ETV Bharat / state

ଇଞ୍ଜେକସନ ପାର୍ଶ୍ୱ ପ୍ରତିକ୍ରିୟା, ୧୫ ଶିଶୁ ଗୁରୁତର ! - injection side effect - INJECTION SIDE EFFECT

INJECTION SIDE EFFECT: ଗତକାଲି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଇଞ୍ଜେକସନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଅନେକ ଶିଶୁଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଶିଶୁମାନଙ୍କୁ ଜ୍ବର ଆସିବା ସହ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ବର୍ତ୍ତମାନ ସମସ୍ତ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଇଞ୍ଜେକସନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୧୫ ଶିଶୁ ଗୁରୁତର
ଇଞ୍ଜେକସନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୧୫ ଶିଶୁ ଗୁରୁତର (ETV Bharat Odisha)
author img

By ETV Bharat Odisha Team

Published : Aug 24, 2024, 7:31 PM IST

ଢେଙ୍କାନାଳ: ଇଞ୍ଜେକସନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୧୫ ଶିଶୁ ଗୁରୁତର । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ଇଞ୍ଜେକସନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୧୫ ଶିଶୁ ଅବସ୍ଥା ଜଟିଳ ହୋଇପଡ଼ିଥିଲା । ଶିଶୁମାନଙ୍କୁ ଜ୍ବର ଆସିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି ହୋଇଥିଲା । ପରେ ଡ଼ାକ୍ତର ପହଞ୍ଚି ଶିଶୁମାନଙ୍କୁ ଚିକିତ୍ସା କରିଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।

ଇଞ୍ଜେକସନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୧୫ ଶିଶୁ ଗୁରୁତର (ETV Bharat Odisha)

ଇଞ୍ଜେକସନ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୧୫ ଶିଶୁ ଗୁରୁତର ! :

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ କାଲି(ଶନିବାର) ସନ୍ଧ୍ୟାରେ ଘଟିଛି ଏହି ଅଭାବନୀୟ ଘଟଣା । ଡାକ୍ତରଖାନାର ଶିଶୁ ବିଭାଗର ଗୋଟିଏ ୱାର୍ଡରେ ଚିକିତ୍ସିତ ହେଉଥିବା ଶିଶୁମାନଙ୍କୁ ଇଜେକ୍ସନ ଦେବା ପରେ ସେମାନେ ଜ୍ଜରରେ ଥରିବାକୁ ଆରମ୍ଭ କରିଥିଲେ । ପରେ ଶିଶୁ ମାନେ ଜ୍ବରରେ କମ୍ପିିଥିଲେ । କିଛି ଶିଶୁଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି ହେବାରୁ ଭୟଭୀତ ହୋଇପଡ଼ିଥିଲେ ପରିବାର ଲୋକେ । ଇଞ୍ଜେକ୍ସନର ଏହା ପାର୍ଶ୍ୱ ପ୍ରତିକ୍ରିୟା ବୋଲି ଶିଶୁମାନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଖବର ପାଇ ୱାର୍ଡର ଆଟେଣ୍ଡାଣ୍ଟ ତୁରନ୍ତ ଡାକ୍ତରଙ୍କୁ ଡାକିଥିଲେ । ଶିଶୁ ବିଶେଷଜ୍ଞ ୱାର୍ଡକୁ ଯାଇ ଗୁରୁତର ଶିଶୁମାନଙ୍କୁ ଚିକିତ୍ସା କରିଥିଲେ । ଏବେ ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡିଛି । ଇଞ୍ଜେକସନ ଦେବାରୁ ଏପରି ସ୍ଥିତି ହୋଇଥିବା ଶିଶୁମାନଙ୍କ ପରିବାର ପକ୍ଷରୁ କୁହାଯାଇଛି ।ଏହି ୱାର୍ଡରେ ୨୦ଜଣ ଶିଶୁ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ଜଣଙ୍କ ଅବସ୍ଥା ଏପରି ହୋଇଥିଲା ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ ....ରାଜ୍ୟରେ 24 ଶହ ଉପରେ ଡେଙ୍ଗୁ ରୋଗୀ; ଭୁବନେଶ୍ବର-ସୁନ୍ଦରଗଡ ପାଲଟିଛି ହଟସ୍ପଟ, ଏମିତି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - Dengue cases raise concern

କ'ଣ କହିଲେ ଜିଲ୍ଲା ଚିକିତ୍ସାଧିକାରୀ?:

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସଂକଳ୍ପ କିଶୋର ଭୋଳ କହିଛନ୍ତି," ହଠାତ୍ ଶିଶୁ ମାନଙ୍କୁ ଜ୍ବର ହେବ ଭଳି ପରିସ୍ଥିତି ସୃଷ୍ଟି ହେଲା, ହେଲେ ଏହା ପ୍ରକୃତରେ ଜ୍ବର ନୁହେଁ । ଏହା କୌଣସି ଇଞ୍ଜେକସନ କିମ୍ବା ସାଲାଇନର ପାର୍ଶ୍ବ ପ୍ରତିକ୍ରିୟା ହୋଇଥାଇ ପାରେ । ସମସ୍ତ ଶିଶୁ ସୁସ୍ଥ ରହିଛନ୍ତି । କୌଣସି ଅସୁବିଧା ହେବ ନାହିଁ । ଏହା ଉପରେ ଅନୁସନ୍ଧାନ କରାଯାଉଛି ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.