ETV Bharat / state

ମୋଦିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ଜନତା ମଇଦାନକୁ ଜଗିବେ ଲେଡି ଅଫିସର - Security Arrangement for Modi Visit

author img

By ETV Bharat Odisha Team

Published : Sep 15, 2024, 10:47 PM IST

Security Arrangement for PM Modi Bhubaneswar visit: ଆସନ୍ତା 17ରେ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କିପରି ରହିଛି ସୁରକ୍ଷା ବ୍ୟବସ୍ଥା । କିଏ ରହିବେ ସୁରକ୍ଷା ଦାୟିତ୍ବରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

କଡ଼ା ସୁରକ୍ଷା ବ୍ୟବସ୍ଥା
କଡ଼ା ସୁରକ୍ଷା ବ୍ୟବସ୍ଥା (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ଏହାର ଶୁଭାରମ୍ଭ ପାଇଁ ଆସନ୍ତା 17ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି । ମହିଳାଙ୍କ ସମାଗମ ଦୃଷ୍ଟିରୁ ପର୍ଯ୍ୟାପ୍ତ ମହିଳା ଅଫିସର ନିୟୋଜନ ପାଇଁ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ପୋଲିସର ଗୁରୁ ଦାୟିତ୍ବ:

ଏନେଇ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ର ସମୀକ୍ଷା କରିଛନ୍ତି ପୋଲିସ କମିଶନର । ଏନେଇ ସେ ସୂଚନା ଦେଇ କହିଛନ୍ତି, ‘ଦୁଇଟି କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ଗାଢକଣରେ । ଅନ୍ୟଟି ସୁଭଦ୍ରା ସ୍କିମ ଓ ଅନ୍ୟ ସ୍କିମର କାର୍ଯକ୍ରମରେ ଯୋଗଦେବେ ଜନତା ମଇଦାନରେ । ଏୟାରପୋର୍ଟରୁ ଗାଢକଣ ଓ ଜନତା ମଇଦାନ ପର୍ଯ୍ୟନ୍ତ ସୁରକ୍ଷା ଓ ଗାର୍ଡ ଗୁରୁ ଦାୟିତ୍ବ ରହିଛି ଆମର । ତେଣୁ ଏୟାରପୋର୍ଟରୁ ୧୨କିମି ରୁଟ ରହିଛି ଏନେଇ ବିଭିନ୍ନ ସେକ୍ଟର କରାଯାଇଛି । ଏଥିପାଇଁ ରୁଟ ଲାଇନ ଦାୟିତ୍ଵରେ ଆଇଜି ସଫିନ ଅହମ୍ମଦ କେ ଓ ଜୟନାରାୟଣ ପଙ୍କଜ ରହିବେ ସେହିପରି ଜନତା ମଇଦାନର ଦାୟିତ୍ବରେ ଆଇଜି ପର୍ସନେଲ ପ୍ରବୀଣ କୁମାର ଦାୟିତ୍ବରେ ରହିବେ । ଏନେଇ ବୁକ୍ ଅନୁସାରେ ଏନଏସଜି ସହ ଆଲୋଚନା କରି ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜନତା ମଇଦାନରେ ମହିଳାଙ୍କ ସାମଗମକୁ ଦୃଷ୍ଟିରେ ରଖି ଅଧିକ ମହିଳା ଅଫିସର ଓ ଅଧିକ ଫୋର୍ସ ମଧ୍ୟ ନିୟୋଜିତ ପାଇଁ ବ୍ୟବସ୍ଥା କରିଛୁ ।’

Security Arrangement
Security Arrangement (ETV Bharat Odisha)

ଦାୟିତ୍ବରେ ଅଧିକାଂଶ ଲେଡି ଅଫିସର:

ଏନେଇ ୧୧ଜଣ ଡିସିପି ସହ ୨୨ଜଣ ଏଡିସିପି ଓ ୬୬ ଜଣ ଏସିପି ଓ ୧୦୦ଇନସ୍ପେକ୍ଟର ସହ ୩୦୦ ଅଫିସର ଦାୟିତ୍ବରେ ରହିବେ। ୮୧ପ୍ଲାଟୁନ ଫୋର୍ସ ସହ ୫୦୦ ହୋମଗାର୍ଡ ମଧ୍ୟ ନିୟୋଜିତ ହେଉଛନ୍ତି । ଏସଟିୟୁ ୩ୟୁନିଟ ସହ ୨ କମ୍ପାନି ସିଆରପିଏଫ ଟିମ୍ ଓ ଓଡ୍ରାଫ ଟିମ୍ ମଧ୍ୟ ନିୟୋଜିତ ହେବେ‌ । ନୋ ଫ୍ଲାଇଙ୍ଗ ଜୋନ ଭାବେ ଘୋଷଣା କରଯାଇଛି । ଡଗସ୍କ୍ବାର୍ଡ ଓ ବମ ସ୍କାର୍ଡ ଦ୍ବାରା ରାସ୍ତା ଓ କାର୍ଯ୍ୟକ୍ରମସ୍ଥଳୀ ପର୍ଯାୟ କ୍ରମେ ଯାଞ୍ଚ କରାଯାଉଛି । ତେବେ ନିୟୋଜିତ ହେବାକୁ ଥିବା ଅଫିସରଙ୍କ ମଧ୍ୟରେ ଅଧିକାଂଶ ଲେଡି ଅଫିସର ରହିଛନ୍ତି । ଏନେଇ ବିଜୁପଟ୍ଟନାୟକ ପୋଲିସ ଏକାଡେମିରୁ ଟ୍ରେନିଂ ଲେଡି ଅଫିସର ମଧ୍ୟ ଆସିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଡ୍ୟୁଟିରେ ନିୟୋଜିତ ହେବେ‌ । ଏନେଇ କିଛି ଲେଡି ଆଇପିଏସ ମଧ୍ୟ ଦାୟିତ୍ବ ଦିଆଯାଇଛି । ୧୦ଜଣ ଡିଏସପି, ୨୦ଇନସ୍ପେକ୍ଟର, ୪୦ଅଫିସର ଲେଡି ଅଫିସର ମହିଳାଙ୍କ ସମାଗମକୁ ଦୃଷ୍ଟିରେ‌ ରଖି ପରିଚାଳନା ପାଇଁ ପୋଲିସ ବନ୍ଦୋବସ୍ତ କରିଛି ।

ଗାଢ଼କଣ ଗାଁ ପର୍ଯ୍ୟନ୍ତ ସିସିଟିଭି:

ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟକୁ ଦୃଷ୍ଟିରେ ରଖି ଏୟାରପୋର୍ଟରୁ ୧୨କିମି ରହିଛି କାର୍ଯ୍ୟକ୍ରମ । ସେନେଇ ୧୨କିମି ପର୍ଯ୍ୟନ୍ତ ସିସିଟିଭି ବନ୍ଦୋବସ୍ତ କରାଯାଇଛି । ସିସିଟିଭି ସର୍ଭିଲାନ୍ସରେ ରହିବ ପୁରା ରୁଟ ଲାଇନ ଓ କାର୍ଯ୍ୟକ୍ରମ । ଏଥି ସହ ଦୁଇଟି କଣ୍ଟ୍ରୋଲ ରୁମ୍ ମଧ୍ୟ କରାଯାଇଛି । ଜନତା ମଇଦାନରେ ଓ ଅନ୍ୟଟି ଗାଢକଣ ଗାଁରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ୍ ଜରିଆରେ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବ । ଏଥି ସହ ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଏନେଇ ସୋମବାର ଏହାର ରିହଲର୍ସଲ କାର୍ଯ୍ୟକ୍ରମ ରହିଛି । କିଭଳି ଟ୍ରାଫିକ ଓ ଅଫିସର ମୁତୟନ ଉପରେ ଆଜିର ବୈଠକରେ ଗୁରୁତ୍ବ ଦିଆଯାଇଛି ।

ଆସୁଛନ୍ତି ମୋଦି, ସ୍କୁଲ କଲେଜ ଛୁଟି:

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ରଖି ରାଜଧାନୀରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଥିସହ ସମସ୍ତ ସରକାରୀ କାର୍ଯ୍ୟାଳୟ ଦିନ 2ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

ସୁଭଦ୍ରା ସମ୍ପର୍କିତ ଖବର ପଢନ୍ତୁ...

ସୁଭଦ୍ରା ସ୍ୱାଗତ ପଦଯାତ୍ରା, ଆଜିଠୁ ଆକାଉଣ୍ଟକୁ ଗଲା ଟଙ୍କା, 17ରେ ପୂରା କିସ୍ତି

ଓଡ଼ିଶାରେ ଜନ୍ମଦିନ ପାଳିବେ ପ୍ରଧାନମନ୍ତ୍ରୀ ମୋଦି, ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

ସେପ୍ଟେମ୍ବର 17 ପରେ ବି ମିଳିବ, ସୁଭଦ୍ରା ଯୋଜନା ପାଇଁ ଅଧିକ ଭିଡ଼ ନକରିବାକୁ ଅନୁରୋଧ; ଉପମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.