ETV Bharat / state

କାର୍ଯ୍ୟରେ ଯୋଗଦେଲେ ନୂଆ ଡିଜିପି; ଫୋକସରେ ସାଇବର ଅପରାଧ ନିୟନ୍ତ୍ରଣ, ସମ୍ପୂର୍ଣ୍ଣ ଦମନ ହେବେ ମାଓବାଦୀ - New DGP of Odisha

author img

By ETV Bharat Odisha Team

Published : Aug 16, 2024, 8:25 PM IST

YB Khurania takes charge as Odisha's New DGP: ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ସରିଲା କାର୍ଯ୍ୟକାଳ । ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଧିକାରୀ ୱାଇ.ବି ଖୁରାନିଆ । କହିଲେ ରାଜ୍ୟରୁ ସମ୍ପୂର୍ଣ୍ଣ ଦମନ ହେବେ ମାଓବାଦୀ । ଅଧିକ ପଢନ୍ତୁ

Senior IPS Officer YB Khurania
Senior IPS Officer YB Khurania (ETV Bharat Odisha)

କଟକ: ନୂଆ ଡିଜି ଭାବରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ବରିଷ୍ଠ ଆଇପିଏସ ଯୋଗେଶ ବାହାଦୂର ଖୁରାନିଆ । କଟକ ବକ୍ସିବଜାର ସ୍ଥିତ ପୋଲିସ ମୁଖ୍ୟାଳୟରେ ଆଜି ଅପରାହ୍ନରେ ଯୋଗଦେବା ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ନୂଆ ଡିଜି । ଏହି ଅବସରରେ ନୂତନ ଡିଜିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ଡିଜି ସମସ୍ତ ପୋଲିସ ଅଧିକାରୀଙ୍କ ସହ ହାତ ମିଳାଇଥିଲେ । ଏହାପରେ କାର୍ଯ୍ୟାଳୟକୁ ଯାଇ ସମସ୍ତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଦାୟିତ୍ବ ଗ୍ରହଣ କରିଥିଲେ ଡିଜି ।

କାର୍ଯ୍ୟରେ ଯୋଗଦେଲେ ନୂଆ ଡିଜିପି (ETV Bharat Odisha)

ଦାୟିତ୍ବ ନେବା ପରେ କଣ କହିଲେ ନୂଆ ପୋଲିସ ଡିଜି ?

ଡିଜିପି ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି, "ଓଡ଼ିଶା ପୋଲିସର ସ୍ବତନ୍ତ୍ରତା ରହିଛି । ଦାୟିତ୍ବ ନେଇ ମୁଁ ଗର୍ବିତ । ଓଡ଼ିଶାବାସୀଙ୍କୁ ଆଇନ ସେବା ଯୋଗାଇବା ମୋର ମୁଖ୍ୟ କର୍ତ୍ତବ୍ୟ ରହିବ । ମାଓ ମୁକାବିଲାରେ ଓଡ଼ିଶା ପୋଲିସ ଅନେକ ସଫଳତା ହାସଲ କରିଛି । ମାଓ ଦମନରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ପୋଲିସର ଅପରାଧ ନିୟନ୍ତ୍ରଣରେ ବୈଜ୍ଞାନିକ ପଦ୍ଧତି ଉପରେ ଧ୍ୟାନ ଦିଆଯିବ । ସାଇବର ଅପରାଧ ରୋକିବା ଦିଗରେ ଫୋକସ କରିବ ଓଡ଼ିଶା ପୋଲିସ । ମାଦକ ଦ୍ରବ୍ୟ ରୋକିବା ପାଇଁ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ । ଜନଜାତିଙ୍କ ଉପରେ ହେଉଥିବା ଜୁଲମ ମୂଳୋତ୍ପାଟନ କରିବ ପୋଲିସ ।"

'ସମ୍ପୂର୍ଣ୍ଣ ଦମନ ହେବ ଲାଲବାହିନୀ'

ମାଓ ଦମନରେ ଓଡ଼ିଶା ପୋଲିସ ସଫଳତା ପାଇଛି । ଆଗାମୀ ଦିନରେ ଓଡ଼ିଶାରେ ସମ୍ପୂର୍ଣ୍ଣ ଦମନ ହେବେ ମାଓବାଦୀ । ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ରୋକିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ ବୋଲି କହିଛନ୍ତି ପୋଲସ ଡିଜି ୱାଇ.ବି ଖୁରାନିଆ । କେବଳ ସେତିକି ନୁହେଁ ଥାନାକୁ ଆସୁଥିବା ସମସ୍ତ ସାଧାରଣ ଲୋକଙ୍କ ପ୍ରତି ପୋଲିସର ଯେପରି ଉତ୍ତମ ବ୍ୟବହାର ରହିବ ସେନେଇ ପଦକ୍ଷେପ ନିଆଯିବ ବୋଲି ଡିଜି କହିଛନ୍ତି ।

କାର୍ଯ୍ୟକାଳ ସରିବା ପରେ ବିଦାୟକାଳୀନ ଅଭିଭାଷଣ ରଖିଲେ ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ (ETV Bharat Odisha)

ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ସରିଲା କାର୍ଯ୍ୟକାଳ:-

ଗତ ବର୍ଷ ଡିସେମ୍ବର ମାସରେ ଓଡ଼ିଶା ପୋଲିସର ଅତରିକ୍ତ ଡିଜି ହିସାବରେ ନିଯୁକ୍ତି ପାଇଥିଲେ ଅରୁଣ ଷଡ଼ଙ୍ଗୀ । କାର୍ଯ୍ୟକାଳ ସରିବା ପରେ ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ମତ ରଖି କହିଛନ୍ତି, "ସାଢେ 7ମାସ ଯାତ୍ରା ବେଶ ଭଲ ରହିଲା । ଏହାରି ଭିତରେ ବହୁତ ଚ୍ୟାଲେଞ୍ଜ ସାମ୍ନା କରିଛି ଓଡ଼ିଶା ପୋଲିସ । କେମିତି ନିର୍ବାଚନ ପ୍ରକ୍ରିୟା ସଫଳତାର ସହ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ଶେଷ ହେବ ତାହା ଓଡ଼ିଶା ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । 26ବର୍ଷ ପରେ ମାଓ ହିଂସା ମୁକ୍ତ ନିର୍ବାଚନ ଓଡ଼ିଶାରେ ହୋଇଥିଲା । ଏହାବ୍ୟତୀତ ରଥଯାତ୍ରା ମଧ୍ୟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ନବ ଯୌବନ ଦର୍ଶନ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ, ନୂଆ ଅପରାଧିକ ଆଇନକୁ ସୁରୁଖୁରୁରେ ଲାଗୁ କରାଯାଇଛି।"

ଏହା ବି ପଢନ୍ତୁ- ୱାଇବି ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ, ପୂର୍ବତନ BSF ସ୍ପେଶାଲ ଡିଜିଙ୍କୁ ବଡ଼ ଦାୟିତ୍ବ ଦେଲେ ମୋହନ ସରକାର

ସେ ଆହୁରି କହିଛନ୍ତି, "ବାଲେଶ୍ଵରର କିଛି ଜାଗାରେ ଗୋଷ୍ଠୀ ଉତ୍ତେଜନାର ସାମ୍ନା କରିଥିଲା ପୋଲିସ । ତାହାକୁ ମଧ୍ୟ ଅତି ଶୀଘ୍ର ରୋକ ଲଗାଯାଇଥିଲା । ଏହାବ୍ୟତୀତ ଅବକାରୀ ରେଡ ଉପରେ ସଫଳତା ହାସଲ କରିଛି ଓଡ଼ିଶା ପୋଲିସ । ଅପରାଧର ଅନୁସନ୍ଧାନ ନିରାକରଣ ବେଶ ଉଚ୍ଚକୋଟୀର ରହିଥିଲା । ଓଡ଼ିଶା ପୋଲିସର ପ୍ରତ୍ୟେକ କର୍ମଚାରୀ ମୋର କାର୍ଯ୍ୟକାଳରେ ଭଲ କାର୍ଯ୍ୟ କରିଛନ୍ତି । ସମସ୍ତଙ୍କ ସହ ଅତିବାହିତ ହୋଇଥିବା ସମୟ ସ୍ମରଣୀୟ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.