ETV Bharat / state

ବରିଷ୍ଠ IPS ଅଫିସର ଆଶିଷ ସିଂଙ୍କ ବଦଳି, ମିଳିଲା ଏହି ଦାୟିତ୍ବ - New Posting Of IPS Ashish Singh

New Posting Of IPS Ashish Singh: ନୂଆ ନିଯୁକ୍ତି ନେଇ ପୁଣି ଥରେ ଚର୍ଚ୍ଚାରେ ବରିଷ୍ଠ ଆଇପିଏସ ଆଶିଷ ସିଂ । ଗତ ନିର୍ବାଚନରେ ପକ୍ଷପାତିତା ଅଭିଯୋଗରେ ଆଶିଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ବର୍ତ୍ତମାନ ତାଙ୍କୁ କେଉଁ ପଦବୀ ମିଳିଛି ଜାଣନ୍ତୁ ।

author img

By ETV Bharat Odisha Team

Published : Jul 11, 2024, 5:44 PM IST

IPS Ashish Singh
IPS Ashish Singh (ETV Bharat Odisha)

ଭୁବନେଶ୍ବର: ସାଧାରଣ ନିର୍ବାଚନ ସମୟରୁ ଚର୍ଚ୍ଚାରେ ରହି ଆସିଛନ୍ତି ବରିଷ୍ଠ ଆଇପିଏସ ଆଶିଷ ସିଂ । ନୂଆ ନିଯୁକ୍ତି ନେଇ ପୁନର୍ବାର ଚର୍ଚ୍ଚାକୁ ଆସିଛନ୍ତି 2004 ବ୍ୟାଚର ଏହି ବରିଷ୍ଠ ଅଧିକାରୀ । ରାଜ୍ୟ ସରକାର ଆଜି ଆଶିଷଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି । ଗତ ନିର୍ବାଚନରେ ପକ୍ଷପାତିତା ଅଭିଯୋଗରେ ଦୁଇ ଥର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ ଆଶିଷ । ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ ଆଶିଷ ସିଂଙ୍କୁ ନୂଆ ନିଯୁକ୍ତି ମିଳିଛି । ଏଣିକି ସେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରିବେ ।

IPS Ashish Singh
IPS Ashish Singh (ETV Bharat Odisha)

ସୂଚନା ଅନୁସାରେ, 2004 ବ୍ୟାଚ ଆଇପିଏସ ଆଶିଷ ସିଂ ନିର୍ବାଚନ ସମୟରେ ସେଣ୍ଟ୍ରାଲ ରେଞ୍ଜ ଆଇଜି ଭାବେ କାର୍ଯ୍ୟ କରୁଥିଲେ । ସେ ନିର୍ବାଚନ ପରିଚାଳନାରେ ପକ୍ଷପାତିତା କରୁଥିବା ଅଭିଯୋଗ ହୋଇଥିଲା । ତେଣୁ ନିର୍ବାଚନ ସମ୍ପର୍କିତ କୌଣସି କାର୍ଯ୍ୟରେ ନିୟୋଜିତ ନକରିବା ଲାଗି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ଦାୟିତ୍ୱରୁ ହଟାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା । ଏହାପରେ ସେ ସ୍ୱାସ୍ଥ୍ୟ ସମସ୍ୟା ଆଳ କରି ମାସେ ଛୁଟିରେ ଯାଇଥିଲେ । ଆଶିଷ ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା ।

ଏହା ବି ପଢନ୍ତୁ...ବଦନାମ ନା କାର୍ଯ୍ୟାନୁଷ୍ଠାନ ଭୟ ! IPS ଆଶିଷ ସିଂକୁ ନେଇ ବଢୁଛି ଦ୍ବନ୍ଦ୍ବ - Police DG Arun on IPS Ashish Singh

ଏହା ବି ପଢନ୍ତୁ...ଖସିଲେ ଡିଏସ କୁଟ୍ଟେ, ମିଛରେ ଛୁଟି ନେଇ ଫସିଲେ ଆଶିଷ ସିଂ ! - EC Notice On DS Kutte And Ashish Singh

ମେଡିକାଲ ଗ୍ରାଉଣ୍ଡରେ ଛୁଟିରେ ଥିବା ଆଶିଷଙ୍କ ସ୍ବାସ୍ଥ୍ୟାବସ୍ଥା ଏମ୍ସର ଏକ ଡାକ୍ତରୀ ଟିମ ଦ୍ୱାରା ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଜାତୀୟ ନିର୍ବାଚନ ଆୟୋଗ । ଡାକ୍ତରୀ ଟିମ ଦ୍ୱାରା ଯାଞ୍ଚରେ ଆଶିଷ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ରିପୋର୍ଟ ମିଳିଥିଲା । ସୁସ୍ଥ ଥାଇ ମିଛରେ ଛୁଟିରେ ଥିବାରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆଶିଷଙ୍କ କାର୍ଯ୍ୟକଳାପ ଏବଂ କାର୍ଯ୍ୟ ସ୍ଥିତି ବିଷୟରେ ସୂଚନା ଦେବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲା ଗୃହ ବିଭାଗ । ସ୍ବାସ୍ଥ୍ୟଗତ କାରଣରୁ ଗତ ମେ 4 ତାରିଖରୁ ମାସେ ଛୁଟି ନେଇଥିଲେ ଆଶିଷ । ଆଶିଷ ଚାକିରିରେ ଯୋଗ ଦେଲେଣି କି ନାହିଁ ଚିଠି କରି ପଚାରିଥିଲା ଗୃହ ବିଭାଗ । ବର୍ତ୍ତମାନ ଆଶିଷଙ୍କୁ ମିଳିଛି ନୂଆ ନିଯୁକ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.