ETV Bharat / state

ଦୁଇ ବାଇକ ମୁହାଁମୁହିଁ ଧକ୍କା,ପୋଲିସ ଏଏସଆଇଙ୍କ ସମେତ ୩ ଗୁରୁତର

author img

By ETV Bharat Odisha Team

Published : Feb 5, 2024, 10:30 AM IST

Updated : Feb 5, 2024, 11:31 AM IST

Bike Accident In Dhenkanal: ଢେଙ୍କାନାଳରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ପୋଲିସ ଏଏସଆଇଙ୍କ ସମେତ ୩ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

Road Accident
Road Accident
Bike Accident In Dhenkanal

ଢେଙ୍କାନାଳ: ଢେଙ୍କାନାଳରେ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ପୋଲିସ ଏଏସଆଇଙ୍କ ସମେତ ୩ଜଣ ଗୁରୁତର ଆହତ । ତେବେ ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ଗତକାଲି(ରବିବାର) ରାତିରେ ଦୁଇ ଜଣ ଯୁବକ ଏକ ଓଲା ବାଇକ ଯୋଗେ ଦ୍ରୁତ ଗତିରେ ଯାଉଥିଲେ । ଏନେଇ ଢେଙ୍କାନାଳ ବସଷ୍ଟାଣ୍ଡ ନିକଟରେ ଜଣେ ପୋଲିସ ବାବୁଙ୍କ ବାଇକରେ ଧକ୍କା ହୋଇଥିଲେ । ଫଳରେ ସମସ୍ତେ ଗୁରୁତର ହୋଇଥିଲେ । ଏନେଇ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଗୁରୁତର ମାନଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ପଠାଇଥିଲେ । ହେଲେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଶୋଚନୀୟ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ଗୁରୁତର ପୋଲିସ ଏଏସଆଇ ଜଣଙ୍କ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଡ଼ିଆକାଟେଣି ଅଞ୍ଚଳର ହୋଇଥିବା ବେଳେ ସେ ଢେଙ୍କାନାଳ ପୋଲିସର ରିଜର୍ଭରେ କାର୍ଯ୍ୟରତ ଅଛନ୍ତି । ସେହିପରି ଗୁରୁତର ଦୁଇ ଯୁବକ କୁମ୍ଭାର ସାହିର ପ୍ରବୀଣ ଦୋରା ଓ ଟାଇନ ପ୍ଲାନିଂ ଅଞ୍ଚଳର ରୋନକ ପଟ୍ଟନାୟକ ବୋଲି ଜଣାପଡିଛି । ଏନେଇ ଖବରପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରି ତଦନ୍ତ କରିଛି l

ଏହା ମଧ୍ୟ ପଢନ୍ତୁ - ପଥଚାରୀକୁ ପିଟିଲା ମୋ ବସ: ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ, ଘଣ୍ଟାଏ ଧରି ରାସ୍ତା ଜାମ

ଏହା ମଧ୍ୟ ପଡନ୍ତୁ - ଭାରସାମ୍ୟ ହରାଇ ଗାତରେ ପଶିଗଲା ଚଳନ୍ତା କାର, 6 ମୃତ

ସେହିପରି ଗତ କିଛିଦିନ ପୂର୍ବେ ଜିଲ୍ଲାର ଜିରିଡାମାଳିର ବାଇପାସ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ରାତ୍ର ଜଗୁଆଳିଙ୍କ ମୃତ୍ୟୁ ହୋଇଥିଲା । ସେ ଡ୍ୟୁଟିକୁ ଯାଉଥିବା ବେଳେ ଜିରିଡ଼ାମାଳିର ବାଇପାସରେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଗାଡି ନେଇ ଫେରାର ହୋଇଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Feb 5, 2024, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.