ETV Bharat / state

କାର୍ତ୍ତିକ ମାସ ପାଇଁ ବଡ ପଦକ୍ଷେପ, 18ରୁ ଦୁଇ ଦ୍ୱାରରେ ଶ୍ରୀମନ୍ଦିର ପ୍ରବେଶ, ସିଂହଦ୍ୱାର ଦେଇ ପ୍ରସ୍ଥାନ ମନା

କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ଶୃଙ୍ଖଳା ଗ୍ରହଣ କରାଯାଇଛି । ଶୁକ୍ରବାରଠୁ ଦୁଇ ଦ୍ବାରରେ ଶ୍ରୀମନ୍ଦିର ପ୍ରବେଶ ।

author img

By ETV Bharat Odisha Team

Published : 2 hours ago

Updated : 2 hours ago

Shree Jagannath Temple Administration
Shree Jagannath Temple Administration (ETV Bharat Odisha)

ପୁରୀ: କାର୍ତ୍ତିକ ମାସ ପାଇଁ ଶ୍ରାମନ୍ଦିର ପ୍ରଶାସନ ପକ୍ଷରୁ ବଡ ସୂଚନା । ସିଂହଦ୍ୱାର ସହ ପଶ୍ଚିମ ଦ୍ୱାରରେ ପ୍ରବେଶ କରିପାରିବେ ଭକ୍ତ । ସିଂହଦ୍ୱାରରେ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ । ଆସନ୍ତା 18 ତାରିଖ ଅର୍ଥାତ (ଶୁକ୍ରବାର)ଠୁ ଶ୍ରୀମନ୍ଦିରର ଦୁଇଠି ଦ୍ବାରରେ ପ୍ରବେଶ ଏବଂ 3ଟି ଦ୍ବାରରେ ପ୍ରସ୍ଥାନ । ତେବେ ଉପରୋକ୍ତ ବ୍ୟବସ୍ଥା ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ସଦସ୍ୟଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ।

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା । ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ । ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି । ଶ୍ରଦ୍ଧାଳୁମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ । ସିଂହଦ୍ବାର ଦେଇ ପ୍ରସ୍ଥାନ ସଂପୂର୍ଣ୍ଣ ବାରଣ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ରତ୍ନଭଣ୍ଡାର ତଳେ ଅଛି କି ସୁଡ଼ଙ୍ଗ ? 2-4 ଦିନରେ ଆସିବ GPR ସର୍ଭେ ରିପୋର୍ଟ

ଶୁକ୍ରବାରଠୁ ଦୁଇ ଦ୍ବାରରେ ଶ୍ରୀମନ୍ଦିର ପ୍ରବେଶ-

  • କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା
  • ୧୮ ତାରିଖରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ
  • ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ
  • ଶ୍ରଦ୍ଧାଳୁମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ

ପୁରୀ ମନ୍ଦିର ପ୍ରଶାସନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇ କହିଛି କି, କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନିମ୍ନ ଦର୍ଶନ ଶୃଙ୍ଖଳା ଗ୍ରହଣ କରାଯାଇଛି ।

1. ଆସନ୍ତା ଅକ୍ଟୋବର 18 ତାରିଖରୁ କେବଳ ସିଂହଦ୍ବାର ଏବଂ ପଶ୍ଚିମ ଦ୍ବାରରେ ପ୍ରବେଶ ଅନୁମିତି ଦିଆଯିବ

2. ଶ୍ରଦ୍ଧାଳୁମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ 3 ଦ୍ବାରରେ ପ୍ରସ୍ଥାନ କରିପାରିବେ

3. ସିଂହଦ୍ବାରରେ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ କରାଯାଇଅଛି

4. ଉପରୋକ୍ତ ବ୍ୟବସ୍ଥା ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ସଦସ୍ୟଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ

ଏହା ବି ପଢନ୍ତୁ- ପୁରୀ ଶ୍ରୀମନ୍ଦିରରେ ଦୀପ ହେଉ କି ପ୍ରସାଦ ଓମଫେଡ ଘିଅ ବ୍ୟବହାର, ଆଇନ ମନ୍ତ୍ରୀ କହିଲେ ଆଶ୍ଵସ୍ଥ ହେବେ ଭକ୍ତ

ଏହା ବି ପଢନ୍ତୁ- ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ମହାପ୍ରଭୁଙ୍କୁ ଦର୍ଶନ କରିବେ, ଜନ୍ମମାଟିରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ

puri temple
puri temple (ETV Bharat Odisha)

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ସହଯୋଗ କରନ୍ତୁ-

ଏପଟେ ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, "ଜୟ ଜଗନ୍ନାଥ। ପୁଣ୍ୟ ମାସ କାର୍ତ୍ତିକର ଆଗମନ ହେବାକୁ ଯାଉଛି l ମହାପ୍ରଭୁଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ସମ୍ପାଦନ ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ତଥା ବ୍ରତଧାରୀଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ l ଏହାକୁ ନଜରରେ ରଖି ନିଆଯାଇଥିବା ଏହି ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବା ସହ ସହଯୋଗ ପ୍ରଦାନ କରିବେ ବୋଲି ମୋର ବିଶ୍ବାସ l"

ମୋହନ ସରକାର ଖୋଲିଥିଲେ ଚାରି ଦ୍ବାର-

ରାଜ୍ୟରେ ସରକାର ବଦଳିବା ପରେ ମୋହନ ମାଝୀ ସରକାର ପ୍ରଥମ କ୍ୟାବିଟେନରେ ପୁରୀ ଶ୍ରୀମନ୍ଦିର 4 ଦ୍ବାର ଖୋଲିବା ସହିତ ଜଗନ୍ନାଥ ମନ୍ଦିର ପାଇଁ 500 କୋଟିର କର୍ପସ ଫଣ୍ଡ ଘୋଷଣା କରିଥିଲେ । ପୁରୀ ଶ୍ରୀମନ୍ଦିରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ ମୋହନ ସରକାର । ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲିଥିଲେ ମୋହନ ସରକାର । ଏହା ପରେ ରତ୍ନ ଭଣ୍ଡାର ଖୋଲିବା ସହିତ ଅଳଙ୍କାର ସ୍ଥାନାନ୍ତରଣ ହୋଇଥିଲା । ଏହା ସହିତ ଆଗକୁ ଭକ୍ତଙ୍କୁ ମାଗଣା ମହାପ୍ରସାଦ ମିଳିବ ବୋଲି ମୋହନ ସରକାରଙ୍କ ଯୋଜନା ରହିଛି ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.