେ ଆହୁରି ମହାପ୍ରଭୁଙ୍କ ପାଇଁ ଭକ୍ତମାନେ ଦାନ କରିବା ପାଇଁ ଆଗେଇ ଆସିବେ ବୋଲି ସେବାୟତ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମହାପ୍ରଭୁଙ୍କୁ 1କେଜିରୁ ଅଧିକ ସୁନା ଓ ରୂପା ଅଳଙ୍କାର ଦାନ କଲେ ଗୁଜୁରାଟୀ ଭକ୍ତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ମାସ ତଳେ ଗୁଜୁରାଟର ଜଣେ ଭକ୍ତି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୁଇଟି ସୁବର୍ଣ୍ଣ ତିଳକ ଓ ତିନୋଟି ରୂପା ମୁକୁଟ ଦାନ କରିଥିଲେ । ପ୍ରାୟ ଏକ କେଜି ୭୫ ଗ୍ରାମ ଓଜନ ସୁନାର ଅଳଙ୍କାର ଦାନ କରିଥିବାବେଳେ ଏହାର ମୂଲ୍ୟ ୭୫ ଲକ୍ଷ ଟଙ୍କା ରହିଥିଲା । ଏହି ଅଳଙ୍କାର ପୁରୀରେ ପହଞ୍ଚିବା ପରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା ।

Last Updated : May 29, 2024, 10:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.