ETV Bharat / state

ବିଜେପିର ଶକ୍ତି ବନ୍ଦନ କର୍ମଶାଳା, ଫୋକସରେ ମହିଳା ଭୋଟବ୍ୟାଙ୍କ୍ - ୨୦୨୪ ନିର୍ବାଚନ

Shakti Bandan Workshop: ମହିଳା ଭୋଟ ବ୍ୟାଙ୍କ ହାତେଇବାକୁ ପ୍ରୟାସ ଜାରି ରଖିଛି ବିଜେପି । ଏଥିପାଇଁ 'ଶକ୍ତି ବନ୍ଦନ କର୍ମଶାଳା'ର ଆୟୋଜନ କରି କେନ୍ଦ୍ର ଯୋଜନା ସମ୍ପର୍କରେ ମହିଳାମାନଙ୍କୁ ଅବଗତ କରାଉଛି ଦଳ । ଅଧିକ ପଢନ୍ତୁ

Shakti Bandan Workshop
ଶକ୍ତି ବନ୍ଦନ କର୍ମଶାଳା
author img

By ETV Bharat Odisha Team

Published : Jan 20, 2024, 8:03 PM IST

ଶକ୍ତି ବନ୍ଦନ କର୍ମଶାଳା

ଭୁବନେଶ୍ବର: ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ବଡ଼ ଷ୍ଟାଟେଜୀ । ୨୦୨୪ ନିର୍ବାଚନରେ ବିଜେପି ଟାର୍ଗେଟରେ ରହିଛନ୍ତି ମହିଳା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ 'ଶକ୍ତି ବନ୍ଦନ କର୍ମଶାଳା' ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ସାମିଲ ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟ କାର୍ଯ୍ୟାଳୟରେ ବିଜେପିର 'ଶକ୍ତି ବନ୍ଦନ କର୍ମଶାଳା' ହୋଇଥିବାବେଳେ ଏଥିରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ଵାଧୀ ନିରଞ୍ଜନା ଜ୍ୟୋତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ଏସଏଚଜି ମହିଳାଙ୍କ ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ନେବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ।

ଏନେଇ କେନ୍ଦ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି କହିଛନ୍ତି, "ଏସଏଚଜିଙ୍କୁ ବିନା ସୁଧରେ କେନ୍ଦ୍ର ସରକାର ୭ ପ୍ରତିଶତ ଋଣ ଦେଉଥିବାବେଳେ ରାଜ୍ୟସରକାର ୪ ପ୍ରତିଶତ ଦେଉଛନ୍ତି । ଏସବୁକୁ ମୁଦ୍ଦା କରି ମହିଳାଙ୍କ ପାଖକୁ ଯିବ ବିଜେପି । ଓଡ଼ିଶା ସରକାର କେନ୍ଦ୍ର ଯୋଜନାକୁ ହାଇଯାକ୍ କରୁଛନ୍ତି । ନିଜ ନାଁରେ କରି ପ୍ରଚାର ପ୍ରସାର କରୁଛନ୍ତି ।" ଏମିତି କହି ଡବଲ ଇଞ୍ଜିନ ସରକାର ଆଣିବାକୁ ଆହ୍ଵାନ ଦେଲେ କେନ୍ଦ୍ରମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି, "କେନ୍ଦ୍ର ସରକାର ମହିଳାମାନଙ୍କ ଲାଗି ଓଡିଶାକୁ 850 କୋଟି ଦେଇଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଳିଥିବା ସୁଧ ଛାଡ଼ ଋଣରେ କେନ୍ଦ୍ରର ଭାଗ 7 ପ୍ରତିଶତ । ରାଜ୍ୟ ମାତ୍ର 4 ପ୍ରତିଶତ ଦେଇ ସବୁ ମୋର ବୋଲି କହୁଛି । ସେହିପରି 56 ଲକ୍ଷ 96 ହଜାର ମହିଳା ସ୍ୱୟଂ ସହାୟକ ମହିଳା ଓ 5 ଲକ୍ଷ 45 ହଜାର ଦିଦି କେନ୍ଦ୍ର ସହାୟତାରେ ସୁବିଧା ପାଉଛନ୍ତି । 2014 ପରେ ମାତୃ ଶକ୍ତିରେ ଓଡି଼ଶା ସବୁଠି ଅଧିକ ସୁବିଧା ପାଉଛି । ରାଜ୍ୟରେ ଆବାସ ଯୋଜନାରେ ଘର ମିଳୁନି । ଯାହା ଘର ଆସୁଛି ତାହାକୁ ବିଜୁ ଘର କହି ଦେଉଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ଶିକ୍ଷକ ନିଯୁକ୍ତି ଅନିୟମିତତା ନେଇ ସରକାରଙ୍କୁ ଘେରିଲା ବିଜେପି

"ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ସମାବେଶ କରି ବୁଝାଇବାକୁ ପଡ଼ିବ ବୋଲି ଆହ୍ଵାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ପାଇଁ ବେଶୀ ଟଙ୍କା ଗ୍ରାମୀଣ ବିଭାଗରୁ ଆସୁଛି । ହେଲେ ଓଡ଼ିଶାରେ ରାସ୍ତା ଉଦଘାଟନ ଲାଗି ସାଂସଦମାନଙ୍କୁ ଡକା ଯାଉନି । କେନ୍ଦ୍ର ଯୋଜନାକୁ ହାଇଜାକ୍ କରୁଛନ୍ତି । କେନ୍ଦ୍ରର କାହାକୁ ଡକା ଯାଉନି । କେନ୍ଦ୍ର ଯୋଜନାରେ ନିଜର ଶ୍ରେୟ ନେଉଛନ୍ତି ରାଜ୍ୟ ସରକାର" ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.