ETV Bharat / state

ବରୁଣେଇରେ ପର୍ଯ୍ୟଟକଙ୍କୁ ପିଟିଲେ, ବସ ଭାଙ୍ଗିଲେ: ଭିଡିଓ ଭାଇରଲ - GROUP CLASH

GROUP CLASH IN BARUNEI: ଖୋର୍ଦ୍ଧା ବରୁଣେଇଙ୍କ ପୀଠରେ ରକ୍ତାକ୍ତ ସଂଘର୍ଷ । ଗଞ୍ଜାମରୁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ । ମୁହାଁମୁହିଁ ହେଲେ ସ୍ଥାନୀୟ ଯୁବକ ଓ ପର୍ଯ୍ୟଟକ । ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କୁ ପିଟିଲେ, ବସ ଭାଙ୍ଗିଲେ: ଭିଡିଓ ଭାଇରଲ

author img

By ETV Bharat Odisha Team

Published : Apr 17, 2024, 4:34 PM IST

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କୁ ପିଟିଲେ, ବସ ଭାଙ୍ଗିଲେ: ଭିଡିଓ ଭାଇରଲ

ଖୋର୍ଦ୍ଧା: ଦିନ ଦ୍ବିପ୍ରହରରେ ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମା' ବରୁଣେଇଙ୍କ ପୀଠ ରଣକ୍ଷେତ୍ର ପାଲଟିଲା । ମୁହାଁମୁହିଁ ହୋଇଥିଲେ ସ୍ଥାନୀୟ ଯୁବକ ଓ ଗଞ୍ଜାମ ପର୍ଯ୍ୟଟକ । ଏହି ଘଟଣାରେ ଗଞ୍ଜାମ ଜିଲ୍ଲାର ଦୁଇ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଞ୍ଚଳର ୩ ଜଣ ଯୁବକଙ୍କୁ ମିଶାଇ ସମୁଦାୟ ୫ ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ବରୁଣେଇ ପୀଠରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଘଟଣାରୁ ଜଣାପଡ଼ିଛି ଆଜି ଗଞ୍ଜାମ ଜିଲ୍ଲାର ପ୍ରାୟ ଦୁଇ ଶହ ପର୍ଯ୍ୟଟକ ବଣ ଭୋଜି କରିବାକୁ ପର୍ଯ୍ୟଟନ ସ୍ଥଳୀ ମା' ବରୁଣେଇଙ୍କ ପୀଠକୁ ଆସିଥିଲେ । ସେହିପରି ସେଠାରେ ପୂର୍ବରୁ ଆଦର୍ଶ ଥାନା ଅନ୍ତର୍ଗତ ଉପରସାହି ବାଶେଇସାହି ଏବଂ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେମାଦେଇ ଗ୍ରାମରେ ୨୦ରୁ୨୫ ଜଣ ଯୁବକ ଭୋଜି କରୁଥିଲେ । ତେବେ କୌଣସି କାରଣକୁ ନେଇ ଗଞ୍ଜାମ ପର୍ଯ୍ୟଟକ ଏବଂ ସ୍ଥାନୀୟ ଯୁବକମାନେ ହାତାହାତି ହୋଇଥିଲେ । ଏ ଘଟଣା ପରେ ସେଠାରେ ସ୍ଥାନୀୟ ଅଞ୍ଚଳରୁ ଯୁବକମାନେ ଅନ୍ୟ କେତେକ ଯୁବକଙ୍କୁ ଘଟଣା ସ୍ଥଳକୁ ଡାକିଥିଲେ ।ଏହାପରେ ଘଟଣାସ୍ଥଳ ପାଲଟିଥିଲା ରଣକ୍ଷେତ୍ର ।

ସ୍ଥାନୀୟ ଅଞ୍ଚଳରେ ଯୁବକମାନେ ଗଞ୍ଜାମ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିଲେ । ସେମାନେ କ୍ଷମା ପ୍ରାର୍ଥନା କରିବା ସତ୍ତ୍ବେ ଯୁବକମାନେ ଶୁଣିନଥିଲେ । ଆଶ୍ଚର୍ଯ୍ୟ କଥା ହେଉଛି ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିବା ସତ୍ତ୍ଵେ ଯୁବକମାନେ ଗଞ୍ଜାମ ପର୍ଯ୍ୟଟକ ଆସିଥିବା ଦୁଇ ବସକୁ ଠେଙ୍ଗା ଓ ଢେଲା ଫୋପାଡ଼ି ଭଙ୍ଗାରୁଜା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ......କିଞ୍ଜିରକେଲାରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବିଜେପି ନେତା ଭବାନୀ ପଟେଲ - Firing On BJP Leader

ପରିସ୍ଥିତି ଏମିତି ହୋଇଥିଲା ଯେ ,ଅନ୍ୟ ପର୍ଯ୍ୟଟକମାନେ ଭୋଜିଭାତ କରିବା ତ’ ଦୂରର କଥା ବରଂ ଜୀବନ ବଞ୍ଚାଇବାକୁ ନିଜ ଜିନିଷପତ୍ର ଛାଡ଼ି ଘଟଣାସ୍ଥଳରୁ ଭୟଭୀତ ହୋଇ ପଳାଇଥିଲେ । ପୋଲିସ ଉପସ୍ଥିତିରେ ଏମିତି ଦୁଇ ଗୋଷ୍ଠୀ ମଧ୍ୟରେ ମା’ ବରୁଣେଇ ପୀଠ ରଣକ୍ଷେତ୍ର ପାଲଟିବା ସତ୍ତ୍ବେ ପୋଲିସ ଅସହାୟ ହୋଇ ଗଣ୍ଡଗୋଳ ଦୃଶ୍ୟ ଦେଖୁଥିବା ଜଣାପଡ଼ିଛି । ପୋଲିସ ଉଭୟ ଗୋଷ୍ଠୀର ୫ ଜଣ ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଇଛି । ସ୍ଥିତି ଅଣାୟତ୍ତ ହେବା ଆଶଙ୍କାରେ ବରୁଣେଇ ପୀଠ ପୋଲିସ ଛାଉଣି ହୋଇଛି । ସେହିପରି ମାଡ଼ପିଟ ଓ ଭଙ୍ଗାରୁଜା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.