ବଲାଙ୍ଗୀର: ବଲାଙ୍ଗୀରରେ ସେକ୍ସ ରାକେଟ ଠାବ । ସହର ମଧ୍ୟରେ ଥିବା ଖର୍ସେଲ ପଡ଼ାରୁ ଏହି ସେକ୍ସ ରେକେଟ୍ ଠାବ କରିଛି ବଲାଙ୍ଗୀର ଟାଉନ ପୋଲିସ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅଚାନକ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେହି ଘରୁ ୪ ରୂପଜୀବୀଙ୍କ ସମେତ 8 ଜଣ ଗ୍ରାହକ ଗିରଫ ହୋଇଛନ୍ତି ।
ସୂଚନା ଅନୁଯାୟୀ, ସହର ମଧ୍ୟରେ ଥିବା ଖର୍ସେଲପଡ଼ାରେ ଥିବା ଏକ ଭଡା ଘରେ ଚାଲିଥିଲା ଏହି ସେକ୍ସ ରାକେଟ । ଏନେଇ ପୋଲିସ କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗତକାଲି(ରବିବାର) ସେଠାରେ ଚଢ଼ାଉ କରିଥିଲା । ଚଢାଉରେ ୪ ରୂପଜୀବୀଙ୍କ ସହ 4ଜଣ ଯୁବକଙ୍କୁ ପୋଲିସ୍ ଧରିବାରେ ସକ୍ଷମ ହୋଇଥିଲା । ଏଥିସହ ସେମାନଙ୍କ ନିକଟରୁ କିଛି ଆପତ୍ତିଜନକ ଜିନିଷ ଜବତ କରାଯାଇଛି । ତେବେ ଦୀର୍ଘ ଦିନରୁ ଏଠି ଏହି ସେକ୍ସ ରାକେଟ ଚାଲିଥିବା ବେଳେ ଜିଲ୍ଲା ଓ ଜିଲ୍ଲା ବାହାରୁ ଯୁବତୀ ଓ ଗ୍ରାହକ ଏଠାକୁ ଆସୁଥିବାର ଜଣାପଡ଼ିଛି । ସେହିପରି ଏହାର କିଙ୍ଗ ପିନ କୁହାଯାଉଥିବା ଜଣେ ମହିଳା ଏବେ ଫେରାର ଥିବାର ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ - ରାଉରକେଲାରେ ଠାବ ସେକ୍ସ ରାକେଟ; ୪ ରୂପଜୀବୀ ଓ ଜଣେ ଦଲାଲ ଗିରଫ
ଏହା ମଧ୍ୟ ପଢନ୍ତୁ - ପାରାଦ୍ୱୀପରେ ସେକ୍ସ ରାକେଟ ଠାବ: 4 ରୂପଜୀବୀ ଓ 7 ଗ୍ରାହକ ଅଟକ
ତେବେ ଏନେଇ ବଲାଙ୍ଗୀର ଏସଡିପି ଓ ପ୍ରଦୀପ ସାହୁ କହିଛନ୍ତି ଯେ, ଏହି ଘଟଣାର ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ବଲାଙ୍ଗୀର ଟାଉନ ଥାନା ଅଧିକାରୀ ଏଠି ଚଢାଉ କରିଥିଲେ । ଏଥିରେ 4 ଜଣ ଯୁବତୀଙ୍କ ସମେତ ୮ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି । ସେହିପରି ତଦନ୍ତ ସରିଲେ ଏହାର ସବିଶେଷ ଜଣା ପଡ଼ିବ ବୋଲି ସେ କହିଛନ୍ତି । ତେବେ ବଲାଙ୍ଗୀର ସହରରେ ବିଭିନ୍ନ ସ୍ଥାନରେ ଏଭଳି ଏକାଧିକ ରାକେଟ ସକ୍ରିୟ ଥିବାର ଅଭିଯୋଗ ଆସିଛି । ବିଶେଷ କରି ବଙ୍ଗୀୟ ଓ ଛତିଶଗଡରୁ ଯୁବତୀଙ୍କୁ ଅଣାଯାଇ ଏଠି ଏହି ରକେଟ୍ ସବୁ ଚାଲି ଆସୁଛି । ଅନ୍ୟପଟେ ସାଧାରଣରେ ଏହି ବେଆଇନ୍ ଧନ୍ଦା ଉପରେ ପୋଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ଇଟିଭି ଭାରତ , ବଲାଙ୍ଗୀର