ETV Bharat / state

‘ଉତ୍ତର ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଘୋଷଣା ଏକ ରାଜନୈତିକ ନିଷ୍ପତ୍ତି’ - Journalist Prabhukalyan Mohapatra

author img

By ETV Bharat Odisha Team

Published : Jun 26, 2024, 10:19 PM IST

North Odisha And South Odisha Development Council: ପଶ୍ଚିମ ଓଡିଶା ବିକାଶ ପରିଷଦ ପରି ରାଜ୍ୟରେ ଗଠନ ହେବ ଉତ୍ତର ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ । ଟାସ୍କଫୋର୍ସ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର କ'ଣ କହିଛନ୍ତି ପଢ଼ନ୍ତୁ

Senior Journalist Prabhukalyan Mohapatra
Senior Journalist Prabhukalyan Mohapatra (ETV Bharat Odisha)

ଭୁବନେଶ୍ବର: ପଶ୍ଚିମ ଓଡିଶା ବିକାଶ ପରିଷଦ ପରି ଗଠନ ହେବ ଉତ୍ତର ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ । ଏଥିପାଇଁ ଟାସ୍କଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍ତର ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପୂର୍ବରୁ ଏହାକୁ ନେଇ ନାନା ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଘୋଷଣା ଏକ ରାଜନୈତିକ ନିଷ୍ପତ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର । ଏହା ରାଜନୈତିକ ଫାଇଦା ପାଇଁ ଉଦ୍ଦିଷ୍ଟ ନା ପ୍ରକୃତରେ ବିକାଶ ସାଧନ ଲାଗି ଅଭିପ୍ରେତ ତଥା ଆଗାମୀ ଦିନରେ ଜଣାପଡିବ ବୋଲି ସେ କହିଛନ୍ତି ।

ପଶ୍ଚିମ ଓଡିଶା ବିକାଶ ପରିଷଦ ପରେ ରାଜ୍ୟରେ ଗଠନ ହେବ ଉତ୍ତର ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ । ଏଥିପାଇଁ ଟାସ୍କଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦଳର ସଂକଳ୍ପ ଅନୁଯାୟୀ ପଶ୍ଚିମ ଓଡିଶା ବିକାଶ ପରିଷଦ ପରି ସରକାର ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ କରିବେ । ଅନୁଧ୍ୟାନ କରି ପ୍ରସ୍ତାବ ଦେବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି ଯେ, ଦକ୍ଷିଣ ଓ ଉତ୍ତର ଓଡିଶା ଉନ୍ନୟନ ପରିଷଦ ଗଠନ ନିଷ୍ପତ୍ତି ନିଶ୍ଚିତ ଭାବେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ବିଜେପିର ଇସ୍ତାହାରରେ ସେମାନେ ଏହି ପ୍ରତିଶ୍ରୁତି ଦେଇଥିଲେ । ଓଡିଶା ଏକ ଅନଗ୍ରସର ବା ପଛୁଆ ରାଜ୍ୟ । ଓଡିଶାରେ ଆଞ୍ଚଳିକ ବୈଷମ୍ୟ ଉତ୍କଟ ଭାବେ ରହିଛି । ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି ଅତୀତରେ ଘଡେଇ କମିଟି ଗଠନ ହୋଇଥିଲା । କମିଟି ମଧ୍ୟ ତାହାର ରିପୋର୍ଟ ଦେଇଥିଲେ । ରିପୋର୍ଟ କାଗଜ କଲମରେ ରହିଯାଉଛି । ଏହା ରୂପାୟନ ଯେମିତି ହେବା କଥା ହୋଇପାରୁନାହିଁ । ଯଦି ହୋଇଥାନ୍ତା ଓଡ଼ିଶାର ଇତିହାସ ଓ ଭୂଗୋଳ ନିଶ୍ଚୟ ଭାବେ ବଦଳି ଯାଇଥାନ୍ତା ।

ତଥାକଥିତ ବିକାଶ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖରେ ସୀମିତ । ଅନ୍ୟ ଅଞ୍ଚଳକୁ ଏହା ପରିବ୍ୟାପ୍ତ ନୁହେଁ । ଉପକୂଳ ଓଡିଶାରେ ଏମିତି ସ୍ଥାନ ଅଛି ଯାହା ଦୁର୍ଗମ ଓ ଅଭେଦ୍ୟ ମାଲକାନଗିରି, କୋରାପୁଟର ପଛୁଆ ଅଞ୍ଚଳଠୁ ମଧ୍ୟ ଦୟନୀୟ ସ୍ଥିତିରେ ରହିଛି । ପଶ୍ଚିମ ଓଡିଶା ବିକାଶ ନାଁରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରି ଦଶନ୍ଧି ଦଶନ୍ଧି ଧରି ସମୟ ଅତିବାହିତ ହୋଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ପଶ୍ଚିମ ଓଡିଶାରେ ସ୍ଥାପନ ହୋଇପାରିଲା ନାହିଁ । କାରଣ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ମଧ୍ୟରେ ସମନ୍ୱୟ ରହିଲା ନାହିଁ । କେଉଁଠି ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟାଳୟ ସ୍ଥାପନ ହେବ ଅସମାହିତ ପ୍ରଶ୍ନ ହୋଇ ରହିଛି । ତେଣୁ ଭୁବନେଶ୍ୱରରେ ଏହାର କାର୍ଯ୍ୟାଳୟ ରହିଛି ।

ବିକାଶର କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ବୋଲି ପଶ୍ଚିମ ଓଡିଶାବାସୀ ଆଶା କରୁଥିଲେ । ତାହା ମଧ୍ୟ ହୋଇପାରିଲା ନାହିଁ । ପ୍ରଥମେ ଅଳ୍ପ ପରିମାଣର ପାଣ୍ଠି ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଦିଆଯାଉଥିଲା । ପରବର୍ତ୍ତୀ ସମୟରେ ଏହା ପରିବର୍ଦ୍ଧିତ ହୋଇଛି । କିନ୍ତୁ ଏହି ଅର୍ଥ ସଠିକ ଭାବେ ଖର୍ଚ୍ଚ ହୋଇପାରିଲା ନାହିଁ । ସଫଳ ରୂପାୟନ ହୋଇପାରିଲା ନାହିଁ । ଯେଉଁଥିପାଇଁ ଅଞ୍ଚଳର ଅବଶ୍ୟକ ବିକାଶ ତାହା ହୋଇପାରିଲା ନାହିଁ । ଏହାକୁ ନେଇ ରାଜନୀତି ହେଉଛି ବୋଲି ସ୍ୱୀକାର କରିବାକୁ ପଡିବ । ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରି ଅଞ୍ଚଳକୁ ଯେପରି ବିକଶିତ କରିବାର ଅଙ୍ଗୀକାର ଏବେ ମଧ୍ୟ ଅପୂରଣୀୟ ହୋଇ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ଏଭଳି ଜବାବ ରଖିଲେ ରଘୁନନ୍ଦନ - Raghunandan Das

ସେହିପରି ଏବେ ମୋହନ ସରକାର ଉତ୍ତର ଓ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ପାଇଁ ପଦକ୍ଷେପ ସ୍ୱରୂପ ଟାସ୍କଫୋର୍ସ ଗଠନ କାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନିଶ୍ଚୟ ଭାବେ ରାଜନୈତିକ ନିଷ୍ପତ୍ତି ବୋଲି କୁହାଯିବ । ଯେହେତୁ ଏହା ଏକ ନିର୍ବାଚନ କାଳୀନ ପ୍ରତିଶ୍ରୁତି । ଏହାକୁ ପରିପାଳନ କରିବା ଲାଗି ଆନ୍ତରିକତା ଦେଖାଇବାକୁ ବାଧ୍ୟ । ଆଗାମୀ ଦିନରେ ଏହାର ରୂପରେଖ କଣ ହେଉଛି, କିଭଳି କାର୍ଯ୍ୟନ୍ଵୟନ ହେଉଛି ଦେଖିବାକୁ ପଡିବ । ବଡ଼ କଥା ଅଞ୍ଚଳବାସୀ କି କି ସୁଫଳ ପାଉଛନ୍ତି ତାହା ଦେଖିବା ପାଇଁ ଅପେକ୍ଷା କରିବାକୁ ପଡିବ । ଏହା ରାଜନୈତିକ ଫାଇଦା ପାଇଁ ଉଦ୍ଦିଷ୍ଟ ନା ପ୍ରକୃତରେ ବିକାଶ ସାଧନ ଲାଗି ଅଭିପ୍ରେତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.