ETV Bharat / state

ଆଦର୍ଶ ଗାଁରେ ଜଳ ସଙ୍କଟ, ସୋଲାର ଓଭରହେଡ ଟାଙ୍କି ଅଚଳ ! - Water Scarcity - WATER SCARCITY

Water Scarcity: ଅଚଳ ହୋଇପଡିଛି ସୋଲାର ଓଭରହେଡ ଟାଙ୍କି । ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାବେଳେ ଆଦର୍ଶ ଗାଁରେ ଦେଖାଦେଇଛି ଜଳ ସଙ୍କଟ । ଅଧିକ ପଢନ୍ତୁ

Water Scarcity
Water Scarcity
author img

By ETV Bharat Odisha Team

Published : Apr 26, 2024, 10:29 PM IST

Water Scarcity

ନିଆଳି: ଆଦର୍ଶ ଗାଁରେ ଖରାଦିନେ ବିଶୁଦ୍ଧ ପାଣି ମିଳୁନଥିବା ଅଭିଯୋଗ । ଅଚଳ ହୋଇପଡିଛି ସୋଲାର ଓଭରହେଡ ଟାଙ୍କି । ବାକ୍ସ କଳରୁ ବାହାରୁଛି ଆଇରନ ମିଶା ପାଣି ।‌ ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାବେଳେ କେତେକ ଗାଁ ଗଣ୍ଡାରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଡିମିରି ପଞ୍ଚାୟତସ୍ଥିତ ଅରିଶଲ ଗ୍ରାମରେ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ହେଉଛନ୍ତି ଡହଳ ବିକଳ । ଏପରିକି ପୋଖରୀଠାରୁ ଆରମ୍ଭ କରି ନଦୀ ନାଳ ବି ଶୁଖି ଗଲାଣି । ଉତ୍କଟ ଜଳ ସମସ୍ୟା ଦେଖା ଦେଇଥିଲେ ବି ଠିକାଦାର କି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଡିମିରି ପଞ୍ଚାୟତ ସ୍ଥିତ ଅରିଶଲ ଗ୍ରାମରେ ଦେଖାଦେଇଛି ଜଳ ସମସ୍ୟା । ୭ ଓ ୮ ନମ୍ବର ୱାର୍ଡରେ ପାଖାପାଖି ୩ ଶହ ପରିବାର ବାସ କରୁଥିବାବେଳେ ଜନସଂଖ୍ୟା ୧୫ ଶହରୁ ଊର୍ଦ୍ଧ୍ବ ରହିଛି । 'ଅରିଶଲ'କୁ ଆଦର୍ଶ ଗାଁ ମାନ୍ୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ଏବଂ କଟକ ଜିଲ୍ଲା ପ୍ରଶାସନ । କିନ୍ତୁ ଆଦର୍ଶ ଗାଁରେ ଖରା ଦିନରେ ଦେଖାଦେଇଛି ଜଳ ସମସ୍ୟା । ଗତ କିଛି ଦିନ ତଳେ କଣ୍ଟାପଡ଼ା ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଠିକାଦାରଙ୍କ ମାଧ୍ୟମରେ ୩ଟି ସୋଲାର ପ୍ରୋଜେକ୍ଟ କାମ କରୁଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଥିଲା । ଯାହାକି କିଛି ଦିନ କାର୍ଯ୍ୟକ୍ଷମ ପରେ ଅଚଳ ହୋଇପଡିଛି ।

ଏହା ବି ପଢନ୍ତୁ...ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ, ଗରା-ବାଲ୍ଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ - Drinking Water Problem

ଅରିଶଲ ଆଦର୍ଶ ଗାଁରେ ଲୋକଙ୍କ ଅଭିଯୋଗ ଅନୁସାରେ, ୩ ଟି ସୋଲାର ଓଭରହେଡ ଟାଙ୍କି ମଧ୍ୟରୁ ୨ଟି ଅଚଳ ହୋଇପଡିଛି । ଫଳରେ ଗୋଟିଏ ବାକ୍ସ କଳରୁ ପାଣି ପାଇଁ ଶହ ଶହ ଲୋକଙ୍କୁ ଲାଇନ ଲଗାଇବାକୁ ପଡୁଛି। ଏପରିକି ବାକ୍ସ କଳରୁ ଆଇରନ ପାଣି ବାହାରୁଥିବା କାରଣରୁ ପାଣି ପିଇବା କଷ୍ଟସାଧ୍ୟ ହୋଇପଡିଛି । ଖରା ଯୋଗୁଁ ଗଧୋଇବାକୁ ସମସ୍ୟା ଭୋଗିବାକୁ ପଡୁଛି । ଏହା ସହିତ ପିଇବା ପାଣିର ମଧ୍ୟ ଅଭାବ ଦେଖାଦେଇଛି ।ଏନେଇ ଡିମିରି ପଞ୍ଚାୟତର ସରପଞ୍ଚ, ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲା ପରେ ବି ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.