ETV Bharat / state

ଶ୍ରାବଣ ସୋମବାରରେ ବଡ ଅଘଟଣ; ଭକ୍ତଙ୍କୁ ଦୁର୍ଘଟଣାରୁ ବଞ୍ଚାଇଲେ ଭୋଳାନାଥ ! ରାସ୍ତା କଡକୁ ଓଲଟି ପଡିଲା ବୋଲବମ ବସ୍ - Jajpur Bus Accident

author img

By ETV Bharat Odisha Team

Published : Jul 22, 2024, 10:52 AM IST

Updated : Jul 22, 2024, 11:21 AM IST

kawariya Bus Accident: ଯାଜପୁରରେ ଓଲଟିଲା କାଉଡିଆଙ୍କ ବସ । ଭକ୍ତଙ୍କୁ ଅଳ୍ପକେ ବଞ୍ଚାଇଦେଲେ ପ୍ରଭୁ ଭୋଳାନାଥ । ଅଧିକ ପଢନ୍ତୁ

Etv Bharat
Etv Bharat (ETV BHARAT ODISHA)

ଯାଜପୁର: ଶ୍ରାବଣ ମାସ ପ୍ରଥମ ସୋମବାରରେ ଅଘଟଣ । କାଉଡିଆକୁ ସାହା ହେଲେ ଭଗବାନ ଶିବ । ଟଳିଗଲା ବିପଦ, ବସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ଶିବଭକ୍ତ । ଏଭଳି ଘଟଣା ଘଟିଛି ଯାଜପୁର ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ । ଦୁର୍ଘଟଣାରେ 17 ଜଣ ସାମାନ୍ୟ ଆହତ ହୋଇଥିବା ବେଳେ କାହାର ଜୀବନ ହାନି ହୋଇନାହିଁ । ଆହତଙ୍କୁ ଚିକିତ୍ସା ନିମନ୍ତେ ଯାଜପୁର ଟାଉନ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ ହେଲପରଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି l ବସ୍‌ଟି କେନ୍ଦୁଝରରୁ ଭଦ୍ରକ ଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଶ୍ରାବଣ ସୋମବାରରେ ବଡ ଅଘଟଣ
ଶ୍ରାବଣ ସୋମବାରରେ ବଡ ଅଘଟଣ (ETV Bharat Odisha)

ମିଳିଥିବା ସୂଚନା ଅନୁଯାୟୀ, ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଶିବଙ୍କୁ ଜଳ ଲାଗି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ । କାଉଡିଆ ମାନେ ମନ୍ଦିରରେ ଧାଡି ହୋଇ ଶିବକଙ୍କୁ ଜଳଲାଗି କରୁଛନ୍ତି । ଏହି ଉଦ୍ଦେଶ୍ୟରେ ଏକ ବସ୍‌ ଯୋଗେ କେନ୍ଦୁଝର ଆନନ୍ଦପୁର ଅଞ୍ଚଳରୁ କାଉଡିଆ ମାନେ ଭଦ୍ରକ ଆସୁଥିଲେ । କିନ୍ତୁ ଭଦ୍ରକରେ ପହଞ୍ଚିବା ପୂର୍ବରୁ ଯାଜପୁରରେ ବୋଲବମ ବସ୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା । ଚାନ୍ଦପୁର ଛକରେ ବସଟି କୌଣସି କାରଣରୁ ରାସ୍ତାର ଡିଭାଇଡର ଉପରକୁ ଚଢି ଓଲଟିଲା ପଡ଼ିଥିଲା । ଫଳରେ ବସରେ ଥିବା 17ଜଣ ଭକ୍ତ ସାମାନ୍ୟ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ସହ ହେଲ୍ପିଙ୍ଗ୍ ଗ୍ରୁପର ସଦସ୍ୟମାନେ ଘଟଣାସ୍ଥଳରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଚାପିଦେଲା ହାଇୱା; ଦୁର୍ଘଟଣାରେ ୩ ଖେଳାଳି ମୃତ, ପାଣିରେ ବୁଡ଼ି ଲିଭିଗଲା 2 ଜୀବନ ଦୀପ

ଯାଜପୁର ଟାଉନ ମେଡିକାଲରେ ଚିକିତ୍ସା ସମୟରେ ହେଲ୍ପପର ଜଣଙ୍କ ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି l ତେବେ ଏହି ବୋଲବମ ଭକ୍ତ ମାନେ ଆନନ୍ଦପୁର ଅଞ୍ଚଳରୁ ଆସିଥିବା ବେଳେ ଯାଜପୁର ଜିଲ୍ଲା ଗୋଖନେଶ୍ୱର ଶିବ ମନ୍ଦିରରୁ ପାଣି ଉଠାଇ ପୁରୀ ଯିବାର କାର୍ଯ୍ୟକ୍ରମ ଥିବାର ସୂଚନା ମିଳିଛି । ତେବେ ଶ୍ରାବଣ ମାସର ପ୍ରଥମ ସୋମବାରରୁ ଏଭଳି ଦୁର୍ଘଟଣା ଭକ୍ତଙ୍କୁ ଦୁଃଖିତ କରିଛି ।

ଇଟିଭି ଭାରତ, ଯାଜପୁର

Last Updated : Jul 22, 2024, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.