ETV Bharat / state

ଭିଆରଏସ ନେଲେ ବି ରାଧିକା, ଆଇପିଏସ ସ୍ତରରେ ଅଦଳବଦଳ - ଭିଆରଏସ ନେଲେ ବି ରାଧିକା

IPS Officer B Radhika takes VRS: ବରିଷ୍ଠ ପୋଲିସ ଅଧିକାରୀ ବି ରାଧିକାଙ୍କ ସ୍ୱେଚ୍ଛାକୃତ ଅବସର । ଆଜି ଅପରାହ୍ନରେ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି । ଅଧିକ ପଢନ୍ତୁ

ଆଇପିଏସ ସ୍ତରରେ ଅଦଳବଦଳ
B Radhika takes voluntary retirement
author img

By ETV Bharat Odisha Team

Published : Feb 1, 2024, 7:14 AM IST

Updated : Feb 1, 2024, 10:14 AM IST

ଭୁବନେଶ୍ବର: ସରକାରୀ ଚାକିରିରୁ ବରିଷ୍ଠ ପୋଲିସ ଅଧିକାରୀ ବି ରାଧିକାଙ୍କ ସ୍ୱେଚ୍ଛାକୃତ ଅବସର । ଆଜି(ଗୁରୁବାର) ଅପରାହ୍ନରୁ ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଚଳିତବର୍ଷ ଜୁଲାଇ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ । ଏହାପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ନେଇ ଆବେଦନ କରିଥିବା ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ।

୧୯୮୯ ବ୍ୟାଚର ଆଇପିଏସ ହେଉଛନ୍ତି ରାଧିକା । ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ନଭେମ୍ବର ୨୮ ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ଆଇପିଏସ ବି. ରାଧିକା ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଗତବର୍ଷ ଡିସେମ୍ବର ୩୧ ଓ ଚଳିତବର୍ଷ ଜାନୁୟାରୀ ୧୧ ତାରିଖରେ ଦୁଇଥର ଆବେଦନ କରିଥିଲେ । ସର୍ବଭାରତୀୟ ସେବା ରୁଲସ-୧୯୫୮ର ରୁଲ-୧୬(୨)ର ପ୍ରାବଧାନ ଆଧାରରେ ରାଧିକା ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ଭିଆରଏସ ପାଇଁ ଜଣେ ସର୍ବଭାରତୀୟ ଅଫିସରଙ୍କୁ ନିଜ ଚାକିରି କାଳର ୩୦ ବର୍ଷ ପୂରଣ ଅବା ସେ ୫୦ ବର୍ଷ ବୟସରେ ଉପନୀତ ହେବାର ଆବଶ୍ୟକତା ରହିଛି ।

ରାଜ୍ୟ ସରକାରଙ୍କୁ ଅତିକମରେ ୩ ମାସ ପୂର୍ବରୁ ଲିଖିତ ଭାବେ ଆବେଦନ ଦେବାର ଆବଶ୍ୟକତା ରହିଛି । ଏହି ୩ ମାସ ଅବଧିକୁ କୋହଳ କରିବାର କ୍ଷମତା ରାଜ୍ୟ ସରକାରଙ୍କର ଥିବାରୁ ରାଧିକାଙ୍କ କ୍ଷେତ୍ରରେ ଏହି ଆବେଦନ ନିମନ୍ତେ ସର୍ବନିମ୍ନ ୩ ମାସ ପୂର୍ବରୁ ପ୍ରାବଧାନକୁ କୋହଳ କରିଛନ୍ତି । ଆଜି ଅପରାହ୍ନରେ ରାଧିକା ସରକାରୀ ଚାକିରିରୁ ଅବସର ନେବା ପାଇଁ ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ସେ ରାଜ୍ୟର ପ୍ରଥମ ମହିଳା ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ରାଜ୍ୟ ସରକାର ତାଙ୍କୁ ରାଜ୍ୟ ପୋଲିସ ରିକ୍ୟୁଟ୍ରମେଣ୍ଟ ବୋର୍ଡର ଅଧ୍ୟକ୍ଷ ସହ ଷ୍ଟେଟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଇପିଏସ ସ୍ତରରେ ଅଦଳବଦଳ, 3 ଅଧିକାରୀଙ୍କ ପଦୋନ୍ନତି

ଆଇପିଏସ ସ୍ତରରେ ଅଦଳବଦଳ: ସେପଟେ ଆଇପିଏସ ସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି । ରେଳବାଇ ଓ ଉପକୂଳ ସୁରକ୍ଷାର ଅତିରିକ୍ତ ଡିଜି ୧୯୯୮ ବ୍ୟାଚର ଆଇପିଏସ ଦୟାଲ ଗଙ୍ଗୱାରଙ୍କୁ ପୋଲିସ ଆଧୁନିକୀକରଣର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି । ସେହିପରି ୧୯୯୮ ବ୍ୟାଚର ଆଇପିଏସ ରାଜେଶ କୁମାରଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । ଏଡିଜି ମଡ଼ର୍ଣ୍ଣାଇଜେସନ ଭାବେ ଏବେ କାର୍ଯ୍ୟ କରୁଛନ୍ତି ରାଜେଶ କୁମାର ।

ସେହିପରି ୨୦୦୭ ବ୍ୟାଚର ଆଇପିଏସ ଅବିନାଶ କୁମାରଙ୍କୁ ଭୁବନେଶ୍ୱର-କଟକର ଅତିରିକ୍ତ ପୋଲିସ କମିଶନର ଭାବେ ବଦଳି କରାଯାଇଛି । ସେ ଏବେ ଷ୍ଟେଟ ଆମର୍ଡ ପୋଲିସର ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି । ୨୦୦୯ ବ୍ୟାଚର ଆଇପିଏସ ବ୍ରିଜେଶ କୁମାରଙ୍କୁ ସିକ୍ୟୁରିଟି ୱିଙ୍ଗରେ ଇଣ୍ଟେଲିଜେନ୍ସ ଡିଆଇଜି ଭାବେ ବଦଳି କରାଯାଇଛି । ସେ ଏବେ ଭୁବନେଶ୍ୱର-କଟକର ଅତିରିକ୍ତ ପୋଲିସ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 1, 2024, 10:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.