ETV Bharat / state

ଆନ୍ଦୋଳନରତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଖଣ୍ଡା

Secretariat Staff Strike: ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି ସଚିବାଳୟ ସେବା ବର୍ଗ ଅଧିକାରୀ । ଆନ୍ଦୋଳନରତ ସଚିବାଳୟ ସେବା ବର୍ଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆନ୍ଦୋଳନ ରତ କର୍ମଚାରୀଙ୍କ ସବିଶେଷ ତଥ୍ୟ ପଠାଇବାକୁ ଚିଠି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 20, 2024, 10:03 PM IST

ଆନ୍ଦୋଳନରତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଖଣ୍ଡା
ଆନ୍ଦୋଳନରତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଖଣ୍ଡା

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି ସଚିବାଳୟ ସେବା ବର୍ଗ ଅଧିକାରୀ । ଆନ୍ଦୋଳନରତ ସଚିବାଳୟ ସେବା ବର୍ଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆନ୍ଦୋଳନ ରତ କର୍ମଚାରୀଙ୍କ ସବିଶେଷ ତଥ୍ୟ ପଠାଇବାକୁ ଚିଠି । ଗୃହ ବିଭାଗକୁ ତଥ୍ୟ ପଠାଇବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବମାନଙ୍କୁ ସରକାରଙ୍କ ପକ୍ଷରୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ ନିବେଦିତ ପୃଷ୍ଟି ।

ଅଧିକ ପଢନ୍ତୁ- ରାଜସ୍ବ କ୍ଷେତ୍ର ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ତହସିଲ କାର୍ଯ୍ୟ ଠପ

ଗୃହ ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଓଡିଶା ସଚିବାଳୟ ସେବା ବର୍ଗର ଅଧିକାରୀମାନେ ଫେବୃଆରୀ ୧୩ ତାରିଖରୁ ଆନ୍ଦୋଳନରେ କରୁଛନ୍ତି । ବେଆଇନ ଭାବେ ସେମାନେ ଅଫିସରେ ଅନୁପସ୍ଥିତ ରହୁଥିବାରୁ ଦୈନନ୍ଦିତ କାର୍ଯ୍ୟ ବ୍ୟାହତ ହେଉଛି । ତେଣୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୁହାଯାଇଛି । ଯେଉଁ ଅଧିକାରୀ ଦପ୍ତର ଆସି କାର୍ଯ୍ୟ କରୁନାହାନ୍ତି । ସେମାନଙ୍କ ପାଇଁ ସେହି ଦିନଗୁଡିକୁ ବେଆଇନ ଭାବେ ଅନୁପସ୍ଥିତ ଦର୍ଶାଯିବ । ଏହା ସହିତ କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ ହେବ । ଏଥି ସହିତ ଉକ୍ତ ଦିବସଗୁଡିକ ସେମାନଙ୍କ ଚାକିରି କାର୍ଯ୍ୟ ଦିବସରେ ଗଣତି ହେବନାହିଁ । ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ଲାଗି ଗୃହ ବିଭାଗକୁ ପ୍ରସ୍ତାବ ଦେବାକୁ କୁହାଯାଇଛି ।

ସେହିଭଳି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଏଏସଓ ଯେଉଁମାନେ ସେମାନଙ୍କ ନିଯୁକ୍ତିପତ୍ର ଦେଇଛନ୍ତି ହେଲେ କାର୍ଯ୍ୟ କାର୍ଯ୍ୟ କରୁନାହାନ୍ତି ସେମାନଙ୍କୁ ସରକାରୀ ଚାକିରିରୁ ବିଦା କରିବା ପାଇଁ ବିସ୍ତୃତ ବିବରଣୀ ଗୃହ ବିଭାଗକୁ ପଠାଇବାକୁ କୁହାଯାଇଛି । ଯେଉଁ ନୂତନ ଏଏସଓମାନେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି ସେମାନଙ୍କ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଗୃହ ବିଭାଗକୁ ପଠାଇବା ପାଇଁ ମଧ୍ୟ କୁହାଯାଇଛି । ସୂଚନା ଅନୁଯାୟୀ, ଓଡିଶା ସଚିବାଳୟ ସେବା ସଂଘ ଆହ୍ବାନ କରିଥିବା ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରୀ ରହିଛି । କ୍ରମାଗତ ଭାବେ ୭ ଦିନ ଟପିଲାଣି ଆନ୍ଦୋଳନ । ଫଳରେ ଲୋକସେବା ଭବନର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଯାହା ଦ୍ବାରା ରାଜ୍ୟର ସର୍ବୋଚ୍ଚ ଅନୁଷ୍ଠାନ ସମ୍ପୂର୍ଣ୍ଣ ପକ୍ଷାଘାତ ହୋଇପଡିଛି । ବେତନ ଅସନ୍ତୁଳନ ଦୂର, କେନ୍ଦ୍ରୀୟ ସଚିବାଳୟର ବେତନ ହାର ଅନୁଯାୟୀ ବେତନ ସଂରଚନାକୁ ସଂଶୋଧନ ଏବଂ କ୍ୟାଡରର ପୁନଃ ନିର୍ମାଣ କରିବା ହେଉଛି ସଂଘର ମୁଖ୍ୟ ଦାବି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.